ଦୈନିକ ରାଶିଫଳ: ୧୪ ଫ୍ରେବୃୟାରୀ ୨୦୨୦, ମା ସନ୍ତୋଶୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ବ୍ୟବସାୟରେ ପ୍ରଚୁର ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଫେବୃଆରୀ ମାସ ୧୪ତାରିଖ, ଶୁକ୍ରବାର, କୁମ୍ଭ ମାସ ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ଷଷ୍ଠୀ ତିଥି, ଚିତ୍ରା ନକ୍ଷତ୍ର, ପ୍ରାତଃ ୭ଟା ୨୭ ମିନିଟ୍ ଗତେ ସ୍ଵାତୀ ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। ପିତା ଦ୍ରବ୍ୟ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୧ ରୁ ୭ଟା ୫ମି, ସକାଳ ୭ଟା ୫୨ ରୁ ୯ଟା ୯ମି, ଦିବା ୧୨ଟା ୨୪ ରୁ ୨ଟା ୩୮ମି, ଦିବା ୪ଟା ୧୧ ରୁ ୫ଟା ୪୦ମି, ସନ୍ଧ୍ୟା ୭ଟା ୨୩ ରୁ ୮ଟା ୫୦ମି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତିଙ୍କର  ଉନ୍ନତି ହେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବା ଫଳରେ ଶୁଭ ସମାଚାର ପ୍ରାପ୍ତି ହେବ। ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବା ଯୋଗେ ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ। କୌଣସି ମାଙ୍ଗଳିକ ଉତ୍ସବରେ ଯୋଗଦାନ କରିବେ। ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ। ବ୍ୟବସାୟରେ ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ପ୍ରତିକାର ମସୁରଡାଲି ଦରିଦ୍ରକୁ ଦାନ କରନ୍ତୁ।

ବୃଷ:-

ମାଲିମୋକଦ୍ଦମାରେ ବଂଧୁ ସହଯୋଗରେ ବିଜୟ ପ୍ରାପ୍ତ ହେବ। ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ। କାରବାରରେ ଲାଭ ହେବ। ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହେବ। ଶତୃମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ। କୌଣସି ଧର୍ମସ୍ଥଳ, ମନ୍ଦିର, ମଠକୁ ଯିବା ପାଇଁ ପୋଗ୍ରାମ୍ କରିବେ। ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ। ସାମୁହିକ ଗତିବିଧି ଦ୍ଵାରା ଆପଣ ସଫଳତା ହାସଲ କରିପାରିବେ। ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। ପ୍ରତିକାରଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ।

ମିଥୁନ:-

ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରି ପାରନ୍ତି। ବଂଧୁଙ୍କଠାରୁ ଶୁଭ ସମାଚାର ଶୁଣି ବା ଶୁଭ ସନ୍ଦେଶ ପାଇ ମନ ଉତ୍ସୁକ ହେବ। ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। କର୍ମକ୍ଷେତ୍ରରେ କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ। ପ୍ରେମପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ। ବ୍ୟବସାୟରେ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ। ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ। ରାଜନୈତିକ ଯାତ୍ରାରେ ପୁରାତନ ଶତୃମାନେ ମୁଣ୍ଡଟେକି ପାରନ୍ତି। ପ୍ରତିକାର ଗୋମାତାକୁ ଖାଇବାକୁ ଦେବେ।

କର୍କଟ:-

କର୍ମକ୍ଷେତ୍ରରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ। ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ ଓ ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ହୋଇଥିବାରୁ ପ୍ରତିଯୋଗୀତା ପରୀକ୍ଷା ଆପଣଙ୍କ ସପକ୍ଷରେ ଯିବ। ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ଆଶାତୀତ ଲାଭ ପାଇବେ। ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ। ରାଜନୀତି କ୍ଷେତ୍ରରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବା ଫଳରେ ଆଗକୁ ବଢିବାରେ ସହାୟତା ମିଳିବ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ।  ପ୍ରତିକାରମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ସିଂହ:-

ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ। ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। କୌଣସି ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରିବେ। ପୁରାତନ ରୋଗରୁ ଉପଶମ ମିଳିବ। ଅଚାନକ ଭାବରେ ଧନ ଲାଭ ହେବ। ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। କୌଣସି ସାମାଜିକ ଓ ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ। ନୂତନ କାମ ଆରମ୍ଭ କରିପାରିବେ। ଶେୟର୍ସ, ନିବେଶ ଆଦିରେ ଲାଭ ହେବ। ପ୍ରତିକାର ଗୋଟାମୁଗ ଦରିଦ୍ରକୁ ଦାନ କରନ୍ତୁ।

କନ୍ୟା:- 

ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ।ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ। ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ। ଧର୍ମକାର୍ଯ୍ୟରେ ନିୟୋଜିତ ହେବେ। ଅନେକ ଦିଗରୁ ଖୁସି ମିଳିବ। ପ୍ରେମୀ-ପ୍ରେମିକଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ପ୍ରତିକାର କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ତୁଳା:-

କାମକାର୍ଯ୍ୟରେ ଗମ୍ଭୀରତା ପୂର୍ବକ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ। ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ। କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ। ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ। ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ରାଜନୀତି କ୍ଷେତ୍ରରେ ଲୋକ ପ୍ରିୟତା ବୃଦ୍ଧି ହେବା ସହ କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ପାଇବେ।  ପ୍ରତିକାର ଗୋଟାକୋଳଥ ଦରିଦ୍ରକୁ ଦାନ କରନ୍ତୁ।

ବିଚ୍ଛା:-

ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ। ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେଇ ପାରନ୍ତି। ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ। ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି। ଗୃହାପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ। ଇଛାଶକ୍ତି ପ୍ରବଳ ମାତ୍ରାରେ ଜାଗ୍ରତ ହେବା ଫଳରେ ଅର୍ଥର ସମ୍ୟକ ବୃଦ୍ଧି ହେବ। ଅଚାନକ ପରିସ୍ଥିତିରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ପ୍ରତିକାର ତିଳକଚନ୍ଦନ ଧାରଣ କରନ୍ତୁ। ଘାତ

ଧନୁ:-

ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରି ପାରିବେ। କୋର୍ଟ କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ। ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ। ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ସଫଳତା ପାଇବେ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ  ସଫଳ ହେବେ ନାହିଁ।  ପ୍ରତିକାର ଗୋଟାବିରି ଦରିଦ୍ରକୁ ଦାନ କରନ୍ତୁ। ଘାତ

ମକର:-

ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ। ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ଧୈର୍ଯ୍ୟ, ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇବେ। ମନ ଓ ଶରୀର ଭଲ ରହିବ। ପ୍ରତିକାର ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କୁମ୍ଭ:-

ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତ କରିବେ। ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ। କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ। ବ୍ୟାପାର ଓ କାରବାରରେ ବହୁତ ଲାଭ ପାଇବାର ଯୋଗଅଛି। ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆଗକୁ ବଢିବାରେ ସହାୟତା ମିଳିବ। ଦୂରଯାତ୍ରା କରିଲେ କଷ୍ଟ ସହିବାକୁ ପଡିବ। ପ୍ରତିକାରଗୋମାତାକୁ ଖାଇବାକୁ ଦେବେ।

ମୀନ:- 

ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଗୁରୁ ଗୁରୁଜନ ଓ ମାତା ପିତାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ। ନୂତନବନ୍ଧୁଙ୍କ ଆଗମନ ହେବ। ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ। ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତା ପୂର୍ଣ୍ଣ ଫଳ ପ୍ରାପ୍ତ ହେବ। ପ୍ରେମୀ-ପ୍ରେମିକାଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇ ପାରେ। ସ୍ଥାନାନ୍ତରର ଭୟ ମଧ୍ୟ ରହିବ। ସବୁ ଭଲଥିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ। ପ୍ରତିକାର:- ଗୋଟାମୁଗ ଦରିଦ୍ରକୁ ଦାନ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!