ଦୈନିକ ରାଶିଫଳ: 11 ନଭେମ୍ବର 2022, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ନଭେମ୍ବର ମାସ ୧୧ତାରିଖ, ଶୁକ୍ରବାର, ତୁଳାମାସ ୨୬ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ତୃତୀୟାତିଥି, ମୃଗଶିରା ନକ୍ଷତ୍ର, ବୃଷରାଶିରେ ଚନ୍ଦ୍ର। ଶିବ ଯୋଗ। ବାଣିଜ୍ୟ କରଣ ସକାଳ ୭ଟା ୨୨ମିନିଟ୍ ପରେ ବିଷ୍ଟି କରଣ। ବିଛା, ଧନୁ, ମୀନ ରାଶିର ଘାତବାର। ବିଛା ରାଶିର ଘାତଚନ୍ଦ୍ର ସନ୍ଧ୍ୟା ୬ଟା ୧୭ମିନିଟ୍ ପରେ କନ୍ୟା ରାଶିର ଘାତଚନ୍ଦ୍ର। ପୋଟଳ ନ ଖାଇଲେ ଭଲ ରାତି ୮ଟା ୧୭ମିନିଟ୍ ପରେ ମୂଳା ନ ଖାଇଲେ ଭଲ। ଯୋଗିନୀ- ଆଗ୍ନେୟେ ରାତି ୮ଟା ୧୭ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ସକାଳ ୮ଟା ୪୩ମିନିଟ୍ ରୁ ୧୧ଟା ୩୦ମିନିଟ୍, ରାତ୍ରି ୮ଟା ୧୭ମିନିଟ୍ ରୁ ୯ଟା ୫୪ମିନିଟ୍। ଶୁଭସମୟ- ପ୍ରାତଃ ୫ଟା ୫୭ମିନିଟ୍ ରୁ ୬ଟା ୪୦ମିନିଟ୍, ସକାଳ ୭ଟା ୨୬ମିନିଟ୍ ରୁ ୮ଟା ୪୨ମିନିଟ୍, ଦିବା ୧୧ଟା ୫୩ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୬ମିନିଟ୍ ରୁ ୫ଟା ୩ମିନିଟ୍, ସନ୍ଧ୍ୟା ୫ଟା ୫୭ମିନିଟ୍ ରୁ ରାତ୍ର ୮ଟା ୧୬ମିନିଟ୍, ରାତ୍ର ୧୧ଟା ୫୭ମିନିଟ୍ ରୁ ୧ଟା ୩୮ମିନିଟ୍, ରାତ୍ର ୨ଟା ୩୨ମିନିଟ୍ ରୁ ୪ଟା ୧୩ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସରକାରୀ କ୍ଷେତ୍ରରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ସହ ପରିବାର ଜନଙ୍କ ସହିତ ସମୟ ବିତେଇବେ। ବ୍ୟାପାର ବାଣିଜ୍ୟ ଓ କାମକାର୍ଯ୍ୟର ସ୍ଥିତି ସନ୍ତୋଷ ଜନକ ହେବ। ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ। ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବୃଷ:-ସମ୍ପତ୍ତି ସମ୍ବନ୍ଧିୟ ମାମଲା ସତୃଙ୍କ ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ସମସ୍ତ ସମସ୍ୟାର ଫଇସଲା କରି ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ। ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରି ପାରିବେ। ପ୍ରତିକାର- ଧଳା ରୁମାଲଟିଏ ପାଖରେ ରଖନ୍ତୁ।

ମିଥୁନ:-ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଦିନଟି କାଟିବେ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହୋଇ ମନରେଥିବା କାମନା ପୂର୍ଣ୍ଣ ହେବ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ଋଣ ଭରଣାରେ ସହଜ ହେବ। ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ନିଜ ଲୋକମାନେ ହିଁ କାମରେ ଆସିବେ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଶତୃମାନେ ଦୂରେଇଯିବେ ଓ ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ।ମାନସିକ ଚିନ୍ତା ଦୂର ହେବ। ପ୍ରତିକାର- ତୁଲସୀ ମୂଳ ମାଟିଟିକେ ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ। ଶତ୍ରୁହାନି, ଉଚ୍ଚପ୍ରଶଂସା ଲାଭ, ଦମ୍ଭସାହସବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯାଇ ଅଶାନ୍ତିର ଝଡ ଶାନ୍ତ ହେବ। ଯାହା ଚିନ୍ତା କରିବେ ତାହା ପୂରଣ ହେବ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

କନ୍ୟା:-କେତେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ। ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ଗୃହ ସମସ୍ୟାରେ ଧନ୍ଦି ହୋଇଯିବେ। ଘରଲୋକଙ୍କୁ ଅବିଶ୍ଵାସ କରି ପରଲୋକଙ୍କୁ ବିଶ୍ଵାସ କଲେ ହଇରାଣରେ ପଡିବେ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ରାଜନୀତି କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ। ବ୍ୟବସାୟରେ ଶତୃଙ୍କ ଉପରେ ନଜର ରଖିଥିଲେ କ୍ଷତି ସହିବାକୁ ପଡିବ ନାହିଁ। ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-କର୍ମକ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ପରାୟଣ ହେବା ଫଳରେ ସହକର୍ମୀମାନେ କାମର ପ୍ରଶଂସା କରିବେ। ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। ନିଜ ଚେଷ୍ଟାରେ ବହୁତ କଷ୍ଟକଲେ ବାକିଥିବା ଅର୍ଥ କିଛି ପାଇ ପାରନ୍ତି। ଧାତୁଦ୍ରବ୍ୟ ବା ଅଳଙ୍କାରାଦି ହଜିଯାଇପାରେ। ପାରିବାରିକ ଜୀବନରେ ଗୁରୁଜନ କେହି ଅସନ୍ତୁଷ୍ଟ ରହିବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀମାନେ ଉଚିତ ପନ୍ଥା ଗ୍ରହଣ କରି ବିଦ୍ୟାରେ ସଫଳ ହେବେ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟିତ ହେବେ। ଅନେକ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ ଓ ଜନସମ୍ପର୍କ ସୁଦୃଢ ହେବ। ଆର୍ଥିକ ଅନାଟନ ଯୋଗୁ ଗୃହର ବାତାବରଣ ଅଶାନ୍ତ ରହିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ହଇରାଣ ହେବେ। ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବା ସହ ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ:-କର୍ମକ୍ଷେତ୍ରରେ ଅପେକ୍ଷା କରିଥିବା କାର୍ଯ୍ୟର ଶୁଭ ସୂଚନା ମିଳିବା ଫଳରେ ଶ୍ରମ ସାର୍ଥକ ହେବ। ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ। ପ୍ରେମ କ୍ଷେତ୍ରରେ ସମସ୍ତ ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମୀନ:-ସାମାଜିକ କାମରେ ପ୍ରଶଂସା ମିଳିବ। ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହୋଇ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ। ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ। ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!