ଦୈନିକ ରାଶିଫଳ: 09 ଜୁନ 2021, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜୁନମାସ ୯ ତାରିଖ, ବୁଧବାର, ବୃଷମାସ ୨୬ ଦିନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି, କୃତ୍ତିକାନକ୍ଷତ୍ର, ସକାଳ ୮ଟା ୪୩ମିନିଟ୍ ଗତେ ରୋହିଣୀ ନକ୍ଷତ୍ର, ବୃଷରାଶିରେ ଚନ୍ଦ୍ର । କର୍କଟ ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ, ଦିବା ୧ଟା ୫୮ମିନିଟ୍ ପରେ ଆମିଷ ନ ଖାଇଲେ ଭଲ । ଶୁଭସମୟ- ସକାଳ ୭ଟା ୪୯ମିନିଟ୍ ରୁ ୮ଟା ୨୭ମିନିଟ୍, ଦିବା ୧୦ଟା ୮ମିନିଟ୍ ରୁ ୧୧ଟା ୧୮ମିନିଟ୍, ଦିବା ୧ଟା ୫୮ମିନିଟ୍ ରୁ ୫ଟା ୨୭ମିନିଟ୍, ସନ୍ଧ୍ୟା ୬ଟା ୨୨ମିନିଟ୍ ରୁ ରାତ୍ର ୯ଟା ୫୬ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ନିଜର ବୁଦ୍ଧିମତା କାରଣରୁ କାମ ହାସଲ କରି ପାରିବେ । ଅଫିସର, ସହକର୍ମୀ ଓ ମିତ୍ରମାନେ କାମର ପ୍ରଶଂସା କରିବେ । ପ୍ରିୟ ଲୋକମାନଙ୍କ ସହିତ ସମ୍ବନ୍ଧ ଓ ସମ୍ପର୍କ ସ୍ଥାପନ ହେବ । ଅଧିକ ପରିଶ୍ରମ କରି ଅର୍ଥ ଲାଭ କରିବେ । ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ । ଲକ୍ଷପ୍ରତି ଯଥାର୍ଥବାଦୀ ହେବେ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହୋଇ କର୍ମକ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ଶୁଭ ସମାଚାର ଶୁଣି ପରିବାରରେ ଶାନ୍ତି ଆସିବ । ନୂତନ ବନ୍ଧୁଙ୍କ ଦ୍ଵାରା ବିତିଯାଇଥିବା ମାମଲାର ସମାଧାନ ହୋଇ ପରିଶ୍ରମ ଫଳରେ ଉନ୍ନତି ହେବ । ପୁରୁଣା ମିତ୍ର ଅଚାନକ ଭାବେ ଦେଖା ହେବା ଦ୍ଵାରା ପୁରୁଣା କଥା ମନେ ପଡି ପ୍ରସନ୍ନ ହୋଇ ଯିବେ । ପ୍ରେମ ପ୍ରସଙ୍ଗରେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କର୍ମ ହେବ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବା ସହ ନୂଆ ଲକ୍ଷକୁ ନିର୍ଦ୍ଦାରିତ କରି ପାରିବେ ଓ ଧନ ଲାଭ ହେବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ମିଥୁନ:-

ମିତ୍ର ସହଯୋଗୀଙ୍କ ସାହାଯ୍ୟରେ ସମସ୍ୟାଗୁଡିକ ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ ହେବା ସହ କଷ୍ଟରୁ ମୁକ୍ତି ମିଳିବ । ବହୁତ ଦିନର ଚିନ୍ତା ଦୂର ହେବ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ଆଶାତୀତ ଲାଭ ପାଇବେ । ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ । ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କର୍କଟ:-

ସ୍ୱାସ୍ଥ୍ୟ ଭଲ ରହିବା ସହ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ପୁରାତନ ଶତୃମାନେ ଦୂରେଇ ଯିବେ । କୌଣସି ଶୁଭ ସମାଚାର ଶୁଣିବେ । କାମକାର୍ଯ୍ୟ ଓ ଚାକିରୀରେ ଉନ୍ନତି କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ । ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ବ୍ୟବସାୟୀ ମାନଙ୍କର କାରବାର ବଢ଼ିବା ସହ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ରାଜନୀତି କ୍ଷେତ୍ରରେ ସୁସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଶୁଭ ସମ୍ବାଦ ପାଇ ଖୁସି ହେବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-

ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ । ଇଛାଶକ୍ତି ପ୍ରବଳ ମାତ୍ରାରେ ଜାଗ୍ରତ ହେବା ଫଳରେ ଅର୍ଥର ସମ୍ୟକ ବୃଦ୍ଧି ହେବ । ପ୍ରେମ କ୍ଷେତ୍ରରେ ଥିବା ସମସ୍ୟା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ବ୍ୟବସାୟ କ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । କର୍ମକ୍ଷେତ୍ରରେ ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ । ବିଦ୍ୟାକ୍ଷେତ୍ରରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବ, କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ । ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ । ନିଜ ଲୋକମାନେ ହିଁ କାମରେ ଆସିବେ । ଶତୃ ଓ ବିରୋଧୀମାନେ କିଛି କ୍ଷତି କରିପାରିବେ ନାହିଁ । ବ୍ୟାପାର ଓ କାରବାରରେ ସୁଧାର ଆସି ଟଙ୍କାର ଆବଶ୍ୟକତା ପୂରଣହେବ । ବକ୍ତବ୍ୟ ପ୍ରଭାବ ଫଳରେ ପରାକ୍ରମ ବୃଦ୍ଧି ପାଇବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ପାରିବାରିକ କ୍ଷେତ୍ରରେ ଆର୍ଥିକ ଦିଗରୁ ସୁବିଧା ପାଇ ସୁଖଶାନ୍ତି ବିରାଜମାନ କରିବ । ଅଧ୍ୟୟନ, ଅନୁସନ୍ଧାନ, ଶୋଧ, ଲେଖନ ଆଦି କାର୍ଯ୍ୟରେ ପ୍ରଶଂସିତ ହେବେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହେବ, ଯାହା ଆଗକୁ ବଢିବାରେ ସହାୟତା ମିଳିବ । ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ । କଠିନ ପରିଶ୍ରମ ଫଳରେ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-

ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ । କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତକୁ ମନେ ପକାଇବେ । କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ପ୍ରକାଶ ପାଇବ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । ପ୍ରଚୁର ଅର୍ଥ ଲାଭ ହେବା ଫଳରେ ପରିସ୍ଥିତି ବଦଳିଯିବ । ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ଶିକ୍ଷା କ୍ଷେତ୍ରରେ ମନଯୋଗ ଦେବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-

ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ । ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ । ପାରିବାରିକ ଜୀବନରେ ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଥିଲେ ମେଣ୍ଟିଯିବ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବା ସହ ପଢାପଢିରେ ମନଯୋଗ ଦେବେ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ:-

ସନ୍ତାନମାନଙ୍କର ଉନ୍ନତି, ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ବ୍ୟବସାୟ ବାଣିଜ୍ୟ ମାମଲାରେ ଦୂରସ୍ଥାନ ଯିବାକୁ ପଡିବ ଓ ଲାଭ ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । କଷ୍ଟ ଓ ପରିଶ୍ରମର ଉଚିତ୍ ପୁରସ୍କାର ପ୍ରାପ୍ତ ହେବ । ପୂର୍ବରୁ ଅଟକିଥିବା କାର୍ଯ୍ୟରେ ବାଧା ଆସିଲେ ମଧ୍ୟ କାର୍ଯ୍ୟ ପୂରଣ କରିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିବେ । ଫଶିଯାଇଥିବା ଷଡଯନ୍ତ୍ର ବା ଚକ୍ରବ୍ୟୁହ ମଧ୍ୟରୁ ମୁକୁଳି ପାରିବେ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-

ସାମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ । ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ନିଧ୍ୟ ଲାଭ ଫଳରେ ଅନେକ ସମସ୍ୟାରୁ ମୁକ୍ତି ମିଳିବ । ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବା ସହ ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ । ପ୍ରେମକ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!