ଦୈନିକ ରାଶିଫଳ: ୧୦ ଅପ୍ରେଲ ୨୦୧୯, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶିର ବ୍ୟବସାୟରେ ଉନ୍ନତି ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୦ ଅପ୍ରେଲ ୨୦୧୯

ମେଷ:-

ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ। ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ। ରାଜନୀତିରେ ସଫଳତା ମିଳିବ। ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ। ନୂଆ ସମ୍ପର୍କରେ ଉନ୍ନତି ହେବ ଓ ଅଧାଥିବା କାର୍ଯ୍ୟ ପୂରଣ ହେବ।  ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ।  ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ।  କର୍ମ କ୍ଷେତ୍ରରେ  କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ।  ଶତୃମାନେ ଦୁର୍ବଳ ହେବେ ଏବଂ ଆୟରପନ୍ଥା ସହଜ ହେବ।  ବନ୍ଧୁ ପରିବାର ଠାରୁ ସୁଖ ମିଳିବ।  ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ସାମାଜିକ ଉତ୍ସବରେ ଯୋଗ ଦେବେ। ପୁରୁଣା ଧନଲାଭ ହେବାରୁ ଖୁସି ହେବେ ଓ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିପାରେ।  ପିଲାମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବେ। ପରିବାରରେ କିମ୍ବା କୁଟୁମ୍ବରେ ଶୁଭ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ।  ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ।  ଆର୍ଥିକ ଚିନ୍ତା ଦୁରହେବ। ରାଜନୀତି କାର୍ଯ୍ୟରେ ବିରୋଧୀ ମାନେ ହଇରାଣ ହୋଇ ମଥାନତ କରିବେ। ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟ ହୋଇଯିବ।  ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରିବାକୁ ପଡିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମିଥୁନ:-

ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ।  ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ଭ୍ରମଣ କରିବାର ସୁଯୋଗ ଅଛି। ରାଜନୀତି କାର୍ଯ୍ୟରେ ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିବେ।  ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ।  ନିଜର ରଚନାତ୍ମକତା ଚରମ ହେବ ତଥା ଲୋକଙ୍କୁ ନିଜର କରିପାରିବେ।  ଆର୍ଥିକ ମାମଲା ସୁଧୁରିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କର୍କଟ:-

ବ୍ୟବସାୟରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ଶତୃଙ୍କ ସହିତ ମୁକାବିଲା କରିପାରିବେ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ମାନ୍ୟତାରେ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ପର୍କରୁ ଲାଭବାନ ହେବେ ଓ କୌଣସି ବରିଷ୍ଠ ରାଜନେତା ଦେଖାହୋଇ ପାରନ୍ତି। ଋଣ ଭରଣାର ଯୋଜନା କରିବେ ଶାରୀରିକ କ୍ଷେତ୍ରରେ ଉନ୍ନତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ। କର୍ମକ୍ଷେତ୍ରରେ କ୍ଷେତ୍ରରେ ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ।  ଶତୃଙ୍କଠାରୁ ଦୂରେଇ ନରହିଲେ ମନସ୍ତାପ ବଢିଯିବ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ସିଂହ:-

ରାଜନୈତିକ କ୍ଷେତ୍ରରେ ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବା ଫଳରେ ଲକ୍ଷ୍ୟ ସିଦ୍ଧିହେବ।  କର୍ମକ୍ଷେତ୍ରରେ ପ୍ରମୋଶନ ଓ ପରିବର୍ତ୍ତନ ଆସିବ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ବ୍ୟବ ସାୟରେ ପ୍ରେରଣା ଓ ଆର୍ଥିକ ସହାୟତାରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:-

ଧନ ସମ୍ବନ୍ଧୀୟ ମାମଲାରେ ବୁଦ୍ଧି ଓ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ। ରାଜକୀୟ ମାମଲାରେ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ। କୋର୍ଟ-କଚେରୀ ମାମଲା ସମାଧାନ ହୋଇଯିବ। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣ କରିବାକୁ ଚେଷ୍ଟା କରିବେ। ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ଅର୍ଥ ଲାଭ କରିବେ। ପାରିବାରିକ ଜୀବନରେ ସୁଧାର ହେବ। ରାଜନୈତିକ କ୍ଷେତ୍ରରେ କୌଣସି ଶୁଭ ସମାଚାର ଶୁଣିବେ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ। ପ୍ରତିକାର- ହରିଡାଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ତୁଳା:-

ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ-ବିବାହ, ଚାକିରୀ ଇତ୍ୟାଦି ସଂପୂର୍ଣ୍ଣ ହେବ। ବ୍ୟାପାରରେ ପ୍ରଚୁର ଲାଭ ହେବ, କିନ୍ତୁ କୌଣସି ଧାର୍ମିକ କାର୍ଯ୍ୟରେ ଅର୍ଥ କିଛି ବ୍ୟୟ କରିବେ।  କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ।  ମାଲିମୋକଦ୍ଦମାରେ କୂଟନୀତିର ଶିକାର ହେବେ। ରାଜନୀତିରେ ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। ପ୍ରତିକାର:- ଷଣ୍ଢକୁ ଖାଦ୍ୟ ଦିଅନ୍ତୁ।

ବିଚ୍ଛା:-

କର୍ମଚାରୀ ଓ ଶ୍ରମିକମାନେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ପରିବାର ସମ୍ବନ୍ଧିତ ବା କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ।  କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ଧନୁ:-

ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ରାଜନୀତିରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ। ସେୟାର ବଜାରରେ ମୁନାଫା ମିଳିବ ଓ ପୁଞ୍ଜି ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ।  ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ। ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ ଓ ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ କରି ପାରନ୍ତି। ପ୍ରତିକାର- ହରିଡାଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-

ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। କାମ-କାର୍ଯ୍ୟର ସ୍ଥିତି ବହୁତ ସନ୍ତୋଷଜନକ ହେବ। ଜୀବନ ସାଥିଙ୍କ ସହ ଯୋଗରେ ଆଗକୁ ବଢିପାରିବେ। ଧର୍ମ-କର୍ମରେ ରୁଚି ବୃଦ୍ଧି ହେବ। ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ।  ରାଜନୀତି କ୍ଷେତ୍ରରେ ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ। କର୍ମଚାରୀ ଓ ଶ୍ରମିକମାନଙ୍କର ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର- ଗାଈକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। କାମ-କାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବା ଫଳରେ ସମସ୍ତ କ୍ଷେତ୍ରରେ ଖୁସି ମିଳିବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ।  ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ।  ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ମୀନ:-

ରାଜନୀତି କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ। ନୂଆ ଜ୍ଞାନର ବୃଦ୍ଧି ହେବ। ଶୁଭ ସମାଚାର ମିଳିପାରେ। ପୁରୁଣା ନିବେଶ ଲାଭ ଦେବ।  ଆର୍ଥିକସ୍ଥିତି ସୁଧୁରି ଯିବ, ଯଶ ପ୍ରତିଷ୍ଠା ମିଳିବ। ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ପ୍ରେମୀ-ପ୍ରେମିକାଙ୍କ ସାମଞ୍ଜସ୍ୟ ବୃଦ୍ଧି ହେବ। ନୂଆ ଚାକିରୀ ହେବାର ଅଫର୍ ମିଳିବ। ଶାରୀରିକ କଷ୍ଟ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ। ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ।  ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!