ଦୈନିକ ରାଶିଫଳ: 15 ଫେବୃୟାରୀ 2023, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ଫେବୃୟାରୀ ମାସ ୧୫ତାରିଖ, ବୁଧବାର, କୁମ୍ଭମାସ ୩ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ନବମୀ ତିଥି ସକାଳ ୭ଟା ୩୯ମିନିଟ ପରେ ଦଶମୀ ତିଥି, ଜ୍ୟୋଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର । ବ୍ୟାଘାତ ଯୋଗ ଦିବା ୧୦ଟା ପରେ ହର୍ଷଣ ଯୋଗ । ଗର କରଣ ସକାଳ ୭ଟା ୩୯ମିନିଟ୍ ପରେ ବଣିଜ କରଣ । କର୍କଟ ରାଶିର ଘାତବାର । ରାତ୍ରି ୧୨ଟା ୪୪ମିନିଟ ପରେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ନିଷିଦ୍ଧ ଖାଦ୍ୟ- ଲାଉ ନ ଖାଇଲେ ଭଲ ସକାଳ ୭ଟା ୩୯ମିନିଟ୍ ପରେ କଲମଶାଗ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ସକାଳ ୭ଟା ୩୯ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦଶମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୯ଟା ୧୦ମିନିଟ୍ ରୁ ୧୦ଟା ୩୫ମିନିଟ୍, ଦିବା ୧୨ଟା ରୁ ୧ଟା ୨୬ମିନିଟ୍, ରାତ୍ରି ୩ଟା ୯ମିନିଟ୍ ରୁ ୪ଟା ୪୪ମିନିଟ୍ । ଶୁଭସମୟ- ସକାଳ ୬ଟା ୧୯ମିନିଟ୍ ରୁ ୭ଟା ୫୦ମିନିଟ୍, ଦିବା ୧୦ଟା ୩୫ମିନିଟ୍ ରୁ ୧୧ଟା ୩୮ମିନିଟ୍, ଦିବା ୧ଟା ୫୪ମିନିଟ୍ ରୁ ୪ଟା ୫୬ମିନିଟ୍, ସନ୍ଧ୍ୟା ୬ଟା ୩୨ମିନିଟ୍ ରୁ ୧୦ଟା ୪୪ମିନିଟ୍, ରାତ୍ର ୨ଟା ୬ମିନିଟ୍ ରୁ ରାତ୍ର ୩ଟା ୯ମିନିଟ୍, ରାତ୍ର ୪ଟା ୪୪ମିନିଟ୍ ରୁ ୬ଟା ୧୯ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସାମାଜିକ ଉତ୍ସବରେ ଯୋଗ ଦେବେ । ଭାଇ ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢିବାର ଆଶା ସଫଳ ହେବ । ପରିବାରର ଗୁରୁଜନଙ୍କ ପ୍ରତି ଆଦରଭାବ ଜାଗୃତ ହେବ । ମନୋରଞ୍ଜନ ଓ ହସ-ଖୁସିରେ ଦିନ କାଟିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବୃଷ:-ଶୁଭ ସମାଚାର ଶୁଣି ମାନସିକ ସ୍ଥିରତା ବଢିବ । ବ୍ୟବସାୟରେ ସଫଳତା ମିଳିବ ଓ ଅଭିଷ୍ଟ ପ୍ରାପ୍ତି ହେବ । ଅଟକିଥିବା ଧନ ମିଳିଯିବ । କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି ପାଇପାରନ୍ତି । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ । ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟରରେ ଉନ୍ନତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ଶାରୀରିକ ଅସୁସ୍ଥତା ଦୂର ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଦୂରଯାତ୍ରାର ସୁଯୋଗ ପାଇବେ । ନୂତନ କର୍ମପାଇଁ ପ୍ରୟାସରତ ଥିଲେ ଶୁଭସୂଚନା ପାଇବେ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରିବେ । ରାଜକୀୟ ମାମଲାରେ ସଫଳତା ମିଳିବ । ପାଠ ପଢ଼ାରେ ମନଯୋଗ ଦେବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

କର୍କଟ:-ପରିବାରରେ ଶାନ୍ତି ଦେଖାଦେବ । ରାଜନୀତିରେ ପଦୋନ୍ନତି, ଯଶପ୍ରତିଷ୍ଠା, ମାନସମ୍ମାନ ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ । ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିବେ । ପିଲାମାନଙ୍କ ଚାଲି ଚଳନରେ ପରିବର୍ତ୍ତନ ଯୋଗେ ପ୍ରସନ୍ନ ରହିବେ । ଉଦରପୀଡ଼ା, ରକ୍ତଚାପ ରୋଗପାଇଁ କଷ୍ଟ ଭୋଗି ପାରନ୍ତି । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ମେଣ୍ଟିଯିବ । ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବେ । ଦୂରଯାତ୍ରା ପାଇଁ ସୁଯୋଗ ଆସିପାରେ । ମାନସିକ ଚିନ୍ତା ଦୂର ହେବ । ସାଧାରଣ ଲୋକମାନେ ଆପଣଙ୍କ ବା-ଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:-ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ । ନୂତନ ରୋଜଗାର ପ୍ରାପ୍ତି ହୋଇପାରେ । ଉଧାର ଦେଇଥିବା ଟଙ୍କା ଫେରି ପାଇବେ । ଉଚ୍ଚଶିକ୍ଷା ତଥା ନୂଆ ଜିନିଷ ହାସିଲ କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟରେ ଉନ୍ନତି କରିବା ପାଇଁ ବନ୍ଧୁ ମିତ୍ର ଓ ଶୁଭଚିନ୍ତକଙ୍କ ସାହାଯ୍ୟ ଲୋଡିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ତୁଳା:-ସନ୍ତାନମାନେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିଲେ ପଢା ପଢିରେ ମନଯୋଗ ଦେବେ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ଘର ବା କାର୍ଯ୍ୟ । ଳୟ ପରିବର୍ତ୍ତନ କରିପାରନ୍ତି ଯାହାଫଳରେ ଅଳ୍ପ ବାଧା ଆସିବ । ପାରିବାରିକ କ୍ଷେତ୍ରରେ ଇଛାଶକ୍ତି ସମ୍ୟକ ବୃଦ୍ଧି ପାଇବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଠିକ୍ ବୁଝାମଣା ବଜାୟ ରହିବ । ଟଙ୍କ । ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା:-ସହକର୍ମୀମାନେ କାମର ପ୍ରଶଂସା କରିବେ । ବାକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ ତେଣୁ ମନରେ ସନ୍ତୁଷ୍ଟି ଆସିବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ଯେକୌଣସି କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ । ବନ୍ଧୁ ଓ ପଡୋଶୀଙ୍କ ସହିତ ମିଳନ ହୋଇ ଗହଣା, ବସ୍ତ୍ର ଓ ଅନ୍ୟ ସାମଗ୍ରୀ ଉପହାର ମିଳି ପାରେ । ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଦିନଟି କାଟିବେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:- ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଆର୍ଥିକ ସ୍ଥିତି ସୁଧୁରିଯିବା ଫଳରେ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । କର୍ମ କ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ରାଜନୀତିରେ ସଫଳତା ମିଳିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମକର:-ସନ୍ତାନସୁଖ ମିଳିବାସହ ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ଅଧା ହୋଇଥିବା କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ ଚେଷ୍ଟିତ ହେବେ । ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବ । ବ୍ୟବସାୟରେ ଉନ୍ନତି ସହ ଲାଭପ୍ରାପ୍ତି ହେବ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-ସାଂସାରିକ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ଅନେକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ । କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:-ସରକାରୀ କାର୍ଯ୍ୟରେ ବିଜୟ ପ୍ରାପ୍ତ ହେବ । ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ଧାର୍ମିକ, ସାହିତ୍ୟ ପଢିବା ପାଇଁ ମନ ବଳାଇବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ନିଜର ଟେକ ରଖିବା ପାଇଁ କିଛି ଏମିତି କାର୍ଯ୍ୟ କରିବେ ଯାହାଫଳରେ ଲୋକମାନେ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ଖରାପକୁ ଭଲରେ ଜିତିବାକୁ ହେବ । କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!