ସାପ୍ତାହିକ ରାଶିଫଳ: ୧୧ ନଭେମ୍ବର ରୁ ୧୭ ନଭେମ୍ବର, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କର ହେବ ଆକସ୍ମିକ ଧନ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇ ପାରିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ପ୍ରେମୀପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ। ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ। ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ରାଜନୀତି କ୍ଷେତ୍ରରେ କଠିନ ପରିଶ୍ରମ ହେତୁ ସାମାଜିକ ପତିଆରା ଅମଳିନ ରହିବ। ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ନେତା, ରସାୟନଜ୍ଞ ଓ ଡାକ୍ତରମାନେ ସାମାନ୍ୟ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ। ପ୍ରତିକାର ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ। ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଚିକିତ୍ସକ ମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇପାରିବ। ମଧୁମେହ, ଚକ୍ଷୁ, ହୃଦୟ, ଯୌନରୋଗରୁ ଉପସମ ମିଳିବ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇବେ ଓ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ। ଆବଶ୍ୟକ ସମସ୍ତ ଜରୁରୀ କାର୍ଯ୍ୟ ସମସ୍ୟାର ସମାଧାନ କରି ପାରିବେ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ମାଲି ମକଦ୍ଦମାର ସମାଧାନ ହେବ। ଚିକିତ୍ସକ, ରସାୟନଜ୍ଞ, ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। ରୌପ୍ୟାଦି ଧାତୁଦ୍ରବ୍ୟ, ଔଷଧ, କ୍ଷୀର, ଜଳଜାତ ଦ୍ରବ୍ୟ, ଖାଇବାତେଲ, କାଚଦ୍ରବ୍ୟ, ଅତର, ସେଣ୍ଟ, ଷ୍ଟେସେନାରୀ, ଥଣ୍ଡାପାନୀୟ, ରେଡିମେଡ, କପଡା, ଶାଢୀ, ଲୁଗା, ସଉକୀନ୍ ଦ୍ରବ୍ୟ ବ୍ୟବସାୟରେ ପ୍ରବଳ ଲାଭ ପାଇବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ। ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ। ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ। ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ। ପ୍ରତିକାର ଗୋମାତାକୁ ଖାଇବାକୁ ଦିଅନ୍ତୁ।

ସିଂହ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶତୃମାନେ ତଳମୁହାଁ ହେବେ। ଠିକାଦାରୀ, ସଡକ, ଗୃହନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ। କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ। ମାଲିମକଦ୍ଦମାରେ ବିଜୟଲାଭ ହେବ। ସମସ୍ତ ସମସ୍ୟା ଅପସରି ଯିବ। ସନ୍ତାନ ଯୋଗେ ଆନନ୍ଦିତ ହେବେ। ଉଚ୍ଚାଧିକାରୀ, ସହ କର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିପାରିବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆକସ୍ମିକ ଧନ ଲାଭ ହେବ। ଶାରିରୀକ ସୁସ୍ଥତା ଦେଖା ଦେବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ପଦୋନ୍ନତି ଓ ସଫଳତା ଲାଭ କରିବା ସହ ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୂକ୍ତିହେବ। ଶତୃ, ରୋଗ, ଋଣରୁ ମୁକ୍ତି ହେବା ସହ ଆଶାନୁରୂପ ଲାଭ କରିବେ। ବ୍ୟବସାୟରେ ବିରାଟ ଯୋଜନାର ସଂକଳ୍ପ ନେବେ ଓ ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତ୍ତମ ରୋଜଗାର ହେବ। କର୍ମନିଯୁକ୍ତି କ୍ଷେତ୍ରରେ ସଫଳତା ଦେଖାଦେବ। ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳହେବେ। ପରିବାର ଜନଙ୍କ ଉନ୍ନତିରେ ଆନନ୍ଦିତ ହୋଇ ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଧାର୍ମିକ କାର୍ଯ୍ୟ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ। ବ୍ୟବସାୟ କ୍ଷେତ୍ରରେ କରଜର ମାତ୍ରା ହ୍ରାସ ପାଇବ। ଭୋଗ ବିଳାସରେ ସମୟ କାଟିବା ପାଇଁ ଆଗ୍ରହୀ ହେବେ ଓ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ। ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବା ଫଳରେ ମାନସମ୍ମାନ ବୃଦ୍ଧିହେବ। ଗୃହ, ଜାଗାଜମି ସମସ୍ୟାରେ ସାମିଲ ହେବେ। ବ୍ୟବସାୟ ଓ କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ପ୍ରତିକାର ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବିଚ୍ଛା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭୌତିକ ଓ ଆଧ୍ୟାତ୍ମିକ ମାମଲାରେବ୍ୟସ୍ତ ରହିବେ। ଅବହେଳିତ ଲୋକଙ୍କସହ ମିଳାମିଶା କରି କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ। ଆର୍ଥୀକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। ସେୟାର ବଜାରରେ ମୁନାଫା ମିଳିବ। ପୁରୁଣା ନିବେଶ ଲାଭ ଦେବ। ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବା ଫଳରେ ପରସ୍ପରକୁ ସାହାଯ୍ୟ ସହଯୋଗକରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ଧନୁ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। କର୍ମକ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହୋଇ ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମ ସନ୍ତୋଷ ବଢ଼େଇବ। ପରିବାରରେ ଉତ୍ତମ ଯୋଜନାବଦ୍ଧ ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ପ୍ରତିକାର ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

ମକର:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ମାନସିକବିଷାଦ ଦୂରହେବ, ଦାମ୍ପତ୍ୟକଳହର ଅବସାନ ହେବ। ବକେୟା ଅର୍ଥ କିଛି ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖିବେ। ଆୟ ଉପାର୍ଜ୍ଜନର ବୃଦ୍ଧି ହେବ। ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ବ୍ୟବସାୟରେ ଆଶାତୀତ ଲାଭମିଳିବ। କରଜରମାତ୍ରା ହ୍ରାସ ପାଇବ। ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ମାନସମ୍ମାନ ବୃଦ୍ଧିହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ।  ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ମନର ଅଶାନ୍ତି ଅସନ୍ତୋଷ ଦୂରହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ। ଆୟ ଉପାର୍ଜନରେ ବାଧାନାହିଁ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଅଚାନକ ଧନପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଦୂରଯାତ୍ରାରେ ସଫଳ ହେବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପିଲାମାନଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଉଚିତ୍। ପୁରାତନ ରୋଗର ଉପଶମ ହୋଇଯିବ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ସବୁପରେ ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ପ୍ରତିକାର ଗୋମାତାକୁ ଖାଇବାକୁ ଦିଅନ୍ତୁ।

ମୀନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପଦୋନ୍ନତି ସହ ନୂତନକର୍ମପ୍ରାପ୍ତି ହେବ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଆୟରସ୍ରୋତ ଖୋଲିଯିବ ଓ ଆୟବୃଦ୍ଧି ପାଇବ। ପୁରାତନ ରୋଗର ଉପଶମ ହୋଇଯିବ। ପାରିବାରିକ କ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ। ପରିବାରର ସମସ୍ୟା ସମାଧାନ ହୋଇଯିବ। ନୂତନ ବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାର କଲେ ଆଶାତିତ ଲାଭବାନ୍ ହେବେ। ସାମାଜିକ ସ୍ତରରେ ଖ୍ୟାତି ହେବ। କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!