ଦୈନିକ ରାଶିଫଳ: 11 ଜୁଲାଇ 2022, ମହାଦେବଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ ୧୧ତାରିଖ, ସୋମବାର, ମିଥୁନମାସ ୨୭ଦିନ, ଆଷାଢମାସ, ଶୁକ୍ଳପକ୍ଷ, ଦ୍ଵାଦଶୀତିଥି ଦିବା ୧୧ଟା ୧୪ମିନିଟ୍ ପରେ ତ୍ରୟୋଦଶୀ ତିଥି, ଅନୁରାଧା ନକ୍ଷତ୍ର ସକାଳ ୭ଟା ୪୯ମିନିଟ୍ ପରେ ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର । ଶୁକ୍ଳ ଯୋଗ । ବାଳବ କରଣ ଦିବା ୧୧ଟା ୧୪ମିନିଟ୍ ପରେ କୌଳବ କରଣ । ମିଥୁନ ରାଶିର ଘାତବାର । ପୋଇ, ମସୁରଡାଲି ନ ଖାଇଲେ ଭଲ ଦିବା ୧୧ଟା ୧୪ମିନିଟ୍ ପରେ ବାଇଗଣ ନ ଖାଇଲେ ଭଲ । ଯୋଗିନୀ- ନୈଋତେ ଦିବା ୧୧ଟା ୧୪ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଏବଂ ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୬ଟା ୫୬ମିନିଟ୍ ରୁ ୮ଟା ୩୫ମିନିଟ୍, ଦିବା ୩ଟା ୮ମିନିଟ୍ ରୁ ୪ଟା ୪୭ମିନିଟ୍, ରାତ୍ରି ୧୦ଟା ୩୦ମିନିଟ୍ ରୁ ୧୧ଟା ୫୨ମିନିଟ୍ । ଶୁଭସମୟ- ସକାଳ ୮ଟା ୪୯ମିନିଟ୍ ରୁ ୧୦ଟା ୩୨ମିନିଟ୍, ରାତ୍ର ୯ଟା ୨୦ମିନିଟ୍ ରୁ ୧୦ଟା ୨୯ମିନିଟ୍, ରାତ୍ର ୧୧ଟା ୫୩ମିନିଟ୍ ରୁ ୧୨ଟା ୧୩ମିନିଟ୍, ରାତ୍ର ୧ଟା ୪୨ମିନିଟ୍ ରୁ ରାତ୍ର ୩ଟା ୭ମିନିଟ୍, ରାତ୍ର ୩ଟା ୫୨ମିନିଟ୍ ରୁ ୪ଟା ୩୪ମିନିଟ୍ । ପର୍ବଦିନ- ଗରୁଡ ଶୟନ ଦ୍ଵାଦଶୀ, ରଥ ଉପରେ ଅଧରପଣା ନୀତି, ସୋମ ପ୍ରଦୋଷ ବ୍ରତ ।

ମେଷ:-ସାମୁହିକ ଗତିବିଧି ଦ୍ଵାରା ଆପଣ ସଫଳତା ହାସଲ କରି ପାରିବେ । କୌଣସି ଧର୍ମସ୍ଥଳ, ମନ୍ଦିର, ମଠକୁ ଯିବା ପାଇଁ ପୋଗ୍ରାମ୍ କରିବେ । ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି । ବଂଧୁଙ୍କଠାରୁ ଶୁଭ ସନ୍ଦେଶ ପାଇ ମନ ଉତ୍ସୁକ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ହୋଇଥିବାରୁ ପ୍ରତିଯୋଗୀତା ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାର ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ଯିବ । ରାଜନୈତିକ ଯାତ୍ରାରେ ପୁରାତନ ଶତୃମାନେ ମୁଣ୍ଡଟେକି ପାରନ୍ତି । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବୃଷ:-ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ । କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ । ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ । ଜାଗାଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ । ପ୍ରେମ-ପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ । ବ୍ୟବସାୟରେ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ । ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ସନ୍ତାନଙ୍କ ସ୍ୱାସ୍ଥ୍ୟରେ ଅଚାନକ ଉନ୍ନତି ହେବ । ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । କର୍ମକ୍ଷେତ୍ରରେ ନୂତନଜାଗାର ନିମନ୍ତ୍ରଣ ଆସିବ । ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ । ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ବିଜୟୀ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ପ୍ରସିଦ୍ଧି, ସାମାଜିକସ୍ଥିତି, ମାନସମ୍ମାନ ପାଇଁ କଠିନ ପରିଶ୍ରମ କରିବେ । ଜାଗା, ଜମି ଓ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତ ହେବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ଆତ୍ମବିଶ୍ୱାସ ବୃଦ୍ଧିପାଇବ । ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଶତୃମାନେ ପରାଜିତ ହେବେ । ସହକର୍ମୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ଟଙ୍କାର ଆବଶ୍ୟକତା ପୂରଣ କରି ପାରିବେ । ପୁରାତନ ରୋଗର ଉପସମ ହେବା ସହ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ଗୁରୁଜନଙ୍କ ଆଶୀର୍ବାଦ ଦ୍ଵାରା ସୁଖଭୋଗ କରିବେ । ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ପାରିବାରିକ ସ୍ତରରେ ବୁଝାମଣା ଠିକ୍ ଯୋଗେ ସୁଖ ଶାନ୍ତି ପ୍ରାପ୍ତି ସହ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ତୁଳା:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ବ୍ୟବସାୟୀକ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବର ଅଭାବ ଦେଖାଦେବ । ପ୍ରତିକାର- ମିଶ୍ରିଟିକେ ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ଭାଇବନ୍ଧୁ ମିତ୍ରମାନଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହୋଇ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଦକ୍ଷତା ଅର୍ଜନ କରି ପ୍ରଶଂସିତ ହେବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ପ୍ରେମପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେଲେ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ହଠାତ୍ କାହାର ଡକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ଧନୁ:-ବନ୍ଧୁ ମିତ୍ରଙ୍କ ଆଗମନ ହେବା ଫଳରେ ଶୁଭ ସମାଚାର ପ୍ରାପ୍ତି ହେବ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବା ଯୋଗେ ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ । କୌଣସି ସାମାଜିକ କାର୍ଯ୍ୟ ବା ଜନକଲ୍ଯାଣ କାର୍ଯ୍ୟର ଆୟୋଜନରେ ଯୋଗ ଦେବେ । ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ ଓ କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । କ୍ୟାରିୟର ମାମଲାରେ ଧୈର୍ଯ୍ୟ ଓ ସାହସର ସହ ବୁଝି ବିଚାରି ନିର୍ଣ୍ଣୟ ନେବା ଉଚିତ । ରାଜନୀତି ସ୍ତରରେ ମୁଣ୍ଡ ଉଚ୍ଚାକରି ଚାଲିବେ । ମାଲିମୋକଦ୍ଦମାରେ ଉତ୍ସାହିତ ହେବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

କୁମ୍ଭ:-ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ବନ୍ଧୁ ବାନ୍ଧବଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ପରିବାରରେ ଶାନ୍ତି ଦେଖା ଦେବ । ଛାତ୍ର ଛାତ୍ରୀମାନେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:-ସରକାରୀ କର୍ମଚାରୀମାନେ ସହକର୍ମୀମାନଙ୍କଠାରୁ ସାହାଯ୍ୟ, ସହଯୋଗ ପାଇ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ବ୍ୟବସାୟରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଉନ୍ନତି ଲାଭ ପ୍ରାପ୍ତି ହେବ । ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!