ଦୈନିକ ରାଶିଫଳ: ୧୦ ଜୁଲାଇ ୨୦୨୦, ମା ସନ୍ତୋଶୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁଲାଇ ମାସ ୧୦ ତାରିଖ, ଶୁକ୍ରବାର, ମିଥୁନ ମାସ ୨୬ ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ପଞ୍ଚମୀ ତିଥି, ଦିବା ୧୧ଟା ୩୮ମିନିଟ୍ ଗତେ ଷଷ୍ଠୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। ମିଥୁନ, ମୀନ ରାଶିର ଘାତଚନ୍ଦ୍ର। ବେଲ, ପଣସ ନ ଖାଇଲେ ଭଲ, ଦିବା ୧୧ଟା ୩୮ମିନିଟ୍ ପରେ ନିମ୍ବ ନ ଖାଇଲେ ଭଲ। ଶୁଭସମୟ ସକାଳ ୬ଟା ୧୧ମିନିଟ୍ ରୁ ୭ଟା ୨ମିନିଟ୍, ଦିବା ୧୨ଟା ୧୯ମିନିଟ୍ ରୁ ୨ଟା ୫୪ମିନିଟ୍, ସନ୍ଧ୍ୟା ୬ଟା ୨୬ମିନିଟ୍ ରୁ ୮ଟା ୩୫ମିନିଟ୍। ପର୍ବଦିନ ନାଗ ପଞ୍ଚମୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସାମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଭଫଳ ପ୍ରାପ୍ତିହେବ। କଳା, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଆଶାତୀତ ନମ୍ବର ରଖି ପ୍ରଶଂସିତ ହେବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିକାର:- ଅରୁଆଚାଉଳ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ।

ବୃଷ:-

ସାମାଜିକ ପତିଆରା ଅମଳିନ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ। ସନ୍ତାନଙ୍କ ସମ୍ବନ୍ଧରେ ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ବନ୍ଧୁଙ୍କ ଦ୍ଵାରା ସମ୍ପାଦନ କରିବେ। ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। ବାଦବିବାଦ ଓ ମାଲିମୋକଦ୍ଦମାର ସମାଧାନ ହେବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ପ୍ରତିକାରମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ମିଥୁନ:-

ସରକାରୀ ଚାପ ପଡିଲେ ମଧ୍ୟ ଅନେକ କ୍ଷେତ୍ରରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି। ବନ୍ଧୁମିତ୍ରଙ୍କ ଆଗମନ ହେବା ଫଳରେ ଧର୍ମ କର୍ମରେ ରୁଚି ବୃଦ୍ଧି ହେବ। ସତର୍କତା ଅବଲମ୍ବନ ନକଲେ ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେଇ ପାରେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍।  ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।  

କର୍କଟ:-

ଶତ୍ରୁମାନେ ମିତ୍ରବତ୍ କାର୍ଯ୍ୟ କରିବେ। ବିଦ୍ୟାର୍ଥୀ ମାନଙ୍କର ମାନସିକ ଅଶାନ୍ତି ଦୂର ହୋଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ରାଜନୈତିକ କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ। ପୂର୍ବ କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ଧଳା ଓ କଳାରଙ୍ଗର ଗାଡ଼ିଥିଲେ ଗାଡ଼ିରେ ଗୋଟିଏ ପଇଡ଼ରଖି ଯାତ୍ରା କରନ୍ତୁ। ପ୍ରତିକାର:- କୁଆ, କୁକୁରଙ୍କୁ ଖାଦ୍ୟ ଦେବା ଉଚିତ୍।

ସିଂହ:-

ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ। ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବା ପାଇଁ ଚୁକ୍ତିପତ୍ର କରିବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ। ପରିବାରରେ ମାନ ମନାନ୍ତର ଦୂର ହେବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। ସମୟକୁ ହାତ ଛଡ଼ା ନ କରିବା ଉଚିତ୍। କାରଣ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଧନଧାନ୍ୟ, ଗୋସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି। ନୂତନ କାର୍ଯ୍ୟଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବା ସହ ଆର୍ଥିକ ସମସ୍ୟା ଦୂର ହେବ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ। ମାନସିକ ଏକାଗ୍ରତା ବଜାୟ ରଖି ପାରିବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହୋଇ ଆଶାଜନକ ଫଳ ପ୍ରାପ୍ତିହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବ। ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ। ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ। ନୂଆ ସମ୍ପର୍କରେ ଉନ୍ନତି ହେବ ଓ ଅଧାଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। କର୍ମକ୍ଷେତ୍ରରେ  କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ। ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ମାନସିକ ଶାନ୍ତି ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ସାଂସାରିକ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ।  ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। କର୍ମକ୍ଷେତ୍ରରେ ଶୁଭଖବର ପାଇ ଖୁସି ହେବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ପରିବାରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି। କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ, କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗି ପାରନ୍ତି। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢ଼େଇବା ବୁଦ୍ଧିମତା ପୂର୍ଣ୍ଣ ହେବ। ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ୍। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ପାଇବେ। ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ। ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ। ପ୍ରେମିକ ପ୍ରେମିକା ମାନଙ୍କର ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହୋଇ ପାରେ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି। ପ୍ରତିକାରଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ସାମ୍ବାଦିକ ମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ମାନସିକ ଦୁଃଶ୍ଚିନ୍ତା ଦୂର ହେବା ସହ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କଠାରୁ ବିଶେଷ ଲାଭବାନ ହେବେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ଵାରା ପୂରସ୍କୃତ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତି ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ। ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ପ୍ରେମ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ। ପ୍ରତିକାର ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ଗୁରୁ ଗୁରୁଜନଙ୍କ ଠାରୁ ପ୍ରେରଣା ମିଳିବା ସହ କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ପିଲାମାନଙ୍କ କାର୍ଯ୍ୟ କଳାପ ପ୍ରତି ସତର୍କ ନହେଲେ ସମ୍ମାନ ହାନୀର ସୂଚନା ଦେବ। ନିଜର ଅବହେଳାରୁ ହ୍ରାସ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବା ଫଳରେ ମନ ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରରେ ଲୁଚକାଳି ଖେଳଭଳି ଦେଖା ଦେବ। ପରିସ୍ଥିତିରେ ପଡି ଧାରକରଜ କରିବାକୁ ବାଧ୍ୟ ହେବେ। ଯାନ ବାହାନରେ ଯାତ୍ରା ନକରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!