ଦୈନିକ ରାଶିଫଳ: 14 ଜୁଲାଇ 2022, ମା ଲକ୍ଷ୍ମୀଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ ୧୪ତାରିଖ, ଗୁରୁବାର, ମିଥୁନମାସ ୩୦ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ପ୍ରତିପଦତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର । ବୈଧୃତି ଯୋଗ ସକାଳ ୮ଟା ୨୬ମିନିଟ୍ ପରେ ବିଷ୍କୁମ୍ଭ ଯୋଗ । ବାଳବ କରଣ ଦିବା ୧୦ଟା ୧୧ମିନିଟ୍ ପରେ କୌଳବ କରଣ । ତୁଳା, କୁମ୍ଭ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର । ପାଣିକଖାରୁ ନ ଖାଇଲେ ଭଲ ରାତି ୮ଟା ୧୬ମିନିଟ୍ ପରେ ବୋଇତିକଖାରୁ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ରାତି ୮ଟା ୧୬ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୩ଟା ୮ମିନିଟ୍ ରୁ ସନ୍ଧ୍ୟା ୬ଟା ୨୫ମିନିଟ୍, ରାତ୍ରି ୧୧ଟା ୫୨ମିନିଟ୍ ରୁ ରାତ୍ରି ୧ଟା ୧୪ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୨୦ମିନିଟ୍ ରୁ ୬ଟା ୧୦ମିନିଟ୍, ଦିବା ୯ଟା ୪୨ମିନିଟ୍ ରୁ ୧୧ଟା ୨୫ମିନିଟ୍, ସନ୍ଧ୍ୟା ୭ଟା ୧୦ମିନିଟ୍ ରୁ ରାତ୍ର ୯ଟା ୧୮ମିନିଟ୍, ରାତ୍ର ୧ଟା ୧୫ମିନିଟ୍ ରୁ ୨ଟା ୨୪ମିନିଟ୍, ରାତ୍ର ୩ଟା ୫୩ମିନିଟ୍ ରୁ ୫ଟା ୧୮ମିନିଟ୍ । ପର୍ବଦିନ- ବୋଲବମ୍ ଯାତ୍ରା ଆରମ୍ଭ ।

ମେଷ:-ଶୁଭ ସମାଚାର ପାଇ ମନ ଖୁସି ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଦୂରଯାତ୍ରାକରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ । ବିଦ୍ୟା ଓ ଖେଳରେ ଉନ୍ନତି ହେବ । ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ବ୍ୟବସାୟରେ ଅଚଳାବସ୍ଥା ସୁଧୁରିଯିବ । ପ୍ରତିକାର- ନାଲିବସ୍ତ୍ର ପରିଧାନ କରନ୍ତୁ । ନତୁବା ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ବୃଷ:-ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । ପରିବାରରେ ସୁଖ-ଶାନ୍ତି ଯୋଗେ ସମସ୍ତ ଚିନ୍ତା ଦୂର ହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବନ୍ଧୁବାନ୍ଧବଙ୍କ ଦିଗରୁ ହସଖୁଶିର ବାତାବରଣ ସୃଷ୍ଟି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଆନନ୍ଦିତ ହେବେ । ଟଙ୍କାପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକୂଳ ପରିସ୍ଥିତି ଦୂରେଇଯିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସହାୟତାରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ଖାଇବା ପିଇବାରେ କିଛି ଅସନ୍ତୁଳନ ହୋଇପାରେ । ପ୍ରତିକାର- ତୁଲସୀମୂଳ ମାଟି ମସ୍ତକରେ ଧାରଣ କରନ୍ତୁ ।

ସିଂହ:-ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍ । ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିବେ । ଉଚିତ୍ମାର୍ଗରେ ଗତିକରି ବ୍ୟବସାୟରେ ସଫଳତା ଅର୍ଜନ କରିବେ । ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରି ନେବା ଉଚିତ୍ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସ୍ଥିରବସ୍ଥା ଆସିବା ଫଳରେ ଆତ୍ମସନ୍ତୋଷ ଆଣିଦେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ । ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଆର୍ଥିକସ୍ଥିତିରେ ଉନ୍ନତି ହେବ । କର୍ମରେ ଉନ୍ନତି ସହିତ ଓ ଶୁଭଫଳ ପ୍ରାପ୍ତି ହେବ । ସୁଖ ସମ୍ପଦ ପ୍ରାପ୍ତି ହେବ । ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ତୁଳା:-କମିଶନ କାର୍ଯ୍ୟରେ ବିଶେଷ ଲାଭ ହେବାର ସମ୍ଭାବନା ଅଛି । ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟୀମାନେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଉଚ୍ଚ ସମ୍ଭାବନାର ଆଶାଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ । ନୂତନ ସମ୍ପତି କ୍ରୟ କରିବେ । କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ ଓ ସାହାଯ୍ୟ ସହଯୋଗ ମିଳିବ । ଆକସ୍ମିକ ଧନ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠାବୃଦ୍ଧି ହେବ । ପ୍ରତିକାର- ଲାଲଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ଧନୁ:-ଶରୀର ସୁସ୍ଥ ରହିବ । ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ମାନସିକ ଅଶାନ୍ତି ଦୂର ହେବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

ମକର:-ବ୍ୟବସାୟରେ ଉନ୍ନତି ହେବା ସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ସୁଖ ସମୃଦ୍ଧି ବୃଦ୍ଧିହେବାସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ କରିବେ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ । ପ୍ରତିକାର- ନୀଳରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କୁମ୍ଭ:-ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ରାଜନୀତିରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ ଓ ସ୍ଵନାମ ଅର୍ଜନ କରି ପାରିବେ । ବ୍ୟବସାୟରେ ସକାରାତ୍ମକ ଚିନ୍ତାଧାରା ଯୋଗେ ବିଶେଷ ଲାଭବାନ ହେବେ । ଗୃହୋପକରଣ କ୍ରୟ କରିବେ । ବିଦ୍ୟାରେ ଉନ୍ନତି କରିବେ । ଶରୀରପୀଡ଼ା ଭୋଗକରି ପାରନ୍ତି । ବାକ୍ୟ ସଂଯମତା ନରଖିଲେ କର୍ମଜୀବିମାନେ ଅସୁବିଧାର ସମ୍ମୁଖୀନ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ଫଳରେ ମାନସିକଶାନ୍ତି ପାଇବେ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ ଓ ନିଜ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!