ଦୈନିକ ରାଶିଫଳ: 12 ଅକ୍ଟୋବର 2022, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅକ୍ଟୋବର ମାସ ୧୨ତାରିଖ, ବୁଧବାର, କନ୍ୟାମାସ ୨୬ଦିନ, କାର୍ତ୍ତିକମାସ କୃଷ୍ଣପକ୍ଷ, ତୃତୀୟାତିଥି, ଦ୍ଵିଜାନକ୍ଷତ୍ର, ମେଷରାଶିରେ ଚନ୍ଦ୍ର । ବଜ୍ର ଯୋଗ ଦିବା ୨ଟା ୧୯ମିନିଟ୍ ପରେ ସିଦ୍ଧି ଯୋଗ । ବାଣିଜ୍ୟ କରଣ ଦିବା ୧ଟା ୩୯ମିନିଟ୍ ପରେ ବିଷ୍ଟି କରଣ । କର୍କଟ ରାଶିର ଘାତବାର । ମେଷରାଶିର ଘାତଚନ୍ଦ୍ର । ପୋଟଳ ନ ଖାଇଲେ ଭଲ ରାତି ୧ଟା ୫୯ମିନିଟ୍ ପରେ ମୂଳା ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ରାତି ୧ଟା ୫୯ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ସକାଳ ୮ଟା ୩୮ମିନିଟ୍ ରୁ ଦିବା ୧୦ଟା ୫ମିନିଟ୍, ଦିବା ୧୧ଟା ୩୩ମିନିଟ୍ ରୁ ଦିବା ୧ଟା, ରାତ୍ରି ୨ଟା ୩୮ମିନିଟ୍ ରୁ ୪ଟା ୧୧ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୪ମିନିଟ୍ ରୁ ୮ଟା ୨ମିନିଟ୍, ଦିବା ୧୦ଟା ୨୪ମିନିଟ୍ ରୁ ୧୧ଟା ୩୨ମିନିଟ୍, ଦିବା ୧ଟା ୩୦ମିନିଟ୍ ରୁ ୩ଟା ୪୮ମିନିଟ୍, ସନ୍ଧ୍ୟା ୬ଟା ୧୨ମିନିଟ୍ ରୁ ରାତ୍ର ୭ଟା, ରାତ୍ର ୮ଟା ୪୧ମିନିଟ୍ ରୁ ୨ଟା ୩୭ମିନିଟ୍, ରାତ୍ର ୪ଟା ୧୨ମିନିଟ୍ ରୁ ୫ଟା ୪୩ମିନିଟ୍ ।

ମେଷ:-ସମାଜର ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ପ୍ରଶଂସିତ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ଉପଭୋଗ୍ୟ ହେବ । ହାତରେ ଥିବା ସୁଯୋଗ ବିଷୟରେ ଅବହେଳା କରନ୍ତୁ ନାହିଁ । ହଠାତ୍ ସୁଯୋଗ ପାଇବା ଦ୍ୱାରା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବସାୟରେ ବଡ ବିନିଯୋଗ କରିପାରିବେ । ଅଭିଭାବକମାନେ ଆପଣଙ୍କ ସହିତ ବହୁତ ଖୁସିରେ ରହିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ଚାକିରିର ଅବସ୍ଥା ଅତ୍ୟନ୍ତ ଅନୁକୂଳ ହେବ ଏହି ସମୟକୁ ଶାନ୍ତିପୂର୍ଣ୍ଣ ଏବଂ ସ୍ନେହରେ ବିତାନ୍ତୁ । ପରିଚାଳନା କାର୍ଯ୍ୟ ସହିତ ଜଡିତ ଲୋକମାନେ ସବୁ ପ୍ରକାର ସୁବିଧା ସୁଯୋଗ ପାଇବେ । ଅଧସ୍ତନ କର୍ମଚାରୀମାନେ କୌଣସି କାରଣରୁ ଆପଣଙ୍କ ଉପରେ କ୍ରୋଧିତ ହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ । ବିଦ୍ୟାର୍ଥୀଙ୍କର କେତେକ ସମସ୍ୟାର ସମାଧାନ ହୋଇ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମିଥୁନ:-ସ୍ୱାସ୍ଥ୍ୟରେ ଉନ୍ନତି, କର୍ମକ୍ଷେତ୍ରରେ ପଦନ୍ନୋତି, ସ୍ଥାନପରିବର୍ତ୍ତନ ଓ ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବା ଫଳରେ ବ୍ୟବସାୟରେ ନୂତନଧାରା ଖୋଲିବେ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ଜାଗା, ଜମି ଓ ଅନ୍ୟ ବ୍ୟବସାୟକ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଆର୍ଥିକ ସମ୍ବନ୍ଧୀୟ ବିଷୟଗୁଡ଼ିକ ପାଇଁ ଦିନଟି ଭଲ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-ସମ୍ୟକ ବୁଦ୍ଧି ଜାଗ୍ରତ ହେବା ଫଳରେ ରାଜନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହୋଇ ପାରନ୍ତି । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ । ଆର୍ଥିକ ଅନାଟନ ଯୋଗୁଁ ଗୃହର ବାତାବରଣ ଅଶାନ୍ତ ରହି ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ । କର୍ମକ୍ଷେତ୍ରରେ ନିଜର ଶକ୍ତି, ଉତ୍ସାହ ଓ ପ୍ରେରଣା ଭରପୁର ରହିବ । ମାନ-ସମ୍ମାନ, ଯଶ-ପ୍ରତିଷ୍ଠାରେ ବୃଦ୍ଧି ହେବ । କୌଣସି ରଚନାତ୍ମକ କାମ ନିଜ ହାତରେ ସମ୍ପନ୍ନ କରିବେ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିବ । ବରିଷ୍ଠ ବ୍ୟକ୍ତି ଓ ଗୁରୁ ଗୁରୁଜନଙ୍କ ଠାରୁ ପ୍ରଶଂସା ପାଇବେ । କୋର୍ଟକଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହିତ ହେବେ । ବନ୍ଧୁ, ମିତ୍ରଙ୍କ ସହଯୋଗରେ ରୋଜି-ରୋଜଗାରର ଉଚିତ୍ ସୁଯୋଗ ମିଳିବ । ଧର୍ମାନ୍ଧତାରୁ ଦୂରେଇ ରହି, ଅଧ୍ୟାତ୍ମିକତାର ପ୍ରଦର୍ଶନ କରିବେ । ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ । କର୍ମକ୍ଷେତ୍ରରେ ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୂଚାରୁଭାବେ ତୁଲାଇ ପାରିବେ । ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବାପାଇଁ ସକ୍ଷମ ହେବେ । କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ । ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ । ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବାସହ ଆଶାଜନକ ଲାଭ ପ୍ରାପ୍ତିହେବ । ଧାତୁ ବା ଅଳଙ୍କାରାଦି କ୍ରୟ କରିବେ । ଅବିବାହିତ ଯୁବକ-ଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗ ମିଳିବ । ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇବେ । ରାଜନୀତିରେ ସଫଳତା ମିଳିବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପାରିବାରିକ ସ୍ତର ହସ ଖୁସିରେ କଟିବ । କର୍ମକ୍ଷେତ୍ରରେ ଶୁଭ ଖବର ପାଇ ଖୁସି ହେବେ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ଅର୍ଥନୀତିର ବିପଦରୁ ମୁକ୍ତ ହେବେ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ଶାନ୍ତି ପାଇବେ । ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ବେଶ୍ ଦୁଇ ପଇସା ଲାଭ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ । ବିଦ୍ୟାରେ ଉନ୍ନତିହେବ । କାମକାର୍ଯ୍ୟରେ ଉନ୍ନତି ହେବ । କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ତୀର୍ଥାଟନ ଯାତ୍ରା କରିବାକୁ ବାଧ୍ୟ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆଶାତୀତ ଲାଭହେବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରେମୀକ ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ । ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ବାହାରକୁ ଯାତ୍ରା କରିବା ପାଇଁ ଯୋଜନା କରିବେ । କଷ୍ଟ ଓ ପରିଶ୍ରମ ସାର୍ଥକ ହେବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ଉନ୍ନତି ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ମୀନ:-ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ । ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ପଦୋନ୍ନତିର ସୁଯୋଗ ପାଇପାରିବେ । ରାଜନୈତିକ କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ପ୍ରେମପ୍ରସଙ୍ଗରେ ଅଧିକ ନିବିଡ ହେବା ସାଙ୍ଗକୁ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!