ଦୈନିକ ରାଶିଫଳ: 09 ଏପ୍ରିଲ 2022, ଶନିଦେବଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଏପ୍ରିଲ ମାସ ୯ତାରିଖ, ଶନିବାର, ମୀନ ମାସ ୨୬ ଦିନ, ଚୈତ୍ରମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି ରାତି ୧ଟା ୨୫ ମିନିଟ୍ ପରେ ନବମୀତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର । ଅତିଗଣ୍ଡ ଯୋଗ ଦିବା ୧୧ଟା ୨୩ମିନିଟ୍ ପରେ ସୁକର୍ମା ଯୋଗ । ବିଷ୍ଟି କରଣ ଦିବା ୧୨ଟା ୧୭ମିନିଟ୍ ପରେ ବବ କରଣ । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ନଡିଆ ଓ ଆମିଷ ନ ଖାଇଲେ ଭଲ ରାତି ୧ଟା ୨୪ ମିନିଟ୍ ପରେ ଲାଉ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ରାତି ୧ଟା ୨୪ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଅଷ୍ଟମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୫ଟା ୪୦ମିନିଟ୍ ରୁ ୭ଟା ୧୦ମିନିଟ୍, ଦିବା ୧ଟା ୨୧ମିନିଟ୍ ରୁ ଦିବା ୨ଟା ୫୪ମିନିଟ୍, ଦିବା ୪ଟା ୨୭ମିନିଟ୍ ରୁ ରାତ୍ରି ୭ଟା ୨୬ମିନିଟ୍, ରାତ୍ରି ୪ଟା ୧୦ମିନିଟ୍ ରୁ ରାତ୍ରି ୫ଟା ୩୭ମିନିଟ୍ । ଶୁଭସମୟ- ଦିବା ୧୦ଟା ୧୬ମିନିଟ୍ ରୁ ୧ଟା ୩ମିନିଟ୍, ରାତ୍ର ୮ଟା ୧୯ମିନିଟ୍ ରୁ ୧୦ଟା ୩୮ମିନିଟ୍, ରାତ୍ର ୧୨ଟା ୧୧ମିନିଟ୍ ରୁ ୧ଟା ୪୪ମିନିଟ୍, ରାତ୍ର ୨ଟା ୩୧ମିନିଟ୍ ରୁ ରାତ୍ର ୪ଟା ୪ମିନିଟ୍ । ପର୍ବଦିନ- ଅଶୋକାଷ୍ଟମୀ, ଶ୍ରୀ ଲିଙ୍ଗରାଜ ଦେବଙ୍କ ରୁକୁଣା ରଥଯାତ୍ରା,ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡଳପୂଜା ଓ ଫଳ ଥୁଆ, ସନ୍ଧିପୂଜା ।

ମେଷ:- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ ଆଜି ଆପଣଙ୍କର ଦିନଟି ବହୁତ ସୁଖ ଶାନ୍ତିରେ କଟିବ । ସନ୍ତାନସୁଖ ପ୍ରାପ୍ତି, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ । ପ୍ରତିଦ୍ୱନ୍ଦିତା ପରୀକ୍ଷା ରେ ସଫଳତା ଲାଭ କରିବେ । ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ଶୁଭ ସମାଚାର ଶୁଣିବାକୁ ପାଇବେ । ପାରିବାରିକ ଜୀବନରେ ସୁଖ ସମ୍ପଦ ପ୍ରାପ୍ତି ହେବା ସହ ଆର୍ଥିକ ସ୍ଥିତି ସୁଦୃଢ ରହିବ । ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ ।

ବୃଷ:-ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପାଇବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ ଓ ଆଶା ମୁତାବକ ଫଳ ପାଇବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ । ରାଜନୀତି କ୍ଷେତ୍ରରେ ସାମାଜିକ ପତିଆରା ଅମଳିନ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସିହେବେ । ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଶତୃପକ୍ଷ ଦୁର୍ବଳହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଗୃହ, ଜମିଜମା ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବେ । ବରିଷ୍ଠ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପାରିବାରିକ ସମସ୍ୟା ସୁଧାରି ନେଇ ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବେ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସୁଫଳ ପାଇବେ । ପ୍ରତିକାର:- ଅସହାୟାକୁ ସାହାଯ୍ୟ କରନ୍ତୁ ।

ସିଂହ:-ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ବ୍ୟବସାୟରେ ଶତୃମାନେ ପରାଜିତ ହେବେ ଓ ଉନ୍ନତି ହୋଇ ଋଣଭାର କମିଯିବ । ରାଜନୀତି କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ ରହିବ । ଆୟ ବୃଦ୍ଧି ହେବ କିନ୍ତୁ ଅଯଥା ବ୍ୟୟ ମଧ୍ୟ କରିବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କତା ଅବଲମ୍ବନ କରନ୍ତୁ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:-ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ସାଙ୍ଗସାଥିମାନେ ସାହାଯ୍ୟ କରିବେ । ଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ଦୂରଯାତ୍ରା କରିବେ । ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ । ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ ଓ ସଫଳତା ମିଳିବ । ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ଶାରୀରିକ ଅସୁସ୍ଥତା ଦୂର ହେବ ଓ ପୁରାତନ ରୋଗର ପ୍ରକୋପ ହ୍ରାସ ପାଇବ । ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ । ର୍ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ । ଶତୃ ଓ ବିରୋଧିମାନେ ଅପଦସ୍ଥ ହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ଓ ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭ ହେବ । ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ । ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ ।

ବିଚ୍ଛା:-ବିଦ୍ୟାରେ ଉନ୍ନତି ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି କର୍ମଚାରୀଙ୍କ ଯୋଗେ ପରିସ୍ଥିତିକୁ ନିଜ ତରଫରେ ନେଇ ପ୍ରଶଂସା ପାଇବେ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ହୋଇପାରେ । କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନକଲେ କ୍ଷତିରେ ପଡିବେ । ଯାହାର ବେଶି ଉପକାର କରିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ବ୍ୟବସାୟରେ ଲକ୍ଷ୍ମୀଙ୍କ କୃପା ଫଳରେ ପୂର୍ଣ୍ଣ ସଫଳତା ସହ ପୂର୍ବ ସମସ୍ୟାର ସମାଧାନ ହୋଇ ଆକସ୍ମିକ ଧନ ପ୍ରାପ୍ତ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ସୁନାମ ଅର୍ଜନ କରିବେ । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ପ୍ରଶଂସା ମିଳିବ । ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

କୁମ୍ଭ:-ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ । ରାଜନୈତିକ କ୍ଷେତ୍ରରେ ଯାତ୍ରାରେ ସଫଳତା ଲାଭ ହେବ । ଶାରୀରିକ କଷ୍ଟ ଦୂରେଇ ଯିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମୀନ:-ପାରିବାରିକ ଜୀବନ ଆନନ୍ଦମୟ ହେବ । ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ସୁଖ ସମ୍ପଦ ପ୍ରାପ୍ତି ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ପିଲାମାନଙ୍କ ପ୍ରତି ବିଶେଷ ସତର୍କ ରହିବା ଉଚିତ୍ । ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!