ଏହି ୧୨ ପ୍ରକାର ବିଧିରେ ଆପଣ ଜାଣିପାରିବେ ଆପଣଙ୍କ ଭବିଷ୍ୟତ, କେମିତି ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ପ୍ରକାରରେ ଭବିଷ୍ୟତ ବିଚାର କରାଯାଏ । କୁହାଯାଏ କି ଭାରତରେ ୧୫୦ ଠାରୁ ଅଧିକ ଜ୍ୟୋତିଷ ବିଦ୍ୟା ପ୍ରଚଳିତ ହେଉଛି । ଏହି ବିଦ୍ୟା ଭବିଷ୍ୟତ ବିଚାର କରିବା ପାଇଁ ସକ୍ଷମ ଥାଏ । କିନ୍ତୁ ମନରେ ପ୍ରଶ୍ନ ଆସେ ଯେ ଆମେ କେଉଁ ବିଦ୍ୟାରେ ଆମର ଭବିଷ୍ୟତ ଜାଣିବା ଉଚିତ୍, ତେବେ ଏଠାରେ ପ୍ରଚଳିତ କିଛି ଲୋକପ୍ରିୟ ଜ୍ୟୋତିଷ ବିଦ୍ୟା ବିଷୟରେ ସୂଚନା ଅଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- କୁଣ୍ଡଳୀ ଜ୍ୟୋତିଷ

ଏହା କୁଣ୍ଡଳୀ ଉପରେ ଆଧାରିତ ବିଦ୍ୟା ଅଟେ । ଏହାକୁ ତିନି ଭାଗ କରାଯାଇଛି । ତାହା ହେଲା- ସିଦ୍ଧାନ୍ତ ଜ୍ୟୋତିଷ, ସଂହିତା ଜ୍ୟୋତିଷ ଓ ହୋରା ଶାସ୍ତ୍ର । ଏହି ଶିକ୍ଷା ଅନୁଯାୟୀ ଜଣେ ବ୍ୟକ୍ତିର ଜନ୍ମ ସମୟରେ ଗ୍ରହ, ତାରା କିମ୍ବା ନକ୍ଷତ୍ର ଉପରେ ଆଧାର କରି ଏକ ଜାତକ କୁଣ୍ଡଳୀ ତିଆରି କରାଯାଏ ।

ଏହା ୧୨ଟି ରାଶି, ୯ଟି ଗ୍ରହ ଓ ୨୭ଟି ନକ୍ଷତ୍ରର ଅଧ୍ୟୟନ କରି ବ୍ୟକ୍ତିର ଭବିଷ୍ୟତ ବିଚାର କରାଯାଏ । ଉକ୍ତ ବିଦ୍ୟାକୁ ଅନେକ ଭାଗରେ ବିଭକ୍ତ କରାଯାଇଛି । କିନ୍ତୁ ଆଧୁନିକ ଯୁଗରେ ମୁଖ୍ୟତ ୪ଟିକୁ ବିବେଚନା କରାଯାଏ । ଏହା ହେଲା – ନବଜାତ ଜ୍ୟୋତିଷ, କଥାର୍ଚିକ ଜ୍ୟୋତିଷ, ପ୍ରତି ଘଣ୍ଟା ବା ପ୍ରଶ୍ନ କୁଣ୍ଡଳୀ ଜ୍ୟୋତିଷ ଓ ବିଶ୍ଵ ଜ୍ୟୋତିଷ ବିଦ୍ୟା ।

୨-ଲାଲ୍ କିତାବ ବିଦ୍ୟା-

ଏହା ଉତ୍ତରାଞ୍ଚଳ, ହିମାଚଳ ଓ କାଶ୍ମୀର ଅଞ୍ଚଳର ବିଦ୍ୟା ଅଟେ । ଏହା ଜ୍ୟୋତିଷ ଶାସ୍ତ୍ରର ପାରମ୍ପରିକ ସିଦ୍ଧାନ୍ତରୁ ଅଲଗା ହୋଇ ଏହାକୁ ବ୍ୟବହାରିକ ଜ୍ଞାନ ଭାବରେ ବିବେଚନା କରାଯାଏ । ଏହାକୁ ବହୁତ କଠିନ ବିଦ୍ୟା ବୋଲି କୁହାଯାଏ ।

ଏହି ବିଦ୍ୟାକୁ ଜାଣିବା ପରେ ଜାତକକୁ ନ ଦେଖି ଉପାୟ କହି ସବୁ ସମସ୍ୟା ସମାଧାନ କରାଯାଇପାରିବ । ଏହି ବିଦ୍ୟାର ସିଦ୍ଧାନ୍ତକୁ ଏକତ୍ର କରି ପ୍ରଥମେ ଏକ ପୁସ୍ତକ ପ୍ରକାଶିତ କରାଯାଇଥିଲା । ସେହି ପୁସ୍ତକର ନାମ ଲାଲ୍ କିତାବ ରଖାଯାଇଥିଲା । କୁହାଯାଇଛି ଯେ ଏହି ପୁସ୍ତକକୁ ଉର୍ଦୁ ଭାଷାରେ ଲେଖାଯାଇଥିଲା । ତେଣୁ ଏହା ବିଷୟରେ ଭ୍ରମ ଉତ୍ପନ୍ନ ହୋଇଥିଲା ।

୩-ଗଣିତୀୟ ଜ୍ୟୋତିଷ

ଏହି ବିଦ୍ୟାକୁ ଅଙ୍କ ବିଦ୍ୟା ମଧ୍ୟ କୁହାଯାଏ । ଏହି ବିଦ୍ୟାରେ ପ୍ରତେକ ଗ୍ରହ, ନକ୍ଷତ୍ର ଓ ରାଶି ଆଦିର ଅଙ୍କ ନିର୍ଦ୍ଧାରିତ ହୋଇଛି । ଏଥିରେ ଜନ୍ମ ତାରିଖ, ମାସ, ବର୍ଷକୁ ଯୋଡି ଭାଗ୍ୟଶାଳୀ ଅଙ୍କ ଓ ଭାଗ୍ୟ ବିଚାର କରାଯାଏ ।

୪- ନନ୍ଦୀ ନାଡି ଜ୍ୟୋତିଷ

ଏହା ମୁଖ୍ୟତ ଦକ୍ଷିଣ ଭାରତରେ ପ୍ରଚଳିତ ବିଦ୍ୟା ଅଟେ । ଯାହା କି ଏହା ତାଳ ପତ୍ରରେ ଭବିଷ୍ୟ ବିଷୟରେ ଜାଣି ହୁଏ । ଏହି ବିଦ୍ୟାର ଜନ୍ମ ହେଉଛି ଭଗବାନ ଶଙ୍କରଙ୍କ ଗଣ ନନ୍ଦୀ ଅଟେ । ଏହି କାରଣରୁ ଏହାକୁ ନନ୍ଦୀ ନାଡି ଜ୍ୟୋତିଷ କୁହାଯାଏ ।

୫- ପଞ୍ଚ ପକ୍ଷୀ ସିଦ୍ଧାନ୍ତ

ଏହାକୁ  ଦକ୍ଷିଣ ଭାରତରେ ମଧ୍ୟ ପ୍ରଚଳିତ କରାଯାଏ । ଏହି ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସମୟକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି । ପ୍ରତି ଭାଗକୁ ଏକ ନିର୍ଦ୍ଦିଷ୍ଟ ପକ୍ଷୀର ନାମରେ ନାମିତ କରାଯାଇଛି । ଏହି ସିଦ୍ଧାନ୍ତ ଅନୁସାରେ ଯେତେବେଳେ କୌଣସି କାର୍ଯ୍ୟ ସ୍ଥିର କରାଯାଏ, ସେହି ସମୟରେ ଯେଉଁ ପକ୍ଷୀ ଦେଖାଯାଏ ସେହି ପକ୍ଷୀର ଅନୁରୂପରେ ଫଳ ବିଚାର କରାଯାଏ । ପଞ୍ଚ ପକ୍ଷୀ ସିଦ୍ଧାନ୍ତ ଅନୁସାରେ ଥିବା ପକ୍ଷୀର ନାମ ହେଉଛି-ଶାଗୁଣା, ପେଚା, କାଉ, କୁକୁଡା ଓ ମୟୂର ଅଟେ । ତୁମର ଲଗ୍ନ, ନକ୍ଷତ୍ର, ଜନ୍ମ ସ୍ଥାନକୁ ଆଧାର କରି ତୁମର ପକ୍ଷୀର ଦେଖି ଭବିଷ୍ୟ ବିଷୟରେ ବିଚାର କରାଯାଏ ।

୬- ହସ୍ତରେଖା ଜ୍ୟୋତିଷ

ହାତର ରେଖା ବ୍ୟତୀତ ହାତରେ ଚକ୍ର, ଦ୍ଵୀପ, କ୍ରାସ ଆଦିର ଅଧ୍ୟୟନ କରି ବ୍ୟକ୍ତିର  ଭୁତ ଭବିଷ୍ୟ ବିଷୟରେ ବିଚାର କରାଯାଏ । ଏହା ପ୍ରାଚୀନ ବିଦ୍ୟା ଅଟେ । ଏହା ସବୁ ରାଜ୍ୟରେ ପ୍ରଚଳିତ ହେଉଛି ।

୭- ନକ୍ଷତ୍ର ଜ୍ୟୋତିଷ

ବୌଦ୍ଧିକ କାଳରେ ନକ୍ଷତ୍ରରେ ଆଧାରିତ ଜ୍ୟୋତିଷ ବିଜ୍ଞାନ ପ୍ରଚଳିତ ଥିଲା । ଏହି ନକ୍ଷତ୍ର ୨୭ଟି ପ୍ରକାରର ଅଛି । ଯେଉଁ ବ୍ୟକ୍ତି ଯେଉଁ ନକ୍ଷତ୍ରରେ ଜନ୍ମ ହେଉଥିଲା ସେହି ନକ୍ଷତ୍ର ଅନୁସାରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ବିଚାର କରାଯାଏ ।

୮- ଅଙ୍ଗୁଠା ଶାସ୍ତ୍ର

ଏହି ବିଦ୍ୟା ଦକ୍ଷିଣ ଭାରତରେ ମଧ୍ୟ ପ୍ରଚଳିତ ହେଉଛି । ଏହା ଆଙ୍ଗୁଠିର ଛାପ ନେଇ ସେଥିରେ ଦେଖାଯାଉଥିବା ରେଖାକୁ ଅଧ୍ୟୟନ କରି ବ୍ୟକ୍ତିର ଜାତକ ଭବିଷ୍ୟତ ବିଷୟରେ ବିଚାର କରାଯାଏ ।

୯- ସାମୁଦ୍ରିକ ବିଦ୍ୟା

ଏହି ବିଦ୍ୟା ପ୍ରାଚୀନ କାଳର ବିଦ୍ୟା ଅଟେ । ଏହା ବ୍ୟକ୍ତିର ଚେହେରା, ନାକ ଓ ମଥାର ରେଖା ସହିତ ଶରୀରର ଅଙ୍ଗଭଙ୍ଗକୁ  ଅଧ୍ୟୟନ କରି ବ୍ୟକ୍ତିର ଭବିଷ୍ୟତ ବିଷୟରେ ବିଚାର କରାଯାଏ ।

୧୦-ଚିନୀ ଜ୍ୟୋତିଷ

ଏହି ଜ୍ୟୋତିଷ ବିଦ୍ୟାରେ ୧୨ବର୍ଷକୁ ପଶୁଙ୍କ ନାମରେ ନାମିତ କରାଯାଇଛି । ଏହାକୁ “ପଶୁ ନାମାଙ୍କିତ ରାଶି ଚକ୍ର” କୁହାଯାଏ । ଏହା ୧୨ଟି ରାଶି ଅଛି, ଏହାକୁ ବର୍ଷ ବା ପଶୁ ସମ୍ବନ୍ଧିତ ବର୍ଷ ନାମରେ ଜଣାଯାଏ । ଏହା ମୂଷା, ବଳଦ, ଚିତ୍ତାବାଘ, ବିଲେଇ, ଡ୍ରାଗନ, ସାପ, ଘୋଡା, ଛେଳି, ମାଙ୍କଡ, ହରିଣ, କୁକୁର ଓ ସୁଆର ଆଦି । ଯେଉଁ ବ୍ୟକ୍ତି ଯେଉଁ ବର୍ଷରେ ଜନ୍ମ ହୁଏ ତାର ରାଶି ସେହି ବର୍ଷ ଅନୁସାରେ ହୁଏ । ତାହାର ଚରିତ୍ର, ଗୁଣ ଓ ଭାଗ୍ୟକୁ ମଧ୍ୟ ସେହି ବର୍ଷର ଗଣନା ଅନୁସାରେ ବିଚାର କରାଯାଏ ।

୧୧- ବୈଦିକ ଜ୍ୟୋତିଷ

ଏହି ବିଦ୍ୟା ଅନୁସାରେ ରାଶି ଚକ୍ର, ଜନ୍ମ ରାଶିର ଆଧାରରେ ଗଣନା କରାଯାଏ । ମୁଖ୍ୟତ ନକ୍ଷତ୍ରର ଗଣନା ଓ ଗତିର ଆଧାର ପ୍ରସ୍ତୁତ କରାଯାଏ । ମାନ୍ୟତା ଅନୁସାରେ ବେଦ ଜ୍ୟୋତିଷ ବ୍ୟକ୍ତିର ଭବିଷ୍ୟତ ପାଇଁ ନ ହୋଇ ଖଗୋଲିୟ ଗଣନା ତଥା କାଳକୁ ବିଭକ୍ତ କରିବା ପାଇଁ ବ୍ୟବହାର କରାଯାଉଥିଲା ।

୧୨- ଟୈରୋ କାର୍ଡ

ଏହି କାର୍ଡ ତାସ ପରି ହୋଇଥାଏ । ଯଦି କୌଣସି ବ୍ୟକ୍ତି ଏହି କାର୍ଡ ଦ୍ଵାରା ନିଜର ଭବିଷ୍ୟ ବିଷୟରେ ଜାଣିବାକୁ ଚାହେଁ, ତେବେ ଏହି କାର୍ଡ ମଧ୍ୟରୁ ଗୋଟିଏ କାର୍ଡ ବାହାର କରାଯାଏ ଓ ସେହି କାର୍ଡରେ ଯାହା ଲେଖା ଥାଏ ତାହା ସେହି ବ୍ୟକ୍ତିର  ଭବିଷ୍ୟତ ବିଷୟରେ ବିଚାର କରାଯାଏ ।

ଏହା ଯେପରି ଏକ ପିଞ୍ଜରାରେ ଶୁଆ ଥାଇ ଏକ କାର୍ଡ ବାହାର କରି ବ୍ୟକ୍ତିର ଭବିଷ୍ୟ କୁହାଯାଏ । ଠିକ୍ ସେହିପରି ଏକ ମେସିନ୍ ଅଛି ଯାହାକି ସେଥିରେ ଗୋଟିଏ ଟଙ୍କା ପକାଇଲେ ସେ ବ୍ୟକ୍ତିର ଭବିଷ୍ୟ କହିଥାଏ । ସେହିପରି କମ୍ପ୍ୟୁଟର ମାଧ୍ୟମରେ ମଧ୍ୟ ବ୍ୟକ୍ତିର ଭବିଷ୍ୟତ ବିଚାର କରାଯାଇଥାଏ ।

ଏହା ବ୍ୟତୀତ ମାୟା, ହେଲେନିଷ୍ଟିକ, ସେଲ୍ଟିକ, ପର୍ସିୟନ, ଇସ୍ଲାମିକ, ବେବିଲୋନୀ ଆଦି ଅନେକ ଜ୍ୟୋତିଷ ବିଦ୍ୟା ଅଛି । ସବୁ ଦେଶରେ ଅଲଗା ଅଲଗା ଜ୍ୟୋତିଷ ବିଦ୍ୟା ଅଛି । ଅଲଗା ଅଲଗା ଭବିଷ୍ୟତ ମଧ୍ୟ ବିଚାର କରାଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!