୨୦୨୨ମସିହା, ସେପ୍ଟେମ୍ବରମାସ ୧୫ତାରିଖ, ଗୁରୁବାର, ସିଂହମାସ୩୦ଦିନ, ଆଶ୍ଵିନମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି ଦିବା ୧୧ଟା ପରେ ଷଷ୍ଠୀତିଥି, ଦ୍ଵିଜାନକ୍ଷତ୍ର ସକାଳ ୮ଟା ୫ମିନିଟ୍ ପରେ କୃତ୍ତିକା ନକ୍ଷତ୍ର, ମେଷରାଶିରେ ଚନ୍ଦ୍ର ଦିବା୨ଟା ୨୯ମିନିଟ୍ ପରେ ବୃଷ ରାଶିରେ ଚନ୍ଦ୍ର। ହର୍ଷଣ ଯୋଗ ପ୍ରାତଃ ୫ଟା ୨୭ମିନିଟ୍ ପରେ ବଜ୍ର ଯୋଗ। ତୈତିଳ କରଣ ଦିବା ୧୧ଟା ପରେ ଗର କରଣ। ତୁଳା, କୁମ୍ଭ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର ଦିବା୨ଟା ୨୯ମିନିଟ୍ ପରେ ବିଛା ରାଶିର ଘାତଚନ୍ଦ୍ର। ବେଲ, ପଣସ ନ ଖାଇଲେ ଭଲ ଦିବା ୧୧ଟା ପରେ ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ।
ଯୋଗିନୀ- ଦକ୍ଷିଣେ ଦିବା ୧୧ଟା ପରେ ପଶ୍ଚିମେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ଦିବା ୨ଟା ୪୩ମିନିଟ୍ ରୁ ୫ଟା ୪୬ମିନିଟ୍, ରାତ୍ରି ୧୧ଟା ୪୧ମିନିଟ୍ ରୁ ୧ଟା ୧୦ମିନିଟ୍। ଶୁଭସମୟ- ପ୍ରାତଃ ୫ଟା ୩୮ମିନିଟ୍ ରୁ ୭ଟା ୧୩ମିନିଟ୍, ଦିବା ୧୦ଟା ୨୯ମିନିଟ୍ ରୁ ୧୨ଟା ୫୩ମିନିଟ୍, ରାତ୍ର ୨ଟା ୨୮ମିନିଟ୍ ରୁ ୩ଟା ୧୪ମିନିଟ୍। ପର୍ବଦିନ- ଅଶ୍ଵପଞ୍ଚମୀ, ପିତୃପକ୍ଷର ଷଷ୍ଠୀ ଶ୍ରାଦ୍ଧ।
ମେଷ:-ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ମାଆ ବାପା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ। ଶତୃ ଓ ବିରୋଧୀ ମାନେ କୌଣସି କ୍ଷତି କରିପାରିବେ ନାହିଁ। ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ। ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-ସହକର୍ମୀ ଓ ବନ୍ଧୁ, ମିତ୍ରଙ୍କ ସହଯୋଗରେ ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ। ପରିଜନ ଓ ସାଧୁଜନପ୍ରିୟ ହେବେ। ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇ ଦୂରଯାତ୍ରାରେ ସଫଳ ହେବେ। ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ।ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବାର ଖବର ପାଇ ଆନନ୍ଦିତ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ମିଥୁନ:-ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ। ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ। ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବା ସହ ବ୍ୟବସାୟରେ କର୍ମଚାରୀ ମାନଙ୍କୁ ଭରସା କଲେ ପ୍ରବଳ ଲାଭବାନ ହେବେ। ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ବୃଦ୍ଧି ପାଇବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
କର୍କଟ:-ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ। ନୂଆ କ୍ୟାରିୟର ଆରମ୍ଭ କରି ପାରିବେ। ଶେୟର୍ସ, ନିବେଶ ଆଦିରେ ଲାଭ ହେବ। ଗଠନ ମୂଳକ ସାମୁହିକ ଗତିବିଧି ଦ୍ଵାରା ସଫଳତା ପ୍ରାପ୍ତ କରିବେ। ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ କରିଥିବା କାର୍ଯ୍ୟର ପରିଣାମ ଆପଣଙ୍କ ପକ୍ଷରେ ରହିବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ସିଂହ:-ରାଜନୀତିରେ ପ୍ରଶଂସିତ ହେବେ। ଆତ୍ମକେନ୍ଦ୍ରିତ ହୋଇଯିବେ। ବ୍ୟବସାୟୀମାନେ କାରବାର ଯେତିକି ହେଲେ ବି ତହିଁରେ ସଂସ୍ଥା ଚଳାଇ ପାରିବେ। ନିଜ ଲୋକମାନେ ଶତୃତା ଆଚରଣ କରିବେ ଓ ଚୌରଭୟ ଦେଖାଦେବ। ସରକାରୀ କର୍ମଚାରୀ ମାନଙ୍କର ଟିମ୍ ୱାର୍କ ଫଳରେ ଉନ୍ନତି କରି ପାରିବେ। ଉଚ୍ଚପଦସ୍ଥ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ମଧୁର ହେବା ଫଳରେ ସୁଖ ଶାନ୍ତିରେ ଦିନଟି କାଟିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କନ୍ୟା:-ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ। କର୍ମକ୍ଷେତ୍ରରେ ଉନ୍ନତି ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। ଗୁରୁଗୁରୁଜନ ଓ ମାଆବାପାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ। ବ୍ୟବସାୟରେ ସ୍ଵାର୍ଥପରତା ଓ ଆଳସ୍ୟଭାବ ଯୋଗେ କ୍ଷତି ସହିବେ। ବନ୍ଧୁ ମିତ୍ର ଓ ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ମାନମନାନ୍ତର ଦୂରେଇ ଯିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-ଷ୍ଟେନସାରୀ, ଔଷଧ ବ୍ୟବସାୟୀ ମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ। ଧନଦାୟକ ଅନେକ ଶୁଭକର୍ମର ସୁଯୋଗ ପାଇବେ। ଇଲେକ୍ଟ୍ରୋନିକ୍ସ ସରଞ୍ଜାମ, କମ୍ପୂଟର, ମୋବାଇଲ ଆଦି କ୍ରୟ କରିବେ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍ ମନେକରି ପାଠ ପଢାରେ ମନଯୋଗ ଦେବେ। ରାଜନୈତିକ କ୍ଷେତ୍ରରେ ଦଦୁଲ୍ୟମାନ ପରିସ୍ଥିତି ସୃଷ୍ଟିହେବା ଫଳରେ ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବିଚ୍ଛା:-ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ।ଗୃହରେ ଶୁଭକାର୍ଯ୍ୟର ଆୟୋଜନ କରିପାରିବେ। ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ବା ସମସ୍ୟା ଦୂର ହେବ। କାହାକୁ ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମିଳିଯିବ। କାମ କାର୍ଯ୍ୟରେ କୌଣସି ନୂତନ ପଦ୍ଧତି ବ୍ୟବହାର କରି ଦୁଇଗୁଣା ଲାଭ ଉଠେଇବେ। ପ୍ରତିକାର-ନାଲିରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।
ଧନୁ:-ରାଜନୀତି କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ ଓ ଧନଦାୟକ ଅନେକ ଶୁଭକର୍ମର ସୁଯୋଗ ପାଇବେ। ଅନ୍ୟର ଚିନ୍ତାଧାରାକୁ ଧ୍ୟାନ ଦିଅନ୍ତୁ ନାହିଁ। ଧର୍ମକାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି। ବ୍ୟବସାୟୀମାନେ ଭଲ ଅର୍ଡର ପାଇବେ ଓ ଆୟ ପନ୍ଥାର ପରିବର୍ତ୍ତନ ଆସିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖା ଦେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
ମକର:-ନିଜର କ୍ଷମତାକୁ ଯଥା କ୍ଷେତ୍ରରେ ପ୍ରୟୋଗ କରି ବିଶେଷ ଲାଭବାନ ହୋଇ ପାରିବେ। ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ବଢ଼େଇବା ପାଇଁ ନୂଆ ଭାଗିଦାରୀ ଖୋଜିବେ। ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଆଗ୍ରହୀ ହେବେ। ନିଜର କଥାବାର୍ତ୍ତା ଓ ଚେଷ୍ଟା ଦ୍ୱାରା ବଡ଼ଧରଣ ବ୍ୟବସାୟର ଡିଲ୍ ନିଜ ନାମରେ କରିପାରିବେ। କୌଣସି ବଡ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇପାରନ୍ତି। ଆଶାଠାରୁ ଅଧିକ ଧନ ଲାଭ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-ଶରୀର ସୁସ୍ଥ ରହିବା ସହ ଶତୃ ପରାଜିତ ହେବେ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ନୂତନ ଚାକିରୀ ପାଇବାର ସମ୍ଭାବନା ଅଛି। ବ୍ୟସ୍ତ ରହିବା ସତ୍ବେ ପରିବାରକୁ ସମୟ ଦେବା ଜରୁରୀ। ଛାତ୍ରମାନେ ଯେକୌଣସି ବଡ଼ ପ୍ରକଳ୍ପରେ ସଫଳତା ପାଇ ପାରିବେ। ବ୍ୟବସାୟରେ ବଡ ନିବେଶକଙ୍କ ସମର୍ଥନ ପାଇବା ସମ୍ଭବହେବ। ପୁଞ୍ଜି ନିବେଶ କରିବା ପୂର୍ବରୁ ବିଦ୍ୱାନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଶ୍ଚୟ ନିଅନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ:-ଯଶ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଆପଣଙ୍କ ଜ୍ଞାନ ଏବଂ ବୁଦ୍ଧି ସବୁଆଡେ ପ୍ରଶଂସିତ ହେବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆପଣଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉତ୍କୃଷ୍ଟ ହେବ। ସାହିତ୍ୟ ସହିତ ଜଡିତ ଥିବା ଲୋକମାନେ ପୁରସ୍କାର ପାଇ ପାରିବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମଧୁରତାଭାବ ବୃଦ୍ଧିପାଇବ। ନିଜକୁ ପ୍ରତ୍ଯେକ କ୍ଷେତ୍ରରେ ସତ୍ୟବାଦୀ ବୋଲି ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିବେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।