ଦୈନିକ ରାଶିଫଳ: ୦୮ ମଇ ୨୦୨୦, ମା ସନ୍ତୋଶୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ମଇମାସ ୮ତାରିଖ, ଶୁକ୍ରବାର, ମେଷମାସ ୨୬ଦିନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ପ୍ରତିପଦାତିଥି, ବିଶାଖାନକ୍ଷତ୍ର, ବିଚ୍ଛା ରାଶିରେ ଚନ୍ଦ୍ର ବିଚ୍ଛା, ଧନୁ, ମୀନରାଶିର ଘାତବାର ପାଣିକଖାରୁ ନ ଖାଇଲେ ଭଲ। ଶୁଭସମୟ ପ୍ରାତଃ ୫ଟା ୧୮ମିନିଟ୍ ରୁ ୬ଟା ୯ମିନିଟ୍, ସକାଳ ୭ଟା ୨ମିନିଟ୍ ରୁ ୮ଟା ୩୦ମିନିଟ୍, ଦିବା ୧୨ଟା ୧୦ମିନିଟ୍ ରୁ ୨ଟା ୪୩ମିନିଟ୍, ଦିବା ୪ଟା ୨୭ମିନିଟ୍ ରୁ ସନ୍ଧ୍ୟା ୬ଟା ୮ମିନିଟ୍, ସନ୍ଧ୍ୟା ୭ଟା ୩୮ମିନିଟ୍ ରୁ ରାତ୍ର ୮ଟା ୫୫ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସରକାରୀ କର୍ମଚାରୀମାନେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ବାଟ ଚାଲିଲେ ମଧ୍ୟ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ସାମ୍ବାଦିକ ମାନେ ପ୍ରଶଂସିତ ହେବେ। ରାଜନେତା ମାନଙ୍କର ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୈରାଶ୍ୟର ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯିବେ। ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଯିବ। ଦାମ୍ପତ୍ୟ ସୁଖରେ ଅପ୍ରିତିକର ପରିସ୍ଥିତି ଦେଖାଦେବ। ଘରୁ ବାହାରକୁ ବାହାରିବା ଦ୍ଵାରା ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:-

ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ ଓ ପାରିବାରିକ ଜୀବନ ଯାପନ ଶାନ୍ତିପୂର୍ଣ୍ଣ ହେବ। ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, ମଉଜ ମଜିଲିସ୍ ରେ ମଜ୍ଜି ରହିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଆକସ୍ମିକ ଧନପ୍ରାପ୍ତି ହେବ। ଆୟପନ୍ଥାର ପରିବର୍ତ୍ତନ ଆସିବ। ବିଦ୍ୟୁତବିଭାଗ, ପ୍ରଶାସନବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ଆୟୁର୍ବେଦବିଭାଗ, ଜଳଦାୟବିଭାଗ, ସମାଜସୁଧାରକ, ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟମିଡିଆ ବିଭାଗରେ କର୍ମରତଥିଲେ ବିଶେଷ ଲାଭବାନ ହେବେ। ସହକର୍ମୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ସମ୍ବନ୍ଧରେ ଘନିଷ୍ଠତା ସୃଷ୍ଟିହେବ। ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ପରିବାରରେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-

ସାମାଜିକ କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ଦାମ୍ପତ୍ୟଜୀବନ ସୁଖମୟହେବ। କର୍ମକ୍ଷେତ୍ରରେ ବରିଷ୍ଠ କର୍ମୀଙ୍କ ସ୍ନେହର ପାତ୍ର ହେବେ। ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳ ହେବେ। ଇଲୋକଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ। ଗୁରୁ ଗୁରୁଜନମାନଙ୍କର ଆଶୀର୍ବାଦ ଲାଭକରିବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ।  ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହୋଇ ପାରେ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:-

ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ବିଭାଗିୟ ଅଧିକାରୀ କିମ୍ବା ସହକର୍ମୀଙ୍କସହ ମଧୁର ସମ୍ପର୍କ ସ୍ଥାପନ ହେବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ପରିବାରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ କର୍ମଚାରୀମାନେ ବେସୀ ଉପକୃତ ହେବେ।କର୍ମକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ। ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ ବଂର ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ କଠିନ ପରିଶ୍ରମ କରି ଶାରିରୀକ କଷ୍ଟ ଭୋଗି ପାରନ୍ତି। ପ୍ରତିକାରମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ବିଚ୍ଛା:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ପାରିବାରିକ ସମସ୍ୟା, ଗୃହରେକଳହ, ପତିପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ସତର୍କ ରହି ଯାତାୟାତ କରିବା ଉଚିତ୍। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ।ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ। ଅକସ୍ମାତ ଧନଲାଭ ହେବ। ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭନ୍ୱିତ ହେବେ। ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ। ଘରୁ ବାହାରକୁ ବାହାରିଲେ ବିପଦରେ ପଡି ପାରନ୍ତି। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ଶରୀର ସୁସ୍ଥ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ବନ୍ଧୁ ମିତ୍ରଙ୍କ ଦ୍ଵାରା ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ବିରୋଧୀମାନେ ଦୁର୍ବଳ ହୋଇ ଯିବା ଫଳରେ ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବନ୍ଧୁ ମିତ୍ରଙ୍କ ସହଯୋଗ ମିଳିବ। ନିଜ ଚେଷ୍ଟାରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ସରକାରୀ ସାହାଯ୍ୟ ସହଯୋଗ ହାତଛଡା ହେବାର ନାହିଁ। ବିଦ୍ୟାର୍ଥୀମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିବେ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ବ୍ୟବସାୟୀକ ହିସାବପତ୍ର ସହ ଭଲଭାବରେ ଜଗାରଖା କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ। ସାଙ୍ଗ ସାଥି ଭାଗିଦାରମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପଡୋଶୀ ଏବଂ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ। ସମୟ ଅନୁକୂଳ ହେବା ଦ୍ଵାରା ଦିନଟି ଆନନ୍ଦରେ କଟେଇ ପାରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ସାବଧାନ ରୁହନ୍ତୁ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି। ପରିବାରର ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ। କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ଛାତ୍ରଛାତ୍ରୀମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। କାର୍ଯ୍ୟ ଠିକ୍ ହେଲେ ମଧ୍ୟ ମାନସିକ ଦୁଶ୍ଚିନ୍ତା ରହିବ। ସାମ୍ବାଦିକ ମାନଙ୍କର ଅପ୍ରିତିକର ପରିସ୍ଥିତି ଦେଖାଦେବ। ଘରୁ ବାହାରକୁ ବାହାରିବା ଦ୍ଵାରା ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!