ଦୈନିକ ରାଶିଫଳ: 08 ଫେବୃୟାରୀ ୨୦୨୧, ମହାଦେବଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଫେବୃୟାରୀ ମାସ ୮ତାରିଖ, ସୋମବାର, ମକରମାସ ୨୬ଦିନ, ମାଘମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି, ମୂଳା ନକ୍ଷତ୍ର, ଧନୁରାଶିରେ ଚନ୍ଦ୍ର । ମିଥୁନ ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ପୋଇ, ମସୁରଡାଲି ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୩ମିନିଟ୍ ରୁ ୭ଟା ୪୬ମିନିଟ୍, ଦିବା ୧୦ଟା ୫୪ମିନିଟ୍ ରୁ ୧ଟା ୭ମିନିଟ୍, ଦିବା ୪ଟା ୧୫ମିନିଟ୍ ରୁ ୪ଟା ୫୨ମିନିଟ୍, ସନ୍ଧ୍ୟା ୬ଟା ୨୮ମିନିଟ୍ ରୁ ୯ଟା ୧ମିନିଟ୍, ରାତ୍ର ୧୨ଟା ୧ମିନିଟ୍ ରୁ ୨ଟା ୫୭ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଚାକିରୀ କ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖା ଦେବା ଫଳରେ ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ବୃଷ:-

ପାରିବାରିକ କ୍ଷେତ୍ରରେ ସ୍ଥିତି ସାମାନ୍ୟ ବଦଳି ଯାଇ ସୁଖ ଶାନ୍ତି ମିଳିବ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଖୁସି ରହିବେ । ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ନରହିଲେ ସମସ୍ୟାର ସମ୍ମୁଖୀନ ହେବେ । ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିବେ । ଖାଇବା ପିଇବାରେ ସତର୍କ ନରହିଲେ ଉଦରପୀଡ଼ା ଭୋଗିବେ । ଆତ୍ମୀୟମାନେ ଭିତରେ ଚେର କାଟିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-

ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମକ୍ଷେତ୍ରରେ ଆଶାତୀତ ଲାଭମିଳିବ । ଆୟ ଉପାର୍ଜନରେ ବାଧାନାହିଁ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-

ବ୍ୟବସାୟରେ ଉନ୍ନତି ସହ ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । କର୍ମଜୀବିମାନେ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । ମାଲି ମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ଅଚାନକ ଧନପ୍ରାପ୍ତି, ପ୍ରଶାସନ, ପ୍ରକାଶନ, ଅଧ୍ୟୟନ, ଅଧ୍ୟାପନା ଓ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-

କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସୁନାମ ଅର୍ଜନ କରିବେ । ଉତ୍ତମ ରୋଜଗାର କରି ପାରିବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ଅନେକ କ୍ଷେତ୍ରରେ ଅପଦସ୍ଥ କରିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-

ବିଦେଶ ଯାତ୍ରାରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ ଓ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବାକୁ ହକ୍ ହେବେ । ରାଜନୀତି କ୍ଷେତ୍ରରେ ଅନୁକୂଳ ହେତୁ ଲୋକ ସମର୍ଥନ ବୃଦ୍ଧି ପାଇବ । କୋର୍ଟ, କଚେରୀ, ମାଲିମକଦ୍ଦମା, ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ । ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ । ଗୁରୁ-ଗୁରୁଜନମାନଙ୍କର ଆସ୍ଥାଭାଜନ ହେବେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ତୁଳା:-

ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ସ୍ଥଳ ବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭବାନ ହେବେ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ । ଅପେକ୍ଷାକୃତ ସୁସ୍ଥ ବାତାବାରଣ ପାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ । ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଦୂରେଇଯିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବ ସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବା ସହ ଆର୍ଥିକ ସ୍ଥିତିରେ ବୃଦ୍ଧିହେବ । ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-

ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧିପାଇବ । ଗୃହବାହନ ପ୍ରାପ୍ତି, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରି ପାରିବେ । ମହତ୍ ଉଦ୍ଦେଶ୍ୟ ଓ ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହେବ । ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ମକର:-

ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ବ୍ୟବସାୟରେ କଠିନ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କୁମ୍ଭ:-

ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ କମିଯିବ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବେ । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମୀନ:-

ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ । ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ । ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!