ଦୈନିକ ରାଶିଫଳ: ୧୫ ସେପ୍ଟେମ୍ବର ୨୦୧୯, ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ଅଟକି ଥିବା କାର୍ଯ୍ୟ ପୂର୍ଣ୍ଣ ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ରାଜକୀୟ ମାମଲାରେ ସଫଳତା ମିଳିବ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଦୂରଯାତ୍ରା କରି ମନ ଖୁସି ରହିବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ବିଦେଶ ଯାତ୍ରାରେ ଲାଭବାନ ହେବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ଗୃହରେ ଶୁଭକାର୍ଯ୍ୟ ମଧ୍ୟ କରି ପାରିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳ ହେବେ। କର୍ତ୍ତବ୍ୟନିଷ୍ଠା ପରାୟଣ ହୋଇ କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ। ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ଶ୍ରମ ସାର୍ଥକ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍। ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ। ଅଶାନ୍ତିର ଝଡ ଶାନ୍ତ ହେବ। ଶତୃମାନେ ଦୂରେଇଯିବେ ଓ ଯଶ, ମାନ-ସମ୍ମାନ ପ୍ରତିଷ୍ଠା ମିଳିବ। ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ ପ୍ରସନ୍ନ ରହିବ। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ନିଜ ଚେଷ୍ଟାରେ ବହୁତ କଷ୍ଟକଲେ ବାକିଥିବା ଅର୍ଥ ପାଇବେ। ଗୃହ ସମସ୍ୟାରେ ଧନ୍ଦି ହୋଇଯିବେ। ନିଜ ଲୋକମାନେ ହିଁ କାମରେ ଆସିବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଧନର ଆଗମନ ହୋଇପାରେ। ଗୃହବାହନ ପ୍ରାପ୍ତି ପରିଜନ ଓ ସାଧୁଜନପ୍ରିୟ ହେବେ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେବେ। ଉଚ୍ଚଆଶା ସଫଳ ହେବ। ମହିଳାମାନେ ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ଵଳ ହେବ। ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ। ପରିବାରରେ ମାନ ମନାନ୍ତର ଦୂର ହେବ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧି ଘଟିବ ଓ ଲାଭବାନ ହେବେ। ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା, ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଅଚାନକ ଭାବରେ ଦୂରଯାତ୍ରା କରିବେ। କାର୍ଯ୍ୟ କ୍ଷେତ୍ରରେ ଲୋକସମର୍ଥନ ବୃଦ୍ଧି ହେବ। ମହିଳାମାନଙ୍କର ଆର୍ଥିକ ବୃଦ୍ଧି ସହ ଯଶ ଓ ସମ୍ମାନ ବଢିବ। ଛାତ୍ର-ଛାତ୍ରୀମାନେ ନିଜ ପରିଶ୍ରମରେ ସଫଳତା ପାଇବେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କନ୍ୟା:-

ରାଜନୀତି କ୍ଷେତ୍ରରେ ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ। କର୍ମକ୍ଷେତ୍ରରେ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ। ଯାତ୍ରାରେ ସଫଳ ହେବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଖେଳ, କୁଦ ଓ ପ୍ରତିଯୋଗିତାରେ ପ୍ରଶଂସା ପାଇବେ। ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କରିବେ ଓ ସଫଳତା ପ୍ରାପ୍ତି ହେବ। କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ। ସୌହାର୍ଦ ତଥା ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ରାଜନୀତି କ୍ଷେତ୍ରରେ ଲୋକଙ୍କ ସମ୍ପର୍କରେ ରହିବେ, ସେଥିପାଇଁ ଇଣ୍ଟରନେଟ୍ ଠାରୁ ଆରମ୍ଭ କରି ଫୋନ୍ ସବୁ କାରବାର କରିବେ। ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ। କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇପାରିବେ। ଘର-ପରିବାରକୁ ପ୍ରାଥମିକତା ଦେବେ। ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା:-

ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ। ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ। ମାତା-ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ। ସମୟ ଅନୁକୂଳ ହୋଇ ଥିବାରୁ କାର୍ଯ୍ୟ ପୁରଣରେ ସହଜ ହେବ। ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ଶତୃମାନେ ଦୂରେଇ ଯିବେ। ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ। ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ। ପରିବାରର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ଧନୁ:-

ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। ବାଣିଜ୍ୟ କ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ। କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ। କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶ ଧାରାରେ ସାମିଲ ହେବେ। ଗୃହରେ ଶୁଭ କାର୍ଯ୍ୟର ସମାଧାନ ହୋଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ପରିବାରର ସାହାଯ୍ୟ ଦ୍ଵାରା ଉନ୍ନତି କରିବେ। ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। ସମସ୍ତ ସମସ୍ୟାର ସମାଧାନ କରି ସତ୍ୟର ସାମ୍ନା କରିବାକୁ ପଡିବ। ଧାର୍ମିକ ଅନୁଷ୍ଠାନ କାମରେ ପ୍ରଶଂସା ମିଳିବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଏହି ସମୟରେ ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପରିବହନରେ ବିଶେଷ ଲାଭବାନ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ। ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ। ପ୍ରେମ-ପ୍ରସଙ୍ଗ ଓ ଗୁପ୍ତ ସମ୍ପର୍କକୁ ବନ୍ଧୁମାନେ ବାହାରକୁ ପ୍ରକାଶ କରି ପାରନ୍ତି। ଜ୍ୟୋତିଷ, ତନ୍ତ୍ର-ମନ୍ତ୍ର, ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ। ପାରିବାରିକ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଖେଳ, କୁଦ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-

ସନ୍ତାନ ସନ୍ତତିଙ୍କ ଦିଗରୁ ଶୁଭ ସମ୍ବାଦପାଇ ଖୁସିହେବେ। ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ବାଦବିବାଦରୁ ଦୂରତା ରକ୍ଷା କରନ୍ତୁ। ବ୍ୟବସାୟରେ ସଫଳତା ପୂର୍ବକ ସମସ୍ୟାର ସମାଧାନ ହେବ। ସଂମ୍ପତ୍ତି ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପଡା ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ। କଳା, ସାହିତ୍ୟ, କ୍ରିଡା, ଚଳଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!