ଦୈନିକ ରାଶିଫଳ: 15 ଫେବୃୟାରୀ 2021, ମହାଦେବଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ ସବୁ ଦୁଃଖ କଷ୍ଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଫେବୃୟାରୀମାସ ୧୫ତାରିଖ, ସୋମବାର, କୁମ୍ଭମାସ ୪ଦିନ, ମାଘମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର, ମୀନରାଶିରେ ଚନ୍ଦ୍ର । ମିଥୁନରାଶିର ଘାତବାର । ଧନୁରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୦ମିନିଟ୍ ରୁ ୭ଟା ୪୩ମିନିଟ୍, ଦିବା ୧୦ଟା ୫୩ମିନିଟ୍ ରୁ ୧ଟା ୮ମିନିଟ୍, ଦିବା ୪ଟା ୧୮ମିନିଟ୍ ରୁ ୪ଟା ୫୫ମିନିଟ୍, ସନ୍ଧ୍ୟା ୬ଟା ୩୩ମିନିଟ୍ ରୁ ୯ଟା ୩ମିନିଟ୍, ରାତ୍ର ୧୨ଟା ୧ମିନିଟ୍ ରୁ ୨ଟା ୫୬ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । କର୍ମନିଯୁକ୍ତି କ୍ଷେତ୍ରରେ ସଫଳତା ଦେଖାଦେବ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଦୂରଯାତ୍ରାର ସୁଯୋଗ ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଆୟ ଅପରିବର୍ତ୍ତିତ ରହି ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ମିଥୁନ:-

ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ଆୟର ସ୍ରୋତ ବୃଦ୍ଧି ହେବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଘରୋଇ ସମସ୍ୟାର ସମାଧାନ ହୋଇ ବ୍ୟବସାୟିକ ସଫଳତା ମିଳିବା ସହ ଆୟର ସ୍ରୋତ ଖୋଲିଯିବ । ଦାମ୍ପତ୍ୟ କଳହର ଅବସାନ ଘଟିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।

କର୍କଟ:-

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ଆୟ ଉପାର୍ଜନର ବୃଦ୍ଧି ହେବ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସନ୍ତାନ ସନ୍ତତି ଅତ୍ୟଧିକ ପରିଶ୍ରମ କରି ଲାଭ ପାଇବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-

ସାମାଜିକ ପତିଆରା ଅମଳିନ ରହିବ । ବିଦ୍ୟାରେ ଉନ୍ନତି ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କନ୍ୟା:-

ଶତୃମାନେ ପରାଜିତ ହୋଇ ମିତ୍ରଭାବ ଆଚରଣ କରିବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । କର୍ମଜୀବିମାନଙ୍କର ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ଫଳରେ ଆୟ ବୃଦ୍ଧି ପାଇବ । ପ୍ରିୟଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ନୂତନ କର୍ମ ନିଯୁକ୍ତିର ସୂଚନା ପାଇବେ । ରାଜନେତାମାନଙ୍କର ଅଶାନ୍ତି ଦୂରେଇଯିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । ବ୍ୟବସାୟରେ ନୂତନଧାରା ଖୋଲିବେ ଓ ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ହେବ । ନିର୍ମାଣମୂଳକ ଯୋଜନାରେ ଆଗେଇବେ । ଆର୍ଥିକ ଦିଗରୁ ସୁବିଧା ଓ ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ । ଅଚାନକ ଧନପ୍ରାପ୍ତି ହେବ । ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ସମାଧାନ ହୋଇ ପାରେ । ଉଚ୍ଚାଧିକାରି ଓ ସହକର୍ମୀ ମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ବିଚ୍ଛା:-

ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ପୁରାତନ ରୋଗର ଉପଶମ ହେବା ଫଳରେ ମନ ଶାନ୍ତ ରହିବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ ଓ ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ରହିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ବ୍ୟବସାୟୀମାନଙ୍କର ଲାଭ ଅଧିକ କରିବେ ଓ ବୈଷୟିକ ରୁଚି ପୂର୍ତ୍ତି ହେବ । ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ପ୍ରତିକାର- ନାଲିବସ୍ତ୍ର ପରିଧାନ କରନ୍ତୁ ।

ଧନୁ:-

ସନ୍ତାନ-ସନ୍ତତିଙ୍କ ମର୍ଜି ରକ୍ଷା କରି ଶାନ୍ତି ପାଇବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ଅଯଥାରେ ସମୟ ନଷ୍ଟ ନ କରି ସଜାଗ ରହିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ସାମାଜିକ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଯୋଜନା କରି ପାରନ୍ତି । ନୂତନ କର୍ମଆଶାୟୀ ଯୁବକ ଯୁବତୀମାନଙ୍କର ଆଶା ପୂରଣ ହେବ । କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର ହେବ । ବ୍ୟବସାୟ କ୍ଷେତ୍ରରୁ ଆର୍ଥିକ ବୃଦ୍ଧି ସହ ବକେୟା ଅର୍ଥ ପ୍ରାପ୍ତି ହେବ । ବକେୟା ଅର୍ଥ କିଛି ମିଳିବା ସହ ଋଣ କରିଲେ ଋଣ ମିଳିଯିବ । ମାନସିକ ଶାନ୍ତି ମିଳିବ ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ:-

ସ୍ୱାସ୍ଥ୍ୟ ଭଲ ରହିବ । ମାଆ ବାପାଙ୍କ ସହ ସମ୍ପର୍କ ଭଲ ରହିବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟ କ୍ଷେତ୍ରରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । ରାଜନେତା ମାନେ ଦୂର ସ୍ଥାନକୁ ଯାତ୍ରା କଲେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ସନ୍ତାନର ଶିକ୍ଷା ପାଇଁ ଦୂର ଯାତ୍ରା କରିବାକୁ ପଡ଼ି ପାରେ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହେବ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-

ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧିହେବ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । ଶତୃମାନେ ପରାଜିତ ହେବେ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ପ୍ରେମିକ ପ୍ରେମିକାମାନେ ଗୁପ୍ତ ପ୍ରେମରେ ସଫଳ ହୋଇ ପାରନ୍ତି । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!