ଦୈନିକ ରାଶିଫଳ: 14 ମାର୍ଚ୍ଚ 2023, ମଙ୍ଗଳବାର, ମା’ ମଙ୍ଗଳାଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚମାସ ୧୪ ତାରିଖ, ମଙ୍ଗଳବାର, କୁମ୍ଭମାସ ୩୦ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଅନୁରାଧା ନକ୍ଷତ୍ର ଦିବା ୮ଟା ୧୨ମିନିଟ ପରେ ଜ୍ୟୋଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର। ବଜ୍ର ଯୋଗ ଦିବା ୩ଟା ୧୩ମିନିଟ ପରେ ସିଦ୍ଧି ଯୋଗ। ବିଷ୍ଟି କରଣ ଦିବା ୯ଟା ପରେ ବବ କରଣ। ମକର ରାଶିର ଘାତବାର। ନିଷିଦ୍ଧ ଖାଦ୍ୟ- ତାଳ ନ ଖାଇଲେ ଭଲ ରାତ୍ରି ୮ଟା ୨୨ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ। ଯୋଗିନୀ- ବାୟବ୍ୟେ ରାତ୍ରି ୮ଟା ୨୨ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ। ଶ୍ରାଦ୍ଧ ତର୍ପଣ- ସପ୍ତମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ପ୍ରାତଃ ୭ଟା ୨୮ମିନିଟ୍ ରୁ ୮ଟା ୫୮ମିନିଟ୍, ଦିବା ୨ଟା ୨୫ମିନିଟ୍ ରୁ ଦିବା ୨ଟା ୫୪ମିନିଟ୍, ସନ୍ଧ୍ୟା ୭ଟା ୨୩ମିନିଟ୍ ରୁ ୮ଟା ୫୩ମିନିଟ୍। ଶୁଭସମୟ- ଦିବା ୮ଟା ୫୮ ମିନିଟ ରୁ ୧୦ଟା ୪୪ମିନିଟ୍, ଦିବା ୧ଟା ୭ମିନିଟ୍ ରୁ ଦିବା ୧ଟା ୨୫ମିନିଟ୍, ଦିବା ୪ଟା ୨୩ମିନିଟ୍ ରୁ ୫ଟା ୦୪ମିନିଟ୍, ସନ୍ଧ୍ୟା ୫ଟା ୫୨ମିନିଟ୍ ରୁ ୬ଟା ୪୦ ମିନିଟ, ରାତ୍ର ୯ଟା ୦୬ମିନିଟ୍ ରୁ ରାତ୍ର ୧୧ଟା ୩୧ମିନିଟ୍, ରାତ୍ର ୧ଟା ୫୬ମିନିଟ୍ ରୁ ୩ଟା ୩୩ ମିନିଟ। ପର୍ବଦିନ- ମାସାନ୍ତ, ଚୈତ୍ର ମଙ୍ଗଳବାର ଓଷା ପ୍ରଥମ ପାଳି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢି ପାରେ। କର୍ମକ୍ଷେତ୍ରରେ ଦାଇତ୍ଵ ବଢିବ। ପାରିବାରିକ ସମସ୍ୟା ସୁଧୁରି ଯିବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ବୃଷ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ସମାଜସେବାରେ ସ୍ଵନାମ ଅର୍ଜନ କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇବେ। ଆର୍ଥିକ ସହାୟତାରେ ଉଚିତପନ୍ଥା ଗ୍ରହଣ କରିବେ। ବ୍ୟବସାୟ ସମ୍ବନ୍ଧୀୟ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପାରିବାରିକ କ୍ଷେତ୍ରରେ ହସଖୁଶିର ବାତାବରଣ ସୃଷ୍ଟି ହେବ। ଯାହା ଚିନ୍ତା କରିଛନ୍ତି ଆଜି ତାହା ପୂରଣ କରିବାକୁ ଚେଷ୍ଟା କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-ଶତ୍ରୁବାଧା ଦୂରେଇ ଯିବ। ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ଖୁସି ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ବକେୟା ଅର୍ଥ କିଛି ମିଳିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଯଶ, ମାନସମ୍ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବିଦ୍ୟା କ୍ଷେତ୍ରରେ ସଫଳ ହେବେ। ରାଜକୀୟ ମାମଲାରେ ସଫଳତା ମିଳିବ। ସହକର୍ମୀମାନେ କାମର ପ୍ରଶଂସା କରିବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

କର୍କଟ:-ବୁଦ୍ଧି ଓ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ। ବହୁତ ପରିଶ୍ରମ କଲେ ସାମାନ୍ୟ ଅର୍ଥ ଲାଭ ହେବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ଜନସମ୍ପର୍କ ସୁଦୃଢ ହେବ। ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣି ପାରନ୍ତି। ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ। ବନ୍ଧୁଙ୍କ ଆର୍ଥିକ ସହାୟତାରେ ଖୁସି ହେବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ। ଶୁଭ କାମ କରି ପ୍ରଶଂସିତ ହେବେ। ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:-ଶାରୀରିକ ସୁସ୍ଥତା ଅନୁଭବ କରିବେ। ଶତୃମାନେ ଦୂରେଇ ଯିବେ। ରୋଜଗାରରେ ଉନ୍ନତି ହେବ। ଆୟ ଉପାର୍ଜ୍ଜନ ବୃଦ୍ଧି ସହ ଋଣରୁ ମୁକ୍ତି ମିଳିବ। ଯାତ୍ରାଫଳରେ ଉତ୍ସାହିତ ହେବେ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। କେତେକ କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ଭୋଗ ବିଳାସଦ୍ରବ୍ୟ କ୍ରୟକରି ପାରନ୍ତି। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ପାରିବାରିକ ଜୀବନରେ ସୁଧାର ହେବ। ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ। ଶତୃମାନେ ମଥାନତ କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ରାଜନୀତି କ୍ଷେତ୍ରରେ ପ୍ରଶଂସା ପାଇବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ। କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-ଶୁଭକାମ କରି ପ୍ରଶଂସିତ ହେବେ। ମାନସିକସ୍ଥିତି ସୁଦୃଢ ରହିବ। କର୍ମ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ। ପାରିବାରିକ କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟୀମାନେ ଭଲ ଲାଭ ପାଇପାରିବେ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମକର:-କର୍ମକ୍ଷେତ୍ରରେ ଶୁଭ ସୂଚନା ପାଇବେ। ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କାର୍ଯ୍ୟବ୍ୟସ୍ତତା ଯୋଗୁ ସମୟ ପାଇବେନାହିଁ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ମନ ଅଶାନ୍ତି ଲାଗିବ। ଶାରିରୀକ ଅସୁସ୍ଥତା ଦେଖାଦେଇ ପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସ୍ୱାସ୍ଥ୍ୟ ଉତ୍ତମ ରହିବ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ବୃଦ୍ଧି ହେବ। ଯାନବାହାନର କେତେକ ସମସ୍ୟା ସମାଧାନ ହେବ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାର ପରିପୂର୍ଣ୍ଣ ହେବ। ଭାଗୀଦାରଙ୍କ ପାଇଁ ଆକସ୍ମିକ ଧନପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା କରିବେ। ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ପ୍ରତିକାର- ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ମୀନ:-ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!