ଦୈନିକ ରାଶିଫଳ: 17 ମଇ 2021, ମହାଦେବଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ଚିନ୍ତାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ମଇମାସ ୧୭ ତାରିଖ, ସୋମବାର, ବୃଷମାସ ୩ ଦିନ, ବୈଶାଖମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର, ସକାଳ ୬ଟା ୫୨ ମିନିଟ୍ ଗତେ କର୍କଟ ରାଶିରେ ଚନ୍ଦ୍ର । ମିଥୁନ ରାଶିର ଘାତବାର । ସକାଳ ୬ଟା ୫୨ ମିନିଟ୍ ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର । ବେଲ, ପଣସ ନ ଖାଇଲେ ଭଲ, ଦିବା ୧୧ଟା ୩୫ ମିନିଟ୍ ପରେ ପିତାଦ୍ରବ୍ୟ ନ ଖାଇଲେ ଭଲ । ଶୁଭସମୟ- ସକାଳ ୮ଟା ୪୨ମିନିଟ୍ ରୁ ୧୦ଟା ୨୪ମିନିଟ୍, ରାତ୍ର ୯ଟା ୯ମିନିଟ୍ ରୁ ରାତ୍ର ୧୦ଟା ୧୯ମିନିଟ୍, ରାତ୍ର ୧୧ଟା ୪୪ମିନିଟ୍ ରୁ ୧୨ଟା ୪ମିନିଟ୍ । ପର୍ବଦିନ-ଆଦି ଶଙ୍କାରାଚାର୍ଯ୍ୟଙ୍କ ଜୟନ୍ତୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ । ଜମି, ଜମା, ଘରବାଡ଼ି ନେଇ ଅଦାଲତର ଦ୍ୱାରସ୍ଥ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ହେତୁ ଶାରୀରିକ ପୀଡା ଅନୁଭବ କରି ପାରନ୍ତି । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବୃଷ:-

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରନ୍ତି । ଜମି, ଜମା ଓ ବାହନ ଆଦି କ୍ରୟ କରିପାରିବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କର ସାହାଯ୍ୟ ପାଇବେ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ମାଲିମୋକଦ୍ଦମାରେ ପୂର୍ଣ୍ଣ ସଫଳତା ପ୍ରାପ୍ତି, ବ୍ୟୟ ଅପେକ୍ଷା ଆୟ ଅଧିକ, ନୂତନ ସଂସ୍ଥାର ଆୟୋଜନ କରିବେ । ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-

ଯୌଥ ପରିବାର ସମ୍ପର୍କୀୟ ଜମିବାଡି ନେଇ କେତେକ ସମସ୍ୟା ସହଜରେ ସମାଧାନ ହେବ । ପରିବାରରେ ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସୁସ୍ଥପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ବ୍ୟସ୍ତତା ନେଇ ସୁଖଶାନ୍ତି ଦୂରେଇ ଯିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କର୍କଟ:-

ଶତୃମାନେ ଚେଷ୍ଟା କରି କିଛି କ୍ଷତି କରିପାରିବେ ନାହିଁ । ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗହେବ । କାରବାର ବଢିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । ଲୋକମାନଙ୍କୁ ଆପଣେଇ ନବାରେ ସଫଳ ହେବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ଚେଷ୍ଟା କରୁଥିବା କାମ ଅଟକି ରହିବ ନାହିଁ । ଗୃହରେ ଶୁଭକାର୍ଯ୍ୟ କରି ପାରିବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ସିଂହ:-

ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ଅନେକ କାର୍ଯ୍ୟ ସଫଳ ହୋଇ ସାଂସାରିକ ସୁଖଶାନ୍ତି ବଢ଼ିବ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପ୍ରତିଭାବାନ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ । ବାଦବିବାଦ, ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-

ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ । ପ୍ରଶାସନ, ପ୍ରକାଶନ, ସଂଗଠନ କ୍ଷେତ୍ରରେ ସମସ୍ୟା ଦୂର ହେବା ଫଳରେ ଅତ୍ୟଧିକ ସକ୍ରିୟ ହୋଇ କାମର ଖଟଣି ବଢ଼ିିବା ସହ ପ୍ରଶଂସା ପାଇବେ । ସନ୍ତାନ ମାନେ ବିଦ୍ୟାରେ ଉନ୍ନତି କରିବେ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ଘରୋଇ ସଂସ୍ଥାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନନିବେଶ ପାଇଁ ଉପଯୁକ୍ତ ସମୟ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ସମୟ ଅନୁକୂଳ ଯୋଗେ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବ ଓ ଯଶ ସମ୍ମାନ ବଢିବ । ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିରେ ସହାୟକ ହେବ । ଉପରିସ୍ଥ ଅଧିକାରୀଙ୍କ ଠାରୁ ଆଶା କରୁଥିବା ଖବର ପାଇ ଖୁସୀ ହେବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । କୋର୍ଟ କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ଯିବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ ।

ବିଚ୍ଛା:-

ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ସହଯୋଗ ମିଳିବା ସହ ବ୍ୟବହାର ଓ ଭାଷାର ମାଧୁର୍ଯ୍ୟ ନେଇ ଲୋକଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରି ପାରିବେ । କୋର୍ଟକଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ନିଜର ବୁଦ୍ଧିମତା କାରଣରୁ ଆଶାତୀତ ଲାଭ ପାଇବେ । ଯେଉଁକାର୍ଯ୍ୟ ପାଇଁ ଚେଷ୍ଟା କରିବେ ସହଜ ସରଳରେ କାର୍ଯ୍ୟ ସାଧିତ ହୋଇପାରିବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-

ନିଜ ଲୋକଙ୍କର ସହଯୋଗରେ ଆଶା ଆକାଂକ୍ଷା ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖିବା ସହ ସୁନାମ ଅର୍ଜନ କରି ପାରିବେ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ । ସନ୍ତାନଙ୍କ ଚିନ୍ତାରେ ଚିନ୍ତିତ ରହିବେ । ବାଦବିବାଦଠାରୁ ଦୂରେଇ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ସ୍ୱାସ୍ଥ୍ୟ ଠିକ୍ ରହିବ । ଆୟବୃଦ୍ଧି ହେବ । ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବା ସହ ବନ୍ଧୁମିତ୍ର ନୂଆ ସମାଚାର ଦେବେ । ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ନୂତନ ବ୍ୟବସାୟ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ । ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରିବେ । ଗୃହୋପକରଣ, ଜାଗା, ଜମି, ଗୃହ, ବାହନ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-

ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଆକସ୍ମିକ ଧନ ଲାଭ ହେବ । ବନ୍ଧୁ ମିତ୍ରଙ୍କ ସହଯୋଗରେ ବିରାଟ ଯୋଜନାର ସଂକଳ୍ପ ନେବେ । ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୂକ୍ତିପତ୍ର କରି ପାରନ୍ତି । ପରିବାରର କେତେକ ସମସ୍ୟା ସମାଧାନ ହୋଇ ରୋଜଗାର ବୃଦ୍ଧି ହେବ । ଶତୃ, ରୋଗ, ଋଣରୁ ମୁକ୍ତି ହେବେ । ନିଜ ପରିଶ୍ରମରେ ସଫଳତା ପାଇବେ । ନୂଆ ସୁଯୋଗ ମିଳିବା ହେତୁ ଉନ୍ନତିର ପଥ ସୁଗମ ହେବ । ଚେଷ୍ଟାଦ୍ଵାରା ଧନଲାଭ କରି ପାରିବେ । ପ୍ରତିକାର- ନୀଳବସ୍ତ୍ର ପରିଧାନ କରନ୍ତୁ ।

ମୀନ:-

ସାମାଜିକ କାର୍ଯ୍ୟରେ ଯୋଗଦାନ କରି, ଆଚାର ବ୍ୟବହାରରେ ଶାନ୍ତ ହୋଇ, ଆଶା କରୁଥିବା କାର୍ଯ୍ୟରେ ସଫଳତା ପାଇବେ । ମିତ୍ରଙ୍କ ସହିତ ସାକ୍ଷାତ୍ ଲାଭଦାୟକ ହେବ । ବିଦ୍ୟାର୍ଥୀମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ନ ହୋଇ ନିଜ ଲକ୍ଷ୍ୟରେ ସଫଳତା ପାଇବେ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ । ହସଖୁସିରେ ସମୟ ବିତାଇବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!