ମେଷ:-
ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। ପରିବାରର ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ଦୂରଯାତ୍ରା କରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ। ଦାମ୍ପତ୍ୟ ସୁଖ କର୍ମମୁଖରତା ଯୋଗେ ବିଚ୍ଛିନ୍ନ ହୋଇପଡ଼ିବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ରାଜନେତାମାନଙ୍କର ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-
ବନ୍ଧୁମିତ୍ରଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିବ। ମହିଳାମାନେ ସମ୍ପର୍କୀୟମାନଙ୍କ ଦ୍ୱାରା ସୁବିଧା ପାଇବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ। ରାଜନୀତିରେ ପ୍ରଶଂସା, ବିଦ୍ୟାକ୍ଷେତ୍ର ରେ ସଫଳ, କୃଷିଦ୍ରବ୍ୟ ବାଣିଜ୍ୟରେ ଲାଭ। ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ଖେଳରେ ସଫଳତା ମିଳିବ। ଅଟକିଥିବା ଧନ ପ୍ରାପ୍ତି ହେବ। ବ୍ୟବସାୟ, ବାଣିଜ୍ୟରେ ଲାଭପାଇବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକସ୍ଥିତି ପ୍ରାୟତଃ ଭଲ ରହିବ। ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।
ମିଥୁନ:-
ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ଼ ରହିବ। ବ୍ୟବସାୟୀମାନଙ୍କର ବହୁତ ଦିନର ବାକିପଡିଥିବା ଅର୍ଥ ପାଇବେ ଓ ଆୟର ମାର୍ଗ ପ୍ରଶସ୍ତ ହେବ। ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବ। ପରିବାରର ସାହାଯ୍ୟରେ ଉପକୃତ ହେବେ। ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ ଓ ବନ୍ଧୁମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବେ। ଛାତ୍ରଛାତ୍ରୀ ମାନଙ୍କର ଖେଳରେ ଉନ୍ନତି ହେବା ସହ ଦୂରଯାତ୍ରାରେ ସୁଖମିଳିବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-
ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ସଙ୍କଟ ଦୂରେଇଯିବ। ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରିବେ। ମହିଳାମାନେ ପରିବାର କାର୍ଯ୍ୟରେ ରତହେବେ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ। ରାଜନୀତିକ୍ଷେତ୍ରରେ ସମ୍ମାନ ପାଇବେ। ସାହିତ୍ୟ, ସମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ସିଂହ:-
ଶିଳ୍ପ, ବାଣିଜ୍ୟ ବ୍ୟବସାୟରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ ଯଶ ପାଇବେ। ବିଦ୍ୟାରେ ଉନ୍ନତିହେବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ। ମହିଳାମାନେ ଆନୁଷ୍ଠାନିକ ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଓ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ରାଜନୀତିରେ ଲୋକସମ୍ପର୍କ ବଢ଼ିବ। ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସନ୍ତାନମାନଙ୍କର ଉନ୍ନତି, ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। ପ୍ରତିକାର:-ମାଂସଭୋଜନ, ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।
କନ୍ୟା:-
ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ। ଋଣ ଭରଣାରେ ସହଜ ହେବ। ଗୃହବାହନ ପ୍ରାପ୍ତି ହେବ। ବନ୍ଧୁଙ୍କ ସାହାଯ୍ୟ କ୍ରମେ ଖେଳକୁଦରେ ବିଜୟୀ ହେବେ। ଦୂରଯାତ୍ରାରେ ମିତ୍ରମାନଙ୍କଦ୍ୱାରା ଅନେକକାର୍ଯ୍ୟରେ ସଫଳତା ମିଳିବ। ଆକସ୍ମିକ ଧନଲାଭ ହେବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ଭ୍ରମଣ ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭପାଇବେ। ରାଜନୀତିରେ ପ୍ରଶଂସିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ତୁଳା:-
କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ। ମହିଳାମାନେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ଆୟ ଉତ୍ତମ ହେବ ଓ କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ନିଜ ଲୋକଙ୍କ ତରଫରୁ ଆଶ୍ଵା ସନା ବା ସହାନୁଭୂତି ପାଇବେ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ଖର୍ଚ୍ଚ ବଢ଼ିବାଯୋଗେ ପରିବାରରେ ଅସନ୍ତୋଷ ଦେଖାଦେଇ ପାରେ । ବ୍ୟବସାୟରେ ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।
ବିଚ୍ଛା:-
ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବ। ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇ ପାରନ୍ତି । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କାରବାରରେ ସ୍ଥିତି ଠିକ୍ ରହିବ। ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହି ପ୍ରସଂଶା ପାଇବେ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ।
ଧନୁ:-
ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ରୋଗୀ, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ। ବିତିଯାଇଥିବା ମାମଲାରେ ସଫଳତା ମିଳିବ। କାର୍ଯ୍ୟ କ୍ଷେତ୍ରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଆଶାତୀତ ଲାଭ ଉଠେଇବେ। ରାଜନୀତିରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।
ମକର:-
ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ଉତ୍ତମ ରୋଜଗାର କରିପାରିବେ। ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ଆର୍ଥିକସ୍ଥିତି ପୂର୍ବପରି ରହିବ। ସାମୟିକ ଚିନ୍ତା ଦୂରହେବ। ମହିଳାମାନେ ପିଲାଙ୍କସହ ଖୁସିରେ ରହିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, ଖେଳରେ ବିଜୟୀ ହେବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷକରି ମନ ଖୁସି ରହିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-
ଆର୍ଥିକ ସ୍ଥିତି ସ୍ଵଛଳ ରହିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ଯାନବାହାନ କ୍ରୟ ବିକ୍ରୟ ଓ ସଂପତ୍ତି କ୍ରୟ ବିକ୍ରୟ ଦ୍ୱାରା ପ୍ରଚୁର ଲାଭ ପାଇବେ। ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ବ୍ୟବସାୟରେ ସାହାଯ୍ୟ ସହଯୋଗ ପାଇ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ରାଜନୈତିକ କ୍ଷେତ୍ରରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ କ୍ଷାତି ବଢ଼ିବ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ପ୍ରତିଯୋଗିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ମୀନ:-
ରାଜନୀତିରେ ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିବନ୍ଧକ ସୃଷ୍ଟି କଲେମଧ୍ୟ ପ୍ରଶଂସା ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ନ ହରାଇ କାର୍ଯ୍ୟ କଲେ ବ୍ୟବସାୟିକସ୍ଥିତି ସୁଦୃଢ ହେବ। ବାଦବିବାଦ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବା ଫଳରେ ପରିବାରରେ ଆନନ୍ଦ ଲହରୀ ଖେଳିଯିବ। ମହିଳାମାନେ ସମସ୍ୟା ସମାଧାନ କରି ଶାନ୍ତି ପାଇବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ସନ୍ତାନ ମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ। ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।
Jyotirbid Dr. Pramod Satapathy
Jantra Jyotisha, Cuttack
Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri
For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988