ଦୈନିକ ରାଶିଫଳ: ୧୨ ଜୁଲାଇ ୨୦୨୦, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁଲାଇ ମାସ ୧୨ ତାରିଖ, ରବିବାର, ମିଥୁନ ମାସ ୨୮ ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ସପ୍ତମୀ ତିଥି, ଦିବା ୩ଟା ୪୮ମିନିଟ୍ ଗତେ ଅଷ୍ଟମୀ ତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର, ଦିବା ୮ଟା ୧୮ମିନିଟ୍ ଗତେ ରେବତୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର। ମେଷ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ତାଳ ନ ଖାଇଲେ ଭଲ, ଦିବା ୩ଟା ୪୮ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ। ଶୁଭସମୟ ସକାଳ ୭ଟା ୪ମିନିଟ୍ ରୁ ୯ଟା ୪୦ମିନିଟ୍, ଦିବା ୧ଟା ୩୧ମିନିଟ୍ ରୁ ୨ଟା ୫୪ମିନିଟ୍, ଦିବା ୪ଟା ୪୧ମିନିଟ୍ ରୁ ୪ଟା ୪୬ମିନିଟ୍, ସନ୍ଧ୍ୟା ୬ଟା ୨୬ମିନିଟ୍ ରୁ ୭ଟା ୫୧ମିନିଟ୍, ରାତ୍ର ୧୦ଟା ୪୮ମିନିଟ୍ ରୁ ୧୨ଟା ୫୬ମିନିଟ୍। ପର୍ବଦିନ କାଳାଷ୍ଟମୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସନ୍ତାନ ମାନଙ୍କ ଖୁସିରେ ଆନନ୍ଦିତ ହେବେ। ପରିବାର ଭିତରେ ଜଗିରଖି ନଚଳିଲେ କଳହ ସୃଷ୍ଟି ହେବାର ସମ୍ଭାବନା ଅଛି। ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି। ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ। ଅଧିକ ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବ। କୃତକର୍ମ ନିମନ୍ତେ ଅନୁଶୋଚନା, କୌଣସି ଦିଗରୁ ଉତ୍ତରଦାୟୀ ହୋଇ କ୍ଷୋଭ ଓ ଅବଶୋଷ ଅନ୍ତରରେ କୁହୁଳି ପାରେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍।  ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:-

ଅଚାନକ ଧନ ପ୍ରାପ୍ତି ହେବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ଜନସେବାରେ ନିଜକୁ ନିୟୋଜିତ କରି ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇବେ। ପରିବାରରେ ସୁଖ ଶାନ୍ତି ବାତାବରଣ ଜାରି ରହିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଶିକ୍ଷାକ୍ଷେତ୍ରରେ ସୁବିଧା ସୁଯୋଗ ପାଇ ଖୁସିହେବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ। ପ୍ରତିକାର ମୁହଁ ମିଠାକରି ଘରୁ ବାହାରନ୍ତୁ।

ମିଥୁନ:-

ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନ୍ୟାୟମାର୍ଗ, ମିଷ୍ଟ ବଚନ ଯୋଗେ ଅନେକ କ୍ଷେତ୍ରରେ ଉନ୍ନତିର ସୂଚନା ପାଇବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ବ୍ୟବସାୟ କ୍ଷେତ୍ରରେ ଅନେକ ସୂତ୍ରରୁ କିଛି ଧନ ପାଇବାର ଯୋଗ ଅଛି। ରାଜନୀତି କ୍ଷେତ୍ରରେ କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ଵନ୍ଦର ସମାଧାନ ବାଟ ଫିଟି ଯିବ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ସୁସ୍ଵାଦୁ ଭୋଜନ ପ୍ରାପ୍ତି ହେବ। ପ୍ରତିକାରମୁହଁ ମିଠାକରି ଘରୁ ବାହାରନ୍ତୁ।

କର୍କଟ:-

ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ଅନେକ ଦିଗରୁ ଖୁସି ମିଳିବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ। ପ୍ରେମିକ ପ୍ରେମିକା ମାନେ ବେଶ୍ ଆନନ୍ଦ ପାଇବେ। ଜମି ଜମା ସଙ୍କ୍ରାନ୍ତିୟ ସମସ୍ୟାର ଅପୋଷ ସମାଧାନ କରିବେ। ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇ ପାରେ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପ୍ରତିକାରଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଉତ୍ସାହ ଉଦ୍ଦିପନାରେ ଆଗେଇ ପାରିବେ। ବ୍ୟବସାୟରେ ଉତ୍ଥାନ ପତ୍ତନର ସମ୍ମୁଖୀନ ହେଲେ ମଧ୍ୟ ନିଜ ପରିଶ୍ରମରେ ସଫଳତା ପାଇବେ। ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। କିନ୍ତୁ ବାକ୍ୟ ସଂଯମତା ନରଖିଲେ କାର୍ଯ୍ୟରେ ଅସଫଳ ହେବେ। ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ସଂଘର୍ଷ ମଧ୍ୟ ଦେଇ ଗତି କରିବେ। ସନ୍ତାନ ଯୋଗେ ଚିନ୍ତିତ ରହିବେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କନ୍ୟା:-

ବିବାହ ଯୋଗ୍ୟ ଯୁବକ ଯୁବତୀ ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ।  ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ଆର୍ଥିକସ୍ଥିତିରେ ସୁଧାର ଆସିବ। ରାଜନୈତିକ କ୍ଷେତ୍ରରେ ଉଚ୍ଚପଦ ପଦବୀରେ ପ୍ରତିଷ୍ଠିତ ହେବେ। ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ। ପରିଶ୍ରମ କଲେ ଧନ ପ୍ରାପ୍ତି ହେବ। ମାନସିକ ଶାନ୍ତି ଅନୁଭବ କରିବେ। ସମସ୍ତ ଚିନ୍ତା ଦୂର ହେବ। ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ଉଚ୍ଚଶିକ୍ଷା ପାଇଁ ସୁଯୋଗ ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ବିବାହ ଯୋଗ୍ୟ ଯୁବକ ଯୁବତୀ ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ। ସାମାଜିକ ପତିଆରା ଅମଳିନ ରହିବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ନୂତନ ଯୋଜନା ପ୍ରସ୍ତୁତ କଲେ ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ। ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ପ୍ରତିକାର ମୁହଁ ମିଠାକରି ଘରୁ ବାହାରନ୍ତୁ।

ବିଚ୍ଛା:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି। ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଚାଲୁଥିବା କାର୍ଯ୍ୟରେ ବାଧା ଉପୁଜିବ ନାହିଁ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଗୁରୁ ଗୁରୁଜନମାନଙ୍କର ସହଯୋଗ ପାଇବେ। ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ।  କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଉତ୍ସାହିତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ। ମାଆ ବାପାଙ୍କ ଠାରୁ ସହଯୋଗ ମିଳିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ଅଧିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ବିବାହ ଯୋଗ୍ୟ ଯୁବକ ଯୁବତୀ ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସି ହେବେ। ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ। କେତେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇ ପରାକ୍ରମ ବଢିବ। ପରିଶ୍ରମ କଲେ ଧନ ପ୍ରାପ୍ତି ହେବ। ନୂତନ ବସ୍ତୁ କ୍ରୟ କରି ପାରିବେ। ଗୃହବାହନ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ସହ ବାଦବିବାଦ ମେଣ୍ଟି ଯିବା ଫଳରେ ଉତ୍ସାହ ସହ କାର୍ଯ୍ୟ କରିବେ ଓ ଆଶାନୁରୂପ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ବହୁଲୋକଙ୍କର ପ୍ରିୟ ଭାଜନ ହେବେ। ପ୍ରେମିକ ପ୍ରେମିକା ମାନେ ଉତ୍ସାହିତ ହେବେ। ବିଦ୍ୟା କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ:-

ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ ଉନ୍ନତି ଦେଖା ଦେବ। ବ୍ୟବସାୟ କ୍ଷେତ୍ରରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରେମିକ ପ୍ରେମିକା ମାନେ ବେଶ୍ ଆନନ୍ଦ ପାଇବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମୀନ:-

ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ବିବାହ ଯୋଗ୍ୟ ଯୁବକ ଯୁବତୀ ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ। ସାଂସାରିକ ଜୀବନ ସୁଖମୟ ହେବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳି ଯିବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ବେଶ୍ ଆନନ୍ଦ ପାଇବେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ଗୃହରେ ଲାଗିଥିବା ବିବାଦ ସମାଧାନ ହୋଇ ମାଆବାପା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!