ଦୈନିକ ରାଶିଫଳ: 16 ଡିସେମ୍ବର 2022, ମା ସନ୍ତୋଷୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଡିସେମ୍ବର ମାସ ୧୬ତାରିଖ, ଶୁକ୍ରବାର, ଧନୁମାସ ୧ଦିନ, ପୌଷମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର ସକାଳ ୭ଟା ୩୩ମିନିଟ୍ ପରେ ଉତ୍ତରାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର ଦିବା ୨ଟା ୩ମିନିଟ୍ ପରେ କନ୍ୟା ରାଶିରେ ଚନ୍ଦ୍ର। ପ୍ରୀତିଯୋଗ ସକାଳ ୭ଟା ୪୫ମିନିଟ୍ ପରେ ଆୟୁଷ୍ମାନ ଯୋଗ। ବାଳବ କରଣ ଦିବା ୨ଟା ୨୫ମିନିଟ୍ ପରେ କୌଳବ କରଣ। ବିଛା, ଧନୁ, ମୀନ ରାଶିର ଘାତବାର। କର୍କଟ, ମକର ରାଶିର ଘାତଚନ୍ଦ୍ର ଦିବା ୨ଟା ୩ମିନିଟ୍ ପରେ ବୃଷ ରାଶିର ଘାତଚନ୍ଦ୍ର। ନଡିଆ, ଆମିଷ ନ ଖାଇଲେ ଭଲ। ଯୋଗିନୀ- ଐଶାନ୍ୟେ ରାତି ୩ଟା ୨ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ସକାଳ ୮ଟା ୫୯ମିନିଟ୍ ରୁ ୧୧ଟା ୪୨ମିନିଟ୍, ରାତ୍ରି ୮ଟା ୨୪ମିନିଟ୍ ରୁ ୧୦ଟା ୩ମିନିଟ୍। ଶୁଭସମୟ- ପ୍ରାତଃ ୬ଟା ୧୮ମିନିଟ୍ ରୁ ୬ଟା ୫୯ମିନିଟ୍, ସକାଳ ୭ଟା ୪୫ମିନିଟ୍ ରୁ ୮ଟା ୫୮ମିନିଟ୍, ଦିବା ୧୨ଟା ୪ମିନିଟ୍ ରୁ ୨ଟା ୫୫ମିନିଟ୍, ଦିବା ୩ଟା ୪୦ମିନିଟ୍ ରୁ ୫ଟା ୫ମିନିଟ୍, ସନ୍ଧ୍ୟା ୬ଟା ରୁ ରାତ୍ର ୮ଟା ୨୩ମିନିଟ୍, ରାତ୍ର ୧୨ଟା ୯ମିନିଟ୍ ରୁ ୧ଟା ୫୩ମିନିଟ୍, ରାତ୍ର ୨ଟା ୪୮ମିନିଟ୍ ରୁ ୪ଟା ୩୧ମିନିଟ୍। ପର୍ବଦିନ- ଧନୁସଂକ୍ରାନ୍ତି, ଅଷ୍ଟକା ଶ୍ରାଦ୍ଧ, କାଳାଷ୍ଟମୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସନ୍ତାନ ସନ୍ତତି ମାନଙ୍କର ଶୁଭ ଖବର ପାଇ ଖୁସିହେବେ। ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହେବ। ବ୍ୟବସାୟର ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। କାରବାରର ସୀମା ବଢାଇବା ଫଳରେ ସନ୍ତୋଷ ଦେଖା ଦେବ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବୃଷ:-ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ସାମାଜିକ ସ୍ତରରେ ଖ୍ୟାତି ହେବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ରାଜନୀତି ମାମଲାରେ ସଫଳତା ମିଳିବ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। କର୍ମକ୍ଷେତ୍ରଟି ସୁଦୃଢ ହେବ। ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମିଥୁନ:-ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ। ପଦୋନ୍ନତି ସହ ନୂତନକର୍ମପ୍ରାପ୍ତି ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ। ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କର୍କଟ:-ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହେବେ। ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ନ୍ୟାୟମାର୍ଗ ଓ ମିଷ୍ଟବଚନ ଦ୍ଵାରା ସମସ୍ତଙ୍କ ମନ କିଣି ପାରିବେ। ଘରଲୋକଙ୍କୁ ଅବିଶ୍ଵାସ କରି ପରଲୋକଙ୍କୁ ବିଶ୍ଵାସ କଲେ ହଇରାଣରେ ପଡିବେ। ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ଶୁଭ ସମାଚାର ଶୁଣିବାକୁ ମିଳିବ। ସହ ଯୋଗୀଙ୍କ ସାହାଯ୍ୟ ପାଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ବାଦବିବାଦ, ମାଲିମୋକଦ୍ଦମା ଓ କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। କର୍ମପ୍ରତି ଉତ୍ସାହ ଫଳରେ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ। ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ସାମାଜିକ ପ୍ରତିଷ୍ଠା ମାନସମ୍ମାନରେ ବୃଦ୍ଧି ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣାପାଇ ନିଜ ପରିଶ୍ରମରୁ ଲାଭ ମିଳିବା ସହ ଗୃହସ୍ଥ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ଓ ଭାବମୂର୍ତ୍ତି ଅମଳିନ ରହିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ତୁଳା:-ସ୍ୱାସ୍ଥ୍ୟରେ ସୁଧାର ଆସିବ। ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ଗୃହରେ ଶୁଭ କାର୍ଯ୍ୟର ସମାଧାନ ହୋଇପାରେ। ଜୀବନସାଥି, ସନ୍ତାନ ଓ ପରିବାରରେ ସମୟ ବିତେଇବେ। କୌଣସି ଅଜଣା ମହିଳାଙ୍କ ସାହାଯ୍ୟ ଦ୍ଵାରା ଉନ୍ନତି କରିବେ। ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।

ବିଚ୍ଛା:-ଶୁଭ ସମାଚାର ଶୁଣିବାକୁ ମିଳିବ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବାସହ ବିଗିଡିଯାଇଥିବା କାର୍ଯ୍ୟ ସୁଧୁରିଯିବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବିଦ୍ୟାର୍ଥୀଙ୍କର କେତେକ ସମସ୍ୟାର ସମାଧାନ ହୋଇ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇ ପାରିବେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ ଓ ପାରିବାରିକ ଜୀବନ ସୁଖମୟ ହେବ। ରାଜନେତାଙ୍କର ସମାଜିକ ସ୍ତରରେ ଓ ସାଧାରଣରେ ଖ୍ୟାତି ବୃଦ୍ଧି ପାଇବ। ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବା ସହ ଛାତ୍ରଛାତ୍ରୀମାନେ ଖୁସି ହେବେ।ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ଅଧସ୍ତନ କର୍ମୀ ଓ ସହଯୋଗୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଧାର୍ମିକ କାର୍ଯ୍ୟରେ ଯୋଗଦେଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବଜାୟ ରଖିବେ। ଯାନ ବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସମସ୍ତ ସମସ୍ୟାର ସମାଧାନ କରି ସତ୍ୟର ସାମ୍ନା କରିବାକୁ ପଡିବ। ଧାର୍ମିକ ଅନୁଷ୍ଠାନ କାମରେ ପ୍ରଶଂସା ମିଳିବ। ମାଲିମୋକଦ୍ଦମାରେ ସଫଳତା ମିଳିବ। ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମୀନ:-ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ରାଜନୀତିରେ ସ୍ଵାର୍ଥରକ୍ଷା କରି କଠିନ ପରିଶ୍ରମ କରିବାକୁ ପଡିବ। ସାମାଜିକ ପତିଆରା ଅମଳିନ ରହିବା ସହ ବକେୟା ଅର୍ଥ ଆଦାୟ ହେବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ। ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!