ଦୈନିକ ରାଶିଫଳ: ୧୧ ସେପ୍ଟେମ୍ବର ୨୦୧୯, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ କ୍ଷେତ୍ରରୁ ଆଶାତୀତ ଲାଭପ୍ରଦ ହେବେ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ପୁରାତନ ଶତୃମାନେ ଦୂରେଇ ଯିବେ। ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ। ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହେବ। ବ୍ୟାଙ୍କ-ବାଲାନ୍ସ ବୃଦ୍ଧି ହେବ। ବନ୍ଧୁଙ୍କ ଆଗମନ ଫଳରେ ପାରିବାରିକ ପରିସ୍ଥିତି ବଦଳି ଯିବ। ସାମାଜିକ କାର୍ଯ୍ୟରେ ମାନ-ସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ। କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ। ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ। ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

କୌଣସି ଠାରୁ ଶୁଭ ସମାଚାର ଶୁଣି ମାନସିକତାରେ ପରିବର୍ତ୍ତନ ହେବ। ସାମୁହିକ ଗତିବିଧି ଦ୍ଵାରା ଆପଣ ସଫଳତା ହାସିଲ କରି ପାରିବେ। ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି। ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ଏବଂ ପରିଶ୍ରମରେ ଲାଭ ଓ ସୁଖ ପ୍ରାପ୍ତି ହେବ। ବହୁତ ପରିଶ୍ରମ କରି ଅର୍ଥ ଲାଭ ହେବ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ସମ୍ବନ୍ଧ ଓ ସମ୍ପର୍କରେ ସୁଧାର ଆସିବ। ଚାକିରୀ କ୍ଷେତ୍ରରେ ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିବ। ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ:-

ନିଜର ରଚନାତ୍ମକତା ଚରମ ହେବ ତଥା ଲୋକଙ୍କୁ ନିଜର କରି ପାରିବେ। ଆର୍ଥିକ ମାମଲା ସୁଧୁରିବ। ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ। ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। ପାରିବାରିକ ଜୀବନରେ ସୁଧାର ହେବ। କୋର୍ଟ-କଚେରୀ ମାମଲା ସମାଧାନ ହୋଇଯିବ। ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ।ବନ୍ଧୁ ମିତ୍ରଙ୍କ ଆଗମନ ହେବ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ଅଧିନସ୍ଥ କର୍ମଚାରୀଙ୍କ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

କର୍କଟ:-

ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ। କୌଣସିଠାରୁ ଶୁଭ ସମାଚାର ପାଇ କଷ୍ଟ ଦୂର ହେବ। ଶେୟର୍ସ, ନିବେଶ ଆଦିରେ ଲାଭ ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ଭୌତିକ ସୁଖ-ସୁବିଧା ସାଧନରେ ବୃଦ୍ଧି ହେବ। ବହୁତ ପରିଶ୍ରମ କରି ଅର୍ଥ ଲାଭ ହେବ, ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଚାକିରୀ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ। ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। କାରବାରରେ ଲାଭ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ।

ସିଂହ:-

ସ୍ଵାସ୍ଥ୍ୟରେ ଉନ୍ନତି ହେବ। ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ରୋଜି-ରୋଜଗାର ପାଇଁ ଉପଯୁକ୍ତ ସମୟ ଅଟେ। ଘରର କୌଣସି ନୂତନ ବସ୍ତୁ କ୍ରୟ କରି ପାରିବେ। କୌଣସିଠାରୁ ଶୁଭ ସମାଚାର ଶୁଣି ମନ ଉତ୍ସୁକ ହେବ। ପାରିବାରିକ ସ୍ଥିତି ବଦଳିବା ଯୋଗେ ହସ ଖୁସିରେ ସମୟ ବ୍ୟତୀତ ହେବ। ବ୍ୟାପାରରେ ଯଦି ପଥରକୁ ଛୁଇଁବେ ତେବେ ତାହା ହୀରାରେ ପରିଣତ ହେବ। ବିଦ୍ୟାର୍ଥୀ ମାନଙ୍କୁ ଶୁଭ-ସୂଚନା ପ୍ରାପ୍ତ ହେବ। କୌଣସି ବରିଷ୍ଠ ରାଜନେତା ବା ଅଧିକାରୀ, ସେଲିବ୍ରିଟ୍ ଦ୍ଵାରା ଦେଖାହେବା ଫଳରେ ପ୍ରଚୁର ଲାଭ ହେବ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

କନ୍ୟା:-

କୌଣସି ଶୁଭ ସମାଚାର ଶୁଣିବେ। କାମ-କାର୍ଯ୍ୟ ଓ ଚାକିରୀରେ ଉନ୍ନତି କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ। ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ପୁରାତନ ଶତୃମାନେ ଦୂରେଇ ଯିବେ। ଭୂମି ବା ଭବନ କ୍ରୟ କରି ପାରିବେ। ଦୂର ଯାତ୍ରା କରି ଲାଭବାନ ହେବେ। ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ। ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହେବ। ଧର୍ମକାର୍ଯ୍ୟରେ ନିୟୋଜିତ ହେବେ। ଆଧ୍ୟାତ୍ମିକ ଊର୍ଜାରେ ମନ ଓତ-ପ୍ରୋତ ରହିବ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତକୁ ମନେ ପକାଇବେ। ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:- 

ଶୁଭ ସମାଚାର ଶୁଣି ସ୍ଵାସ୍ଥ୍ୟରେ ସୁଧାର ଆସିବ। ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ସଫଳ ମିଳିବ ଓ ହସ-ଖୁସିରେ ସମୟ ବିତେଇବେ। କୌଣସି ନୂତନ ପ୍ରୋଜେକ୍ଟ ଆରମ୍ଭ କରି ପାରନ୍ତି। ଭବିଷ୍ୟ ଯୋଜନାରେ ଖୁସି ରହିବେ। ନୂତନ ରୋଜଗାର ମିଳିବାର ଉପଯୁକ୍ତ ସମୟ ଅଟେ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। ବଡ ବଡ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ପାରିବାରିକ ସୁଖ ଶାନ୍ତି ମିଳିବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ପ୍ରତିକାର:- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ।

ବିଚ୍ଛା:-

ସନ୍ତାନଙ୍କ ଚିନ୍ତା ଦୂର ହେବ। ମିତ୍ର ଓ ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ ଓ ଶୁଭ ସମାଚାର ଶୁଣିବେ। ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟମ ରହିବ। କାମ-କାର୍ଯ୍ୟରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଲୋକମାନେ ଆପଣଙ୍କ ସଚ୍ଚୋଟତା ଓ ସରଳତା ଭାବ ଦେଖି ଫାଇଦା ଉଠେଇବେ। କୌଣସି ଗୋପନୀୟ କଥା ଉଜାଗର ହେବାର ସମ୍ଭାବାନା ଅଛି। ପ୍ରେମ-ପ୍ରସଙ୍ଗରେ ଭୁଲ୍ ବୁଝାମଣାର ନିରାକରଣ ହେବ। ଅନୁସନ୍ଧାନ, ଖୋଜିବା, ଶୋଧ ପାଇଁ ସମୟ ଉପଯୁକ୍ତ ଅଟେ। କାରବାର ଓ ବ୍ୟାପାରରେ ଉନ୍ନତି ହୋଇ ଆଶାତୀତ ଲାଭ ପ୍ରାପ୍ତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ବା ସମସ୍ୟା ଦୂର ହେବ। ରାଜକୀୟ କାର୍ଯ୍ୟ ପ୍ରଭାବଶାଳି ବ୍ୟକ୍ତିଙ୍କ ସହାୟତାରେ ସମ୍ପନ୍ନ ହେବ। ପରିବାର ମଧ୍ୟରେ ସମୟ ବିତେଇବେ। ସୁନ୍ଦର ବସ୍ତୁପ୍ରତି ଆକର୍ଷିତ ହେବେ। ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ। ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ। ଧନ ଲାଭ ପ୍ରାପ୍ତ ହେବ। କାମ-କାର୍ଯ୍ୟ ପ୍ରତି ମନ ଲାଗିବ। କୌଣସି ନୂତନ କର୍ମ କରିପାରିବେ। ପ୍ରେମ-ପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ। କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ। ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ।

ମକର:-

ସମସ୍ତ କାର୍ଯ୍ୟର ସମସ୍ୟା ସମାଧାନ ହୋଇଯିବ। ଯଶ କୀର୍ତ୍ତିରେ ଉନ୍ନତି ହେବ। କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ କରିବେ। ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବ, କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ନିଶ୍ଚୟ ସମ୍ପନ୍ନ ହେବ। ପାରିବାରିକ ବାତାବରଣ ମଧ୍ୟ ପ୍ରତିକୂଳ ରହିବ। ବସ୍ତ୍ର, ଆଭୁଷଣ ଗହଣା ଆଦି କ୍ରୟ କରିପାରିବେ। ମାତା-ପିତାଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ। ରୋଜି-ରୋଜଗାରର ଉଚିତ୍ ଅବସର ମିଳିବ। ଶତୃ ବା ବିରୋଧୀଙ୍କ ଠାରୁ ସାବଧାନ ରହିବା ଉଚିତ୍। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

କୁମ୍ଭ:-

ନିଜର ବୁଦ୍ଧି ଓ ବିବେକ ଦ୍ଵାରା ସମସ୍ତ ସମସ୍ୟା ସମାଧାନ କରିପାରିବେ। ଆତ୍ମବିଶ୍ଵାସ ଓ ମନବଳ ଦ୍ଵାରା ବହୁତ ଆଗକୁ ବଢି ପାରିବେ। ଉଧାର ଦେଇଥିବା ଟଙ୍କା ମିଳିଯିବ। ଯେତେ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ଭଲ କାର୍ଯ୍ୟ କରି ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରି ପାରିବେ। ଏକତ୍ରିତ ହୋଇ ପାରିବାରିକ ସମସ୍ୟା ସମାଧାନ କରିବେ। କାମ-କାର୍ଯ୍ୟର ସ୍ଥିତି ସୁଧାର ହେବ ତେଣୁ ମନ ବହୁତ ହର୍ଷିତ ପ୍ରସନ୍ନ ଚିତ୍ତ ରହିବ। ଜ୍ୟୋତିଷ, କଳା, ସଙ୍ଗୀତ, ଧର୍ମସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ଅଧ୍ୟାପନ ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ମିଳିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-

ଭୂମି, ଭବନ ଓ ବାହନ କ୍ରୟ କରିବେ କିନ୍ତୁ ଭୂମି କ୍ରୟ କରିଲା ବେଳେ ଆବଶ୍ୟକ କାଗଜପତ୍ର ଭଲରେ ଦେଖି ବୁଝି-ବିଚାରୀ ରଖିବେ। କାର୍ଯ୍ୟରେ ବାଧା ଆସିଲେ ମଧ୍ୟ କାର୍ଯ୍ୟ ପୂରଣ ହେବ। ପୂର୍ବରୁ ଅଟକିଥିବା କାର୍ଯ୍ୟରେ ସଫଳ ହେବେ। ଫଶିଯାଇଥିବା ଷଡଯନ୍ତ୍ର ବା ଚକ୍ରବ୍ୟୁହ ମଧ୍ୟରୁ ମୁକୁଳିବେ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ସୁଧାର ହେବ। ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ। ପ୍ରତ୍ୟେକ କାର୍ଯ୍ୟ ସାବଧାନତା ପୂର୍ବକ କରିବା ଉଚ୍ଚିତ୍। ଋଣ ଓ ପୁଞ୍ଜିନିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!