୨୦୨୦ ମସିହା, ମାର୍ଚ୍ଚ ମାସ ୧ତାରିଖ, ରବିବାର, କୁମ୍ଭ ମାସ ୧୮ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ, ଷଷ୍ଠୀତିଥି, ଦ୍ଵିଜାନକ୍ଷତ୍ର, ୬ଟା ୪୨ମିନିଟ୍ ଗତେ କୃତ୍ତିକା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର। ମେଷ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ପିତା ଦ୍ରବ୍ୟ ନ ଖାଇଲେ ଭଲ। ଶୁଭସମୟ– ପ୍ରାତଃ ୬ଟା ୧୧ମିନିଟ୍ ରୁ ୧୦ଟା ୧ମିନିଟ୍, ଦିବା ୧ଟା ୨୭ମିନିଟ୍ ରୁ ୧ଟା ୫୪ମିନିଟ୍, ସନ୍ଧ୍ୟା ୬ଟା ୩୮ମିନିଟ୍ ରୁ ୯ଟା ୫ମିନିଟ୍।
ମେଷ:-
ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ। ପିତା ମାତାଙ୍କ ଠାରୁ ସହଯୋଗ ମିଳିବ। ପରିବାର ଓ ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ଅଧିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର– ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-
ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରି ନେବା ଉଚିତ୍। ରାଜନୀତି କାର୍ଯ୍ୟରେ ସାମାଜିକ ଉତ୍ସବରେ ଯୋଗ ଦେଲେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରରେ ପୁରୁଣା ଧନଲାଭ ହେବାରୁ ଖୁସି ହେବେ ଓ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିପାରେ। ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ। ବିରୋଧୀମାନେ ହଇରାଣ ହୋଇ ମଥାନତ କରିବେ। ଆର୍ଥିକ ଚିନ୍ତା ଦୁରହେବ ଓ ପିତାଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଦେଖାଦେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରିବାକୁ ପଡିବ। ପିଲାମାନଙ୍କ ସଫଳତାରେ ଖୁସିହେବେ। ପ୍ରତିକାର– ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।
ମିଥୁନ:-
କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ ଓ ସାମାଜିକ ପ୍ରତିଷ୍ଠା. ମାନସମ୍ମାନ ବୃଦ୍ଧି ହେବ। ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ହସଖୁସିରେ ସମୟ ବିତାଇବେ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ପ୍ରତିକାର–ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-
ପଢ଼ାପଢ଼ିରେ ମନଦେବେ ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ। ଶତ୍ରୁବାଧା ଦୂରେଇ ଯିବ ଓ ଋଣରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରିବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ନିଜର ଯୋଜନାମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ। ଦାମ୍ପତ୍ୟ କଳହର ଅବସାନ ଘଟିବ। ଖାଦ୍ୟପେୟର ଅବ୍ୟବସ୍ଥା ଯୋଗେ ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ସିଂହ:-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି। ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଚାଲୁଥିବା କାର୍ଯ୍ୟରେ ବାଧା ଉପୁଜିବ ନାହିଁ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଗୁରୁ ଗୁରୁଜନମାନଙ୍କର ସହଯୋଗ ପାଇବେ। ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର–ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କନ୍ୟା:-
ସାମାଜିକ ପତିଆରା ଅମଳିନ ରହିବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ନୂତନ ଯୋଜନା ପ୍ରସ୍ତୁତ କଲେ ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ। ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯାତ୍ରାଫଳରେ ଉତ୍ସାହିତ ହେବେ। ପ୍ରତିକାର– ମୁହଁ ମିଠାକରି ଘରୁ ବାହାରନ୍ତୁ।
ତୁଳା:-
ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ ଉନ୍ନତି ଦେଖାଦେବ। ବ୍ୟବସାୟ କ୍ଷେତ୍ରରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ଖେଳ, କୁଦ ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ପ୍ରତିକାର–ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ବିଚ୍ଛା:-
ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବା ସହ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। କିନ୍ତୁ ବାକ୍ୟ ସଂଯମତା ନରଖିଲେ ମାଲିମୋକଦ୍ଦମାର ଭୟ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ କଷ୍ଟ ଅନୁଭବ କରିବେ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ସଂଘର୍ଷ ମଧ୍ୟ ଦେଇ ଗତି କରିବେ। ଗୃହୋପକରଣ କ୍ରୟ କରିବେ। ସନ୍ତାନ ଯୋଗେ ଚିନ୍ତିତ ରହିବେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।
ଧନୁ:-
ସାଂସାରିକ ଜୀବନ ସୁଖମୟ ହେବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଭଲ କାମ କରି ସୁଖରେ ଦିନ ବିତାଇବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ। ଭାଇଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହେବ। ମାତାପିତା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-
ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ଆର୍ଥିକସ୍ଥିତିରେ ସୁଧାର ଆସିବ। ରାଜନୈତିକ କ୍ଷେତ୍ରରେ ଉଚ୍ଚପଦ ପଦବୀରେ ପ୍ରତିଷ୍ଠିତ ହେବେ। ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ। ମାନସିକ ଶାନ୍ତି ଓ ଦୌଡ-ଧୂପରେ ଶାନ୍ତି ଅନୁଭବ କରିବେ। ସମସ୍ତ ଚିନ୍ତା ଦୂର ହେବ। ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ପରିଶ୍ରମ କଲେ ଧନ ପ୍ରାପ୍ତି ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ପ୍ରତିକାର–ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-
ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ। କେତେକ କର୍ମରେ ସଫଳତା ପ୍ରାପ୍ତି ହୋଇ ପରାକ୍ରମ ବଢିବ। ପରିଶ୍ରମ କଲେ ଧନ ପ୍ରାପ୍ତି ହେବ। ନୂତନ ବସ୍ତୁ କ୍ରୟ କରି ପାରିବେ। ଗୃହବାହନ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ସହ ବାଦବିବାଦ ମେଣ୍ଟି ଯିବା ଫଳରେ ଉତ୍ସାହ ସହ କାର୍ଯ୍ୟ କରିବେ ଓ ଆଶାନୁରୂପ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ବହୁଲୋକଙ୍କର ପ୍ରିୟ ଭାଜନ ହେବେ। ପ୍ରେମିକ ପ୍ରେମିକାମାନେ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଛାତ୍ର-ଛାତ୍ରୀମାନଙ୍କର ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
ମୀନ:-
ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ଅନେକ ଦିଗରୁ ଖୁସି ମିଳିବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ଜମି ଜମା ସଙ୍କ୍ରାନ୍ତିୟ ସମସ୍ୟାର ସମାଧାନ କରିବେ। ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇ ପାରେ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
Jyotirbid Dr. Pramod Satapathy
Jantra Jyotisha, Cuttack
Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri
For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988