ସାପ୍ତାହିକ ରାଶିଫଳ: ୧୬ ସେପ୍ଟେମ୍ବର ରୁ ୨୨ ସେପ୍ଟେମ୍ବର, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କର ହେବ ଆକସ୍ମିକ ଧନ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏ ସପ୍ତାହରେ ନୂତନ ଯୋଜନାରେ ସଫଳତା ମିଳିବ। ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ସମ୍ମାନ ବୃଦ୍ଧିହେବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ। ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ। ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିବେ। ଧନ ଲାଭ ହେବାରୁ ମନ ଖୁସି ରହିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନେ ଉଚିତ୍ ପନ୍ଥା ଗ୍ରହଣ କରିବେ। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣ ହେବ।  ପ୍ରତିକାର:- କୌଣସି ଜିନିଷ କାହାଠାରୁ ମାଗଣାରେ ବା ଦାନ ଗ୍ରହଣ କରନ୍ତୁ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ :-

ଏ ସପ୍ତାହରେ ସମସ୍ତପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ଆର୍ଥିକକ୍ଷେତ୍ରରେ  ଉନ୍ନତି, ଶତୃବୃଦ୍ଧି ହେଲେ ମଧ୍ୟ  ଯେ କୌଣସି କାର୍ଯ୍ୟରେ ହାତଦେଲେ ସଫଳହେବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବୁଧାର ସମ୍ମୁଖୀନ ହେବେ। ନୂତନ କର୍ମ ନିଯୁକ୍ତିରେ ସଫଳ ହେବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ବିଫଳ ହେବେ। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ଦାମ୍ପତ୍ୟ ସୁଖରେ ବାଧା ଆସିବ। ଜୀବନରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ। ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଜ୍ୟସହଯୋଗ କରିବାକୁ ବାଧ୍ୟ ହେବେ। ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତିହିସାବରେ ପ୍ରତେକ କଥାକୁ  ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ। ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚି ପୂର୍ତ୍ତି ହେବ। ଆୟ ମଧ୍ୟ ଉତ୍ତମ ହେବ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ :-

ଏ ସପ୍ତାହରେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତିରେ ବୃଦ୍ଧି ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧିହେବ। ସରକାରୀ ଚାକିରି ଜୀବୀମାନେ ଉନ୍ନତି  କରିବାସହ ଉପରିସ୍ଥ  ଅଧିକାରୀଙ୍କର କୃପା ଲାଭକରିବେ। ନୂତନକର୍ମ ସଂସ୍ଥାନ ରେ ନିଯୁକ୍ତି ପାଇବାର ଯୋଗ ରହିଛି। ପ୍ରେମିକ ଓ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ। ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମସମ୍ପର୍କ ରହିବ। ବନ୍ଧୁ ଓ ବାନ୍ଧବଙ୍କଠାରୁ   ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ମନଭିତରେ ରାଗରେ ଜଳୁଥିଲେ ମଧ୍ୟ କିଛି କାହାକୁ କହିବାକୁ ସାହସ ହେବ ନାହିଁ।

କର୍କଟ:-

ଏ ସପ୍ତାହରେ ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ଧିରେଧିରେ ସମାଧାନ ହେବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ସରକାରୀକର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ  ଉପରିସ୍ଥ ଅଧିକାରୀଙ୍କ  ପ୍ରିୟଭାଜନ ହେବେ। କର୍ମ ପାଇଁ ଚେଷ୍ଟା କରୁଥିଲେ  ସହଜ ସରଳରେ କର୍ମ ନିଯୁକ୍ତି ପାଇବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ। ଶିକ୍ଷାକ୍ଷେତ୍ରରେ ଆଦୌ ମନଯୋଗ ଦେବେନାହିଁ। ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ଯୁବକ ଓ ଯୁବତୀମାନେ ସତର୍କତା ଅବଲମ୍ବନ ନକଲେ ମିଥ୍ୟା ଅପବାଦରେ ପଡିବେ ଓ ଧୋକା ମଧ୍ୟ ଖାଇବେ। ସ୍ୱାସ୍ଥ୍ୟ ଦିଗରୁ ଅତ୍ୟନ୍ତ ଉତ୍ତମ ରହିବ। କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦବୀ ଲାଭ ହେବ।

ସିଂହ:-

ଏ ସପ୍ତାହରେ ବ୍ୟବସାୟରେ ଅଧିକାଂଶ ସମୟ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଋଣ ପରିଶୋଧ କରିବାସହ ଋଣପ୍ରାପ୍ତିର ସୁଯୋଗ ପାଇବେ। କଠିନ  ପରିଶ୍ରମକରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ଶିକ୍ଷା କ୍ଷେତ୍ରରେ ସଫଳ ହେବେ। କାରବାରରେ ଉତ୍ଥାନ ହେବା ଫଳରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବଜାୟ ରହିବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେଇ ପରେ। ଧାର୍ମିକ କାର୍ଯ୍ୟରେ ରୁଚି କମ୍ ରହିବ। ଲୁଗାପଟା ଓ ସୌଖୀନ ଦ୍ରବ୍ୟ, ପରିବହନ ଓ ପାର୍ଟନରସିପ ବ୍ୟବଶାୟରେ ଲାଭ ଅପରି ବର୍ତିତ ରହିବ। ମହିଳାମାନେ ଉତ୍ତମ ବୁଝାମୁଣାରେ ଗତିକରି ଅଦୃତି ଓ ଶ୍ରଦ୍ଧାର ଅଧିକାରିଣୀ ହେବେ। ଅଧିକ  ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବା ଫଳରେ ଉଚ୍ଚଶ୍ରେଣୀ ପାଇବେ। ପ୍ରତିକାର:- ସୋମବାରଦିନ ଶିବ ଲିଙ୍ଗଉପରେ କଞ୍ଚାକ୍ଷୀର ଢ଼ାଳନ୍ତୁ।

କନ୍ୟା:-

ଏ ସପ୍ତାହରେ କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ହଠାତ୍ ମତ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରି ଦେବେ। ଯଦି କର୍ତ୍ତବ୍ୟ ପରାୟଣତା ସାଙ୍ଗକୁ ସମୟାବର୍ତ୍ତିତା ରକ୍ଷା କରିପାରିବେ ସୁଖ-ସମୃଦ୍ଧି ବୃଦ୍ଧିହେବ। ଘରଠୁ କର୍ମ କ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। କର୍ମକ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶ-ମାନ-ପ୍ରତିଷ୍ଠା ପ୍ରାପ୍ତି ହେବ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ ଓ କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ସରକାରୀକର୍ମଚାରୀ ମାନେ କର୍ମକ୍ଷେତ୍ରରେ ସଫଳତା ଲାଭକରିବେ। ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ। ପାରିବାରିକକ୍ଷେତ୍ରରେ ଅଶାନ୍ତି ଦେଖାଦେବ। କର୍ମନିଯୁକ୍ତିକ୍ଷେତ୍ରରେ ସଫଳ ହେବେ।  ପ୍ରତିକାର:- ଗୁଡ଼ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା:-

ଏ ସପ୍ତାହରେ ସର୍ବାଧିକ ଭାଗ୍ୟଶାଳୀ ହେବେ। ବିଶେଷ କରି ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ପରାକ୍ରମ ପ୍ରତିଷ୍ଠା ମାନ ବୃଦ୍ଧି ହେବ। ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ। ଏହି ସମୟରେ ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବାପାଇଁ ସକ୍ଷମ ହେବେ ଏବଂ ସଂପତ୍ତି କ୍ରୟ କରିବାପାଇଁ ଅତ୍ୟନ୍ତ ଶୁଭ ସମୟ। ସନ୍ତାଠାରୁ ସୁଖପ୍ରାପ୍ତି ହେବ। ପୁତ୍ରରତ୍ନ ପ୍ରାପ୍ତି ହେବ। କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ଇଂରାଜୀ ପ୍ରଫେସର, ଅଭିନେତା ଓ ଅଭିନେତ୍ରୀ, ସଙ୍ଗୀତଜ୍ଞ, ଉଚ୍ଚ ଅଧିକାରୀ ପଦରେ ପହଞ୍ଚି ପାରିବେ। ରାଜନିତୀ କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ। ଶତୃମାନେ ତଳମୁହାଁ ହେବେ। ମାଲିମକଦ୍ଦମାରେ ବିଜୟଲାଭ ହେବ। ସମସ୍ତ ସମସ୍ୟା ଅପସରି ଯିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ବିଚ୍ଛା:-

ଏ ସପ୍ତାହରେ ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ। ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ। ଏହାକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ କମିଯିବ। ଆତ୍ମୀୟମାନେ ଭିତରେ ଚେର କାଟିବେ। ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ଅନେକ କ୍ଷେତ୍ରରେ ଅପଦସ୍ଥ କରିବେ। ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ଧନୁ:-

ଏ ସପ୍ତାହରେ ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ। ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ। ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ। ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ଧନଧାନ୍ୟ, ମାନ-ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ। କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ। ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ମକର :-

ଏ ସପ୍ତାହରେ ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ। ଉଚ୍ଚଶିକ୍ଷାର ମଧ୍ୟ ସୁବିଧାସୁଯୋଗ ପାଇବେ। ପ୍ରତିଯୋଗିତାରେ ପ୍ରଶାସନ ସେବା ସଂବନ୍ଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅତ୍ୟନ୍ତ ଶୁଭସମୟ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଫଳ ପାଇବେ। ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। ନୂତନ ବ୍ୟବସାୟ ଆରମ୍ଭ ପାଇଁ ଅତ୍ୟନ୍ତ ଉତ୍ତମ ସମୟ। ଯଶ-ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। ସନ୍ତାନ ଏବଂ ସ୍ତ୍ରୀଙ୍କ ସହଯୋଗ ପାଇ ଗୃହସ୍ଥଜୀବନରେ ଭରପୂର ସୁଖପ୍ରାପ୍ତି ହେବ। ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତି ହେବ। ଏହି ସଂସ୍ଥାରେ ନୂତନ କର୍ମପ୍ରାପ୍ତି ହେବ। ଧଳା ବସ୍ତ୍ର ପରିଧାନ କଲେ ବ୍ୟକ୍ତିତ୍ୱର ପ୍ରଭାବ ବୃଦ୍ଧି ପାଇବା ସହ ଲାଭବାନ ହେବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇ ଭଳି ଚଳୁଥିବା ବ୍ୟକ୍ତିମାନେ ବିଶ୍ୱାସଘାତକତା କରିବେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କୁମ୍ଭ:-

ଏ ସପ୍ତାହରେ ଆୟ ପନ୍ଥାର ପରିବର୍ତ୍ତନ ଆସିବ। ବିଦ୍ୟୁତ ବିଭାଗ, ପ୍ରଶାସନ ବିଭାଗ, ଜ୍ୟୋତିଷ, ବିଚାର ବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ସମାଚାର ପତ୍ର ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ଶତୃମାନଙ୍କୁ ମୁକାବିଲା କରିପାରିବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିପାରିବେ। ବଡ଼ ବଡ଼ ଉଦ୍ୟୋଗ କରିବାରେ ସଫଳ ହେବେ। ଆରମ୍ଭ କରିଥିବା କାର୍ଯ୍ୟ ପୂରଣ କରିବେ। ପଡୋଶୀ ଏବଂ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ। ଅତ୍ୟନ୍ତ ପ୍ରିୟ ଲୋକମାନେ ଅସନ୍ତୁଷ୍ଟ ହୋଇ ଦୂରେଇ ଯିବେ। କୌଣସି ନୂତନ କାର୍ଯ୍ୟ କରିବା ଠିକ୍ ନୁହେଁ। ତେଣୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ପାଇଁ ବାରମ୍ବାର ଚିନ୍ତିତ ରହିବେ। ଉଦର ରୋଗ, ବାୟୁବିକାର, ଚର୍ମରୋଗ, ସ୍ନାୟୁ ଦୁର୍ବଳତା ଆଦି ରୋଗମାନ ଦେଖା ଦେଇ ପାରେ। ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବାଫଳରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମୀନ :-

ଏ ସପ୍ତାହରେ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ। ସୁଖ-ସୌଭାଗ୍ୟ ବୃଦ୍ଧି ହେବ। ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ।  ସନ୍ତାନମାନଙ୍କର ଶିକ୍ଷା, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ମନସ୍କାମନା ପୂର୍ଣ୍ଣ ହେବ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ। ସେୟାର, ଲଟେରୀ ଆଦିରେ ଲାଭ ଅଧିକ ମିଳିବ। ନୂତନ ଉଦ୍ୟୋଗରେ ପଇସା ଖଟେଇବେ। ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ। ଖଣିଜ ବ୍ୟବସାୟ, ଯାନବାହନ ବ୍ୟବସାୟ, ଯାତାୟତ ବ୍ୟବସାୟ, ବାୟୁଯାନ, ରେଳବିଭାଗର ଟିକେଟ ବିକ୍ରି, ଭୂ-ଜାତ ଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାଡୱାର, ମହମବତୀ ଓ ଶ୍ରମିକ ବ୍ୟବସାୟରେ ଅତ୍ୟଧିକ ଲାଭପାଇବେ। ଉଚ୍ଚଶିକ୍ଷା ପାଇଁ ଜର୍ଜ, ମେଡିକାଲ ଆଦିରେ କର୍ମପାଇବେ। ରାଜନୀତି କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ହୋଇପାରିବେ। ସମସ୍ତ ପ୍ରକାର ପ୍ରତିଯୋଗିତାରେ ସଫଳ ହେବେ। ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ନରହିଲେ ସମସ୍ୟାର ସମ୍ମୁଖୀନ ହେବେ। ବନ୍ଧୁ, ମିତ୍ର, ସହଯୋଗୀଙ୍କ ପ୍ରତି ସତର୍କ ନରହିଲେ ବ୍ୟବସାୟରେ କ୍ଷତି ସହିବେ। ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଚିନ୍ତିତ ରହିବେ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!