ଦୈନିକ ରାଶିଫଳ: ୦୭ ସେପ୍ଟେମ୍ବର ୨୦୨୦, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଶାରୀରିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ସେପ୍ଟେମ୍ବର ମାସ ୭ ତାରିଖ, ସୋମବାର, ସିଂହମାସ ୨୩ ଦିନ, ଆଶ୍ଵିନମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ଦ୍ଵିଜା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ବେଲ, ପଣସ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୩୭ମିନିଟ୍ ରୁ ୭ଟା ୭ମିନିଟ୍, ଦିବା ୧୦ଟା ୩୧ମିନିଟ୍ ରୁ ୧୨ଟା ୫୭ମିନିଟ୍, ଦିବା ୪ଟା ୨୧ମିନିଟ୍ ରୁ ୫ଟା ୨ମିନିଟ୍, ସନ୍ଧ୍ୟା ୬ଟା ୪୦ମିନିଟ୍ ରୁ ରାତ୍ର ୯ଟା ୧ମିନିଟ୍, ରାତ୍ର ୧୧ଟା ୪୫ମିନିଟ୍ ରୁ ୨ଟା ୨୭ମିନିଟ୍। ପର୍ବଦିନ- ଅପରପକ୍ଷର ପଞ୍ଚମୀ ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟଚାପ ହେତୁ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ରାଜନୀତି କ୍ଷେତ୍ରରେ ଲୋକମାନଙ୍କ ସହିତ ମିଳିମିଶି କାମ କରି ପାରିବେ। ଭ୍ରମଣ କରିବାର ସୁଯୋଗ ଅଛି। ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ନିଜର ରଚନାତ୍ମକ ଚିନ୍ତା ଚରମ ହେବ । ଘରୋଇ ସମସ୍ୟାର ସମାଧାନ ହେବ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ସନ୍ତାନର ସୁ ଖବର ଶୁଣି ଖୁସି ହେବେ। ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ। ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ ତଥା ଲୋକମାନଙ୍କୁ ନିଜର କରି ପାରିବେ। ପରୀକ୍ଷା, ପ୍ରତିଯୋଗୀତାରେ ବିଜୟୀ ହେବେ। ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ୍ ରହିବ। ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଓ କ୍ଷାତି ବଢିବ। ଗଠନ ମୂଳକ ସାମୁହିକ ଗତିବିଧି ଦ୍ଵାରା ସଫଳତା ପ୍ରାପ୍ତ କରିବେ। ପରିବାରରେ ଆଦରପାଇ ସୁଖଭୋଗ କରିବେ। ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ କରିଥିବା କାର୍ଯ୍ୟର ପରିଣାମ ଆପଣଙ୍କ ପକ୍ଷରେ ରହିବ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତି ଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଅଯଥା ଭ୍ରମଣ କରିବା ଫଳରେ ଦେହ ଅସୁସ୍ଥ ହୋଇ ପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କର୍କଟ:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ବା ସମସ୍ୟା ଦୂର ହେବ। ଆର୍ଥିକ ସଙ୍କଟ ଦୂରେଇ ଯାଇ ଧାର କରଜ ସୁଝିବା ପାଇଁ ସୁଯୋଗ ପାଇବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ଉପରିସ୍ଥ କର୍ମଚାରୀ ମାନଙ୍କର ସହଯୋଗ, ପ୍ରେରଣା, ଆର୍ଥିକ ସହାୟତାରେ କର୍ମକ୍ଷେତ୍ରରେ ପ୍ରମୋଶନ ଓ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରି ପାରନ୍ତି। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ବାହନ ଓ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।  

ସିଂହ:-

ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇ ଋଣଭାର କମିଯିବ। ପାରିବାରିକ ଜୀବନରେ ଗୁରୁଜନ ମାନେ ସନ୍ତୁଷ୍ଟ ରହିବେ। ଶତୃମାନେ ପରାଜିତ ହେବେ। ଗୃହୋପକରଣ କ୍ରୟ କରିବା ପାଇଁ ମନ ବଳେଇ ପାରନ୍ତି। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ସ୍ୱାସ୍ଥ୍ୟସମସ୍ୟା ଯୋଗେ ମାନସିକ ଅଶାନ୍ତି ଦେଖା ଦେଇ ପାରେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କନ୍ୟା:-

ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ। ପନିପରିବା ଚାଷୀମାନେ ବିଶେଷ ଲାଭାନ୍ଵିତ ହେବେ।ଆର୍ଥିକ ସ୍ଥିତି ପୂର୍ବପରି ଠିକ୍ ରହିବ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ। ବନ୍ଧୁ ମିଳନରେ ମନ ପ୍ରଫୁଲ୍ଲ ରହିବ। ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ। ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରି ପାରିବେ। ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇ ପାରେ। ପରକଥାରେ ପଡି ବନ୍ଧୁଙ୍କସହ କଳହ ସୃଷ୍ଟି ହୋଇପାରେ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଯୋଗଦେଇ ଲୋକ ସମ୍ପର୍କ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଓ ପ୍ରଶଂସା ପାଇବେ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବ୍ୟବସାୟୀମାନେ ଆଶାତୀତ ଲାଭ ପାଇବେ। ନୂଆ କ୍ୟାରିୟର ଆରମ୍ଭ କରିପାରିବେ। ବିଦ୍ୟୁତ୍ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲ  କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହୋଇ ପାରନ୍ତି। ଘରର କୌଣସି ନୂତନ ବସ୍ତୁ କ୍ରୟ କରି ପାରିବେ। କୌଣସିଠାରୁ ଶୁଭ ସମାଚାର ଶୁଣି ମନ ଉତ୍ସୁକ ହେବ। କର୍ମକ୍ଷେତ୍ରରେ ଶୁଭ ଖବର ପାଇ ଖୁସୀ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିପାରିବେ। ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ଉଚ୍ଚ ସମ୍ଭବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ବିଦ୍ୟା କ୍ଷେତ୍ରରେ ପ୍ରତିଭାର ବିକାଶ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ। ଉଚ୍ଚପଦସ୍ଥ ବ୍ୟକ୍ତି ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନିବିଡ ହେବ। ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବା ସହ ସୁନାମ ଅର୍ଜନ କରିବେ। ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ। ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ। ବିଦ୍ୟାରେ କ୍ଷେତ୍ରରେ ମନ ଲାଗିବ। ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମକର:-

ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶୃତି ରକ୍ଷାକରି ପାରିବେ। ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତି ଦୂରେଇ ଯିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭ୍ରମଣ ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରି ପାରନ୍ତି। ଭୌତିକ ସୁଖସୁବିଧା ସାଧନରେ ବୃଦ୍ଧି ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କୁମ୍ଭ:-

ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ଉଦ୍ଦୀପନା ବୃଦ୍ଧିହେବା ଫଳରେ ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ। ପାରିବାରିକ ଜୀବନ ସୁଖରେ କାଟିବେ। ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ। ନାନା ବାଟରେ ଧନାଗମ ଘଟିବା ଫଳରେ ବ୍ୟୟ ଭରଣା କରି ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇ ପାରିବେ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ। ଯାତ୍ରା ଫଳରେ ଉତ୍ସାହିତ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆନନ୍ଦିତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ଆର୍ଥିକ ସାହାଯ୍ୟ ପାଇବା ଦ୍ଵାରା ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବା ସହ ଆବଶ୍ୟକସ୍ଥଳେ ସହଯୋଗ ମଧ୍ୟ ପାଇବେ। ବ୍ୟବସାୟରେ ଉଚିତ୍ ପନ୍ଥା ଗ୍ରହଣ କରି ଲାଭବାନ ହେବେ। ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ପରିବାର ଭିତରେ ଜଗିରଖି ନ ଚଳିଲେ ପାଖ ପଡୋଶିଙ୍କ ଦ୍ଵାରା ମନ ବିଚଳିତ ରହିବ। ଆମୋଦ ପ୍ରମୋଦ, ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!