ଦୈନିକ ରାଶିଫଳ: 12 ମଇ 2022, ମା’ ଲକ୍ଷ୍ମୀଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ମଇମାସ ୧୨ତାରିଖ, ଗୁରୁବାର, ମେଷମାସ ୨୯ଦିନ, ବୈଶାଖମାସ ଶୁକ୍ଳପକ୍ଷ, ଏକାଦଶୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର । ହର୍ଷଣ ଯୋଗ ସନ୍ଧ୍ୟା ୫ଟା ୫୦ମିନିଟ୍ ପରେ ବଜ୍ର ଯୋଗ । ବାଣିଜ୍ୟ କରଣ ସକାଳ ୭ଟା ୧୭ମିନିଟ୍ ପରେ ବିଷ୍ଟି କରଣ । ତୁଳା ଓ କୁମ୍ଭ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ଶିମ୍ବ, ଆମିଷ ନ ଖାଇଲେ ଭଲ, ସନ୍ଧ୍ୟା ୬ଟା ୫୧ମିନିଟ୍ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ସନ୍ଧ୍ୟା ୬ଟା ୫୧ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଏକାଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୫୬ମିନିଟ୍ ରୁ ସନ୍ଧ୍ୟା ୬ଟା ୧୦ମିନିଟ୍, ରାତ୍ରି ୧୧ଟା ୪୨ମିନିଟ୍ ରୁ ରାତ୍ରି ୧ଟା ୬ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୧୭ମିନିଟ୍ ରୁ ୬ଟା ୫୮ମିନିଟ୍, ଦିବା ୧୦ଟା ୨୬ମିନିଟ୍ ରୁ ୧୨ଟା ୫୯ମିନିଟ୍, ରାତ୍ର ୨ଟା ୧୯ମିନିଟ୍ ରୁ ୩ଟା ୧ମିନିଟ୍ । ପର୍ବଦିନ- ସର୍ବସମ୍ମତ ମୋହିନୀ ଏକାଦଶୀ, ଲକ୍ଷ୍ମୀ ନାରାୟଣ ବ୍ରତ ।

ମେଷ:-ଜାଗା, ଜମି, ଯାନବାହନ ଆଦିର ସମସ୍ଯା ସମାଧାନ କରିବା ପାଇଁ ଯୋଗା ଯୋଗ କରି ପାରିବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ । ଋଣ ଭରଣାରେ ସହଜ ହେବ । ଭଲ କାମ କରି ସହାବସ୍ଥାନର ନିରାପଦ ବଳୟ ଭିତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବୃଷ:-ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ରାଜନୀତି କ୍ଷେତ୍ରରେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ । ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି ବ୍ୟବସାୟ କରିଲେ ଲାଭବାନ ହେବେ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନାହିଁ । ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କର୍କଟ:-ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଲେ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ସାଧୁ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ ଓ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ରାଜନୀତି କ୍ଷେତ୍ରରେ ଲୋକଙ୍କ ସମ୍ପର୍କରେ ରହିବେ, ସେଥିପାଇଁ ଇଣ୍ଟରନେଟ୍ ଠାରୁ ଆରମ୍ଭ କରି ଫୋନ୍ ସବୁ କାରବାର କରି ପାରନ୍ତି । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ତୁଳା:-ପାରିବାରିକ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆଚାର ବ୍ୟବହାରରେ ଶାନ୍ତ ହୋଇ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ରାଜନୀତି କ୍ଷେତ୍ରରେ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଯୋଗଦାନ ଦେଲେ ପ୍ରଶଂସା ପାଇବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଆୟ ଉପାର୍ଜନ ବୃଦ୍ଧି ହେବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ନିଜ ପରିଶ୍ରମରେ ସଫଳତା ପାଇବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ । ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ସନ୍ତାନମାନଙ୍କ ଉନ୍ନତି ପାଇଁ ଖୁସି ରହିବେ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କଲେ ସଫଳତା ପ୍ରାପ୍ତି ହେବ । କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ସୌହାର୍ଦ ତଥା ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ଯାତ୍ରାରେ ସଫଳ ହେବେ । ପରିବହନରେ ବିଶେଷ ଲାଭବାନ ହେବେ । ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଦ୍ଵାରା ପୂରସ୍କୃତ ହେବେ । ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ । ସ୍ଵାସ୍ଥ୍ୟରେ ସୁଧାର ଆସିବ । ଅଚାନକ ଭାବରେ ଦୂରଯାତ୍ରା କରି ପାରନ୍ତି । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ରାଜନୀତି କ୍ଷେତ୍ରରେ ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ ଓ କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଘର ପରିବାରକୁ ପ୍ରାଥମିକତା ଦେଲେ ଘରୋଇ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସା ପାଇବେ । ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆନନ୍ଦିତ ହେବେ । ପ୍ରତିକାର- ତିଳକଚନ୍ଦନ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!