ଦୈନିକ ପାଞ୍ଜି: ଜାନୁୟାରୀ ୧୬, ୨୦୧୮
ପର୍ବ ପର୍ବାଣୀ-
ତ୍ରିବେଣୀ ଅମାବାସ୍ୟା, ମା’ବିରଜାଦେବୀଙ୍କ ହୋମ। ମା’ ଉକୁଳେଇ ଠାକୁରାଣୀଙ୍କର ଜନ୍ମୋତ୍ସବ, ଅଭିରାମପରମହଂସଙ୍କ ଜୟନ୍ତୀ, ଶରଣ ପଞ୍ଚକାରମ୍ଭ।
ସୂର୍ଯ୍ୟଉଦୟ ମକର ଦ୦|୨୬|୩୫ ଇଂପ୍ରାତଃଘ୬|୨୪|୫୭ସେ
ସୂର୍ଯ୍ୟାସ୍ତ କର୍କଟ ଦ୦|୨୫|୩୧ ଇଂସଂଧ୍ୟାଘ୫|୨୧|୨୬ସେ
ଉଡ୍ରାବ୍ଦ ୧୪୨୫ସାଲ ମକର ୩ ଦିନ ରାଷ୍ଟ୍ରିୟ ପୌଷମାସ ୨୬ ଦିନ ମଙ୍ଗଳବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଅମାବାସ୍ୟାତିଥି ଅହୋରାତ୍ର
ପୂର୍ବାଷାଢା ନକ୍ଷତ୍ର ରାତିଘ୭।୨୩।୨ସେ, ଧନୁଚନ୍ଦ୍ର ରାତିଘ୨।୮।୦ସେ,
ବ୍ୟାଘାତଯୋଗ ସକାଳଘ୮।୫୩।୫୯ସେ,
ଚତୁଷ୍ପଦକରଣ ସଂଧ୍ୟାଘ୬।୩୦।୨୨ସେ, ନାଗକରଣ ଅହୋରାତ୍ର,
ରବ୍ୟଂଶଽ୧।୪୩।୫୮, ସୂକ୍ଷ୍ମଚନ୍ଦ୍ର ରାଶି୮।୨୦।୧୬।୧୫,
ଦିନମାନ ଘ୧୦।୫୬।୨୦, ନିଶାମାନ ଘ୧୩।୩।୪୦,
ଯୋଗିନୀବାସ-
ଯୋଗିନୀ ଅହୋରାତ୍ର ଐଶାନ୍ୟକୋଣେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ଆଜି ଆମିଷ, ତେଲ, ସ୍ତ୍ରୀ ପୁରୁଷ ସହବାସ ନିଷେଧ ।
ଶୁଭସମୟ-
ଅମୃତବେଳା ଦିବାଘ୭।୩୬ମି ରୁ ଘ୧୦।୪୭ମି ଦିଘ୧୨।୫୯ମି ରୁ ଘ୨।୨୬ମି ଦିଘ୩।୧୦ମି ରୁ ଘ୪।୩୭ମି ସୂର୍ଯ୍ୟାସ୍ତରୁ ସଂଧ୍ୟା ଘ୬।୧୩ମି ରାତ୍ରି ଘ୮।୫୦ମି ରୁ ଘ୧୧।୨୭ମି ରାଘ୨।୪ମି ରୁ ଘ୩।୪୮ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି। ରାତିଘ୨।୮ମିନିଟ୍
ପରେ ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି-
ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତିଘ୭।୨୩।୨ସେ ପରେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
ମକର ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ରାତିଘ୭।୨୩ମି ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେବା ବିଧେୟ ଓ ରଜଶ୍ଚକ୍ରେ ବ୍ୟଭିଚାରିଣୀ।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ପରେ ରାତ୍ରି ଘ୭।୨୩ମି ପରେ ଦ୍ଵିପାଦ ବାରଦୋଷ ଓ ନକ୍ଷତ୍ରଦୋଷ ତେଣୁ ବାରପତ୍ର ଦିନ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।
ଅଶୁଭ ସମୟ-
ରାହୁକାଳ- ଦିବାଘ୨।୩୯ମି ରୁ ଘ୪।୧ମି ଓ କାଳବେଳା ଦିବା ଘ୧।୧୭ମି ରୁ ଘ୨।୩୯ମି। ବାରବେଳା-ସକାଳଘ୭।୪୯ମି ରୁ ଦିଘ୯।୧୧ମି ମଧ୍ୟେ। କାଳରାତ୍ରି ରାତ୍ରି ଘ୭।୨ମି ରୁ ରାଘ୮।୪୦ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି ୯।୧।୪୩।୫୮,୨୧/୧୦ ଚନ୍ଦ୍ର ରାଶି୮।୨୦।୧୬।୧୫-୨୦/୯ ମ୬|୨୯|୨୬|୩-୧୬/୭ ବୁ୮|୧୨|୩୨|୧-୧୯/୯ ବୃ୬|୨୫|୧୧|୪୬-୧୬/୭ ଶୁ୯|୩|୨୦|୫୯-୨୧/୧୦ ଶ୮|୯|୦|୩-୧୯/୯ ରା୩|୨୦|୫୩|୧୨-୯/୪ କେ୯| ୨୦|୫୩|୧୨-୨୨/୧୦।
ଆଜିରଲଗ୍ନ-
ମକର ପ୍ରାତଃ ଘ୬|୨୭ମି କୁମ୍ଭଘ୮|୮ମି ମୀନଘ୯|୪୪ମି ମେଷଘ୧୧|୧୭ମି ବୃଷଘ୧|୦ମି ମିଥୁନଘ୨|୫୯ମି କର୍କଟଘ୫|୧୨ମି ସିଂହ ଘ୭|୨୬ମି କନ୍ୟା ଘ୯|୩୫ମି ତୁଳା ଘ୧୧|୪୩ମି ବିଛା ଘ୧|୫୪ମି ଧନୁଘ୪|୯ମି ମକର ଘ୬|୧୫ମି ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ରାତିଘ୭।୨୩ ମି ମଧ୍ୟେ ପୂର୍ବାଷାଢା ନକ୍ଷତ୍ର ଧନୁରାଶି ଓ ଶୁକ୍ର ମହାଦଶାରେ ଜନ୍ମ ଏବଂ ରାତିଘ୭।୨୩ ମି ପରେ ରାତିଘ୨।୮ ମି ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର ଧନୁରାଶି ଓ ରବି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ରାତିଘ୨।୮ ମି ପରେ ଉତ୍ତରାଷାଢା ନକ୍ଷତ୍ର ମକର ରାଶି ଓ ରବି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।