ଦୈନିକ ରାଶିଫଳ: 13 ଫେବୃୟାରୀ 2023, ମହାଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ଫେବୃୟାରୀ ମାସ ୧୩ତାରିଖ, ସୋମବାର, କୁମ୍ଭମାସ ୧ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ସପ୍ତମୀ ତିଥି ଦିବା ୯ଟା ୪୬ମିନିଟ ପରେ ଅଷ୍ଟମୀ ତିଥି, ବିଶାଖା ନକ୍ଷତ୍ର, ତୁଳାରାଶିରେ ଚନ୍ଦ୍ର । ବୃଦ୍ଧି ଯୋଗ ଦିବା ୨ଟା ୧୫ମିନିଟ୍ ପରେ ଧୃବ ଯୋଗ । ବବ କରଣ ଦିବା ୯ଟା ୪୬ମିନିଟ୍ ପରେ ବାଳବ କରଣ । ମିଥୁନ ରାଶିର ଘାତବାର । ନିଷିଦ୍ଧ ଖାଦ୍ୟ- ତାଳ ନ ଖାଇଲେ ଭଲ ଦିବା ୯ଟା ୪୬ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ଦିବା ୯ଟା ୪୬ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଅଷ୍ଟମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୭ଟା ୪୫ମିନିଟ୍ ରୁ ୯ଟା ୧୦ମିନିଟ୍, ଦିବା ୨ଟା ୫୧ମିନିଟ୍ ରୁ ୪ଟା ୧୬ମିନିଟ୍, ରାତ୍ରି ୧୦ଟା ୨୫ମିନିଟ୍ ରୁ ୧୨ଟା । ଶୁଭସମୟ- ସକାଳ ୬ଟା ୨୦ମିନିଟ୍ ରୁ ୭ଟା ୪୫ମିନିଟ୍, ଦିବା ୧୦ଟା ୫୨ମିନିଟ୍ ରୁ ଦିବା ୧ଟା ୮ମିନିଟ୍, ଦିବା ୪ଟା ୧୬ମିନିଟ୍ ରୁ ୪ଟା ୫୫ମିନିଟ୍, ସନ୍ଧ୍ୟା ୬ଟା ୩୧ମିନିଟ୍ ରୁ ରାତ୍ର ୯ଟା ୩ମିନିଟ୍, ରାତ୍ର ୧୨ଟା ରୁ ରାତ୍ର ୨ଟା ୫୭ମିନିଟ୍ । ପର୍ବଦିନ- କୁମ୍ଭ ସଂକ୍ରାନ୍ତି, ଅଷ୍ଟକା ଶ୍ରାଦ୍ଧ, କାଳାଷ୍ଟମୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବୃଷ:-ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଜୀବନ ସାଥିଙ୍କ ସହ ଭୂଲ ବୁଝାମଣା କଟି ଯାଇ ଶାନ୍ତି ବାତାବରଣ ସୃଷ୍ଟି ହେବ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟକ୍ଷେତ୍ରରେ ଆଶାନୁରୂପ ଲାଭପାଇବେ । ଶାରିରୀକ ଅସୁସ୍ଥତା ଦୂରେଇ ଯିବା ଫଳରେ ଆନନ୍ଦିତ ହେବେ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-କଳକାରଖାନାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଛାତ୍ରଛାତ୍ରୀମାନେ ଯାନ ବାହନ ଇତ୍ୟାଦି କ୍ରୟ କରିବା ପାଇଁ ଜିଦ୍ ଧରି ପାରନ୍ତି । କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେଇ ପାରେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ବିଜୟୀହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ । ପାରିବାରିକ ସମସ୍ୟା ସମାଧାନ ହୋଇ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ସିଂହ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରି ସୁଖଶାନ୍ତି ଫେରି ପାଇବେ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କନ୍ୟା:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ । ଛାତ୍ର-ଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବା ସହ ଋଣ ପରିଶୋଧ କରି ପାରନ୍ତି । କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ବିଚ୍ଛା:-ସହକର୍ମୀ ମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଅଧିକ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଆର୍ଥିକ ଉନ୍ନତି ଯୋଗୁ ଗୃହର ବାତାବରଣ ଶାନ୍ତ ରହିବ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସହକର୍ମୀ ମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଆଶାତୀତ ଲାଭବାନ ହେବେ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ କର୍ମପ୍ରାପ୍ତି ହେବ । ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ପ୍ରାପ୍ତି ହେବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମକର:-ଶରୀର ସୁସ୍ଥ ରହିବ । ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ । କର୍ମ କ୍ଷେତ୍ରରେ ଅସୁବିଧା ପରିସ୍ଥିତିକୁ ସାମାନ୍ୟ ଚେଷ୍ଟାରେ ସଜାଡି ଦେଇ ପାରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ । ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ବନ୍ଧୁବାନ୍ଧବଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଗୃହନିର୍ମାଣ, ଜମିଜମା କ୍ରୟ ବିକ୍ରୟ, ସେୟାର ବଜାର, ଜୁଆ, ଲଟେରୀ, ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନେ ଜଗିରଖି ଚଳିଲେ ଆଶାତୀତ ଲାଭ ପାଇବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟ କରିବେ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ସତର୍କତା ଅବଲମ୍ବନ ନକଲେ ବାଦବିବାଦ ମାଲିମକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ପରିଶ୍ରମୀ ନ ହେଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ । ପୈତୃକ ସମ୍ପତ୍ତିରେ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!