ଦୈନିକ ରାଶିଫଳ: 17 ଜାନୁୟାରୀ 2023, ମା’ ମଙ୍ଗଳାଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ମସିହା, ଜାନୁୟାରୀ ମାସ ୧୭ତାରିଖ, ମଙ୍ଗଳବାର, ମକରମାସ ୪ଦିନ, ମାଘମାସ, କୃଷ୍ଣପକ୍ଷ, ଦଶମୀତିଥି ସନ୍ଧ୍ୟା ୬ଟା ୫ମିନିଟ୍ ପରେ ଏକାଦଶୀତିଥି, ବିଶାଖା ନକ୍ଷତ୍ର, ତୁଳାରାଶିରେ ଚନ୍ଦ୍ର ଦିବା ୧୨ଟା ୫୮ମିନିଟ ପରେ ବିଛା ରାଶିରେ ଚନ୍ଦ୍ର । ଶୂଳ ଯୋଗ ଦିବା ୮ଟା ୩୪ମିନିଟ୍ ପରେ ଗଣ୍ଡଯୋଗ ରାତ୍ରି ୫ଟା ୫୮ମିନିଟ ପରେ ବୃଦ୍ଧି ଯୋଗ । ବଣିଜ କରଣ ସକାଳ ୬ଟା ୪୯ମିନିଟ୍ ପରେ ବିଷ୍ଟି କରଣ । ମକର ରାଶିର ଘାତବାର । ନିଷେଧଖାଦ୍ୟ- କଳମଶାଗ ନ ଖାଇଲେ ଭଲ ସନ୍ଧ୍ୟା ୬ଟା ୫ମିନିଟ୍ ପରେ ଶିମ୍ବ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ସନ୍ଧ୍ୟା ୬ଟା ୫ମିନିଟ୍ ପରେ ଆଗ୍ନୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୭ଟା ୫୦ମିନିଟ୍ ରୁ ୯ଟା ୧୨ମିନିଟ୍, ଦିବା ୧ଟା ୧୮ମିନିଟ୍ ରୁ ୪ଟା ୩ମିନିଟ୍, ସନ୍ଧ୍ୟା ୭ଟା ୩ମିନିଟ୍ ରୁ ରାତ୍ରି ୮ଟା ୪୦ମିନିଟ୍ । ଶୁଭସମୟ- ଦିବା ୯ଟା ୧୨ମିନିଟରୁ ୧୦ଟା ୫୦ ମିନିଟ, ଦିବା ୧ଟା ୨ମିନିଟରୁ ୧ଟା ୧୮ମିନିଟ, ଦିବା ୪ଟା ୩ମିନିଟରୁ ୪ଟା ୪୧ମିନିଟ । ସନ୍ଧ୍ୟା ୫ଟା ୨୫ମିନିଟ୍ ରୁ ୬ଟା ୧୭ମିନିଟ୍, ରାତ୍ର ୮ଟା ୫୪ମିନିଟ୍ ରୁ ୧୧ଟା ୩୦ମିନିଟ୍, ରାତ୍ର ୮ଟା ୫୪ମିନିଟ୍ ରୁ ୧୧ଟା ୩୦ମିନିଟ୍, ରାତ୍ର ୨ଟା ୭ମିନିଟ୍ ରୁ ୩ଟା ୫୧ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ରାଜନୀତି ମାମଲାରେ ଶୁଭ ସମାଚାର ମିଳିପାରେ, ଦୀର୍ଘଯାତ୍ରା ଓ ଛୋଟ ବଡ ମିଟିଙ୍ଗୀରେ ଯୋଗ ଦେଇ ପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ଓ ସାହାଯ୍ୟ ସୁଯୋଗ ମିଳିପାରେ । ନୂଆ ଚାକିରୀ ମଧ୍ୟ ମିଳିପାରେ । ପ୍ରତିକାର- ତୁଲସୀ ମୂଳ ମାଟି ମସ୍ତକରେ ଧାରଣ କରନ୍ତୁ ।

ବୃଷ:-ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ ଓ ପଦୋନ୍ନତିର ସୂଚନା ପାଇବେ । ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣି ପାରିବେ । ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । କୋର୍ଟ କଚେରୀ, ମାଲିମୋକଦ୍ଦମାରେ ବିଜୟୀ ହେବେ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ । ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତିରେ ବୃଦ୍ଧି, ଲାଭ ପ୍ରାପ୍ତି ହେବା ସହ ଆୟବୃଦ୍ଧି ଯୋଗେ ଆନନ୍ଦିତ ହେବେ । ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହିତ ହେବେ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କର୍କଟ:-ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ଆନନ୍ଦିତ ହେବେ । ବନ୍ଧୁ, ମିତ୍ର ଏବଂ ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇ ଦୂର ଯାତ୍ରା କରି ପାରନ୍ତି । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ । ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ସିଂହ:-ନୂତନ ଯୋଜନାରେ ସଫଳତା ମିଳିବ ଓ ଆର୍ଥିକ ଉନ୍ନତିହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳ ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ଜୟଯୁକ୍ତ ହେବେ । ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି । ବ୍ୟବସାୟରେ ଉତ୍ତମ ରୋଜଗାର ହେବ । କର୍ମକ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ । ଦାମ୍ପତ୍ୟସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ । ନୂତନ ଯୋଜନା ପ୍ରସ୍ତୁତ କରି ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢି ପାରିବେ । ଖେଳ, କୁଦ ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ଯାତ୍ରାଫଳରେ ଉତ୍ସାହିତ ହେବେ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁ ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:-ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ମୁଳକ କ୍ଷେତ୍ରକୁ ସାହସର ସହିତ ଲମ୍ଫ ଦେବେ । ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ । ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

ବିଚ୍ଛା:-ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ । କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ସମସ୍ୟା ସୁଧାରି ନେବା ଫଳରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହଁ । ଇ ପାରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ବିଳାସ ବ୍ୟସନ ଖାଦ୍ୟ ପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ ଓ ଅର୍ଥାଗମ ଦିଗ ଖୋଲା ରହିବ । ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଆକସ୍ମିକ ଧନ ପ୍ରାପ୍ତି ହେବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବା ସହ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ । ରାଜନୈତିକ କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ । ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ବ୍ୟବସାୟ ପାଇଁ ଦୂରଯାତ୍ରାରେ ସଫଳ ହେବେ ଓ ଅତି ସହଜରେ ବାକିଥିବା ଅର୍ଥ ପାଇବେ । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ବିଦ୍ୟା କ୍ଷେତ୍ରରେ ବିଜୟ ପ୍ରାପ୍ତ ହେବ । ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ବ୍ୟବସାୟକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବ । ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!