ଦୈନିକ ରାଶିଫଳ: 07 ମାର୍ଚ୍ଚ 2022, ମହାଦେବଙ୍କ କୃପାରୁ ଏହି 5ଟି ରାଶିଙ୍କ ଜୀବନରେ ହେବ କିଛି ବଡ ପରିପର୍ତ୍ତନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ମାର୍ଚ୍ଚ ମାସ ୭ ତାରିଖ, ସୋମବାର, କୁମ୍ଭ ମାସ ୨୩ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ଦ୍ଵିଜା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର । ଇନ୍ଦ୍ର ଯୋଗ । ବବ କରଣ ସକାଳ ୯ଟା ୪୭ମିନିଟ୍ ଗତେ ବାଳବ କରଣ । ମିଥୁନ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ବେଲ,ପଣସ ନ ଖାଇଲେ ଭଲ ରାତି ୧୦ଟା ୩୨ ମିନିଟ୍ ପରେ ନିମ୍ବ ନ ଖାଇଲେ ଭଲ । ଯୋଗିନୀ- ଦକ୍ଷିଣେ ରାତି ୧୦ଟା ୩୩ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ପଞ୍ଚମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ପ୍ରାତଃ ୭ଟା ୩୩ମିନିଟ୍ ରୁ ୯ଟା ୨ମିନିଟ୍, ଦିବା ୨ଟା ୫୪ମିନିଟ୍ ରୁ ଦିବା ୪ଟା ୨୨ମିନିଟ୍, ରାତ୍ରି ୧୦ଟା ୨୬ମିନିଟ୍ ରୁ ୧୧ଟା ୫୭ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୦୬ମିନିଟ୍ ରୁ ୭ଟା ୩୩ମିନିଟ୍, ଦିବା ୧୦ଟା ୪୮ମିନିଟ୍ ରୁ ୧ଟା ୦୮ମିନିଟ୍, ଦିବା ୪ଟା ୨୨ମିନିଟ୍ ରୁ ୫ଟା ୦୩ମିନିଟ୍, ସନ୍ଧ୍ୟା ୬ଟା ୪୦ମିନିଟ୍ ରୁ ୯ଟା ୦୬,ରାତ୍ର ୧୧ଟା ୫୮ରୁ ୨ଟା ୪୮ମିନିଟ୍ । ପର୍ବଦିନ- କର୍ମବୀର ଗୌରିଶଙ୍କରଙ୍କରଙ୍କ ତିରୋଧାନ ଦିବସ ଓ ପରମହଂସ ଯୋଗାନନ୍ଦଙ୍କ ମହାପ୍ରୟାଣ ଦିବସ ।

ମେଷ:-ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ । କୌଣସିକାର୍ଯ୍ୟ କରିବା ପୂର୍ବରୁ ବୁଝିବିଚାରି ନିର୍ଣ୍ଣୟ ନେବା ଆବଶ୍ୟକ । ସବୁଥିରେ ଥିଲେ ବି କେଉଁଥିରେ ନିଜର ପ୍ରତ୍ୟକ୍ଷ ସପୃକ୍ତିକୁ ନଦର୍ଶାଇବା ଉଚିତ୍ ହେବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ ମଧ୍ୟ କରେଇବେ । ପ୍ରେମକ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ସବୁଭଲ ଥିଲେ ମଧ୍ୟ ଆର୍ଥିକ ଅନାଟନ କାର୍ଯ୍ୟ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିପାରେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ମିଥୁନ:-ସାମ୍ବାଦିକମାନେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇ ଯିବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ । ରାଜନୀତି, ସଂଗଠନ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରି ପାରେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କର୍କଟ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାସସ୍ଥାନ ବା ଯାନବାହନର ନବୀକରଣ କରି ପାରନ୍ତି । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ପ୍ରାପ୍ତି ହେବ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ । ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ପ୍ରତିକାର- ଗଙ୍ଗାଜଳ ସେବନ କରନ୍ତୁ ।

ସିଂହ:-ଶୁଭ ସମାଚାର ମିଳିପାରେ । ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ଅଧୁରା କାର୍ଯ୍ୟ ପୂରଣ ହେବ । ନୂଆ ଜ୍ଞାନର ବୃଦ୍ଧି ହେବ । ପ୍ରେମୀକ ପ୍ରେମିକାଙ୍କ ମିଳନ ହେବ । ଆର୍ଥିକ ସ୍ଥିତି ସୁଧୁରି ଯିବ, ଯଶ ପ୍ରତିଷ୍ଠା ମିଳିବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ନିଜର ଚତୁରତା ଓ ବିବେକ ବୁଦ୍ଧିରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇପାରିବେ । ପରୀକ୍ଷା ପ୍ରତି ଯୋଗିତାରେ ଶୁଭଫଳ ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟି ଯିବ । ପରିବାରରେ ସୁଖଶାନ୍ତି ଫେରି ଆସି ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ରାଜନୈତିକ କ୍ଷେତ୍ରରେ ଶତୃମାନେ ତଳମୁହାଁ ହେବେ । ପୈତୃକ ସମ୍ପତ୍ତିକୁନେଇ କୋର୍ଟକଚେରୀ ମାମଲାରେ ବିଜୟୀ ହେବେ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହୋଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ତୁଳା:-ଶରୀର ସୁସ୍ଥ ହେବାର ସମ୍ଭାବନା ଅଛି । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ । କର୍ମ କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ । ଦୂରଯାତ୍ରା କରି ମନ ଖୁସି ରହିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ଶତୃମାନେ ପରାଜିତ ହେବା ସହ ଆର୍ଥିକଉନ୍ନତି ହୋଇ ଋଣଭାର କମିଯିବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟର ଜୀବନର ଉନ୍ନତି ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ସରକାରୀ କ୍ଷେତ୍ରରେ ଯଶ, ମାନ ସମ୍ମାନ ପ୍ରତିଷ୍ଠା ମିଳିବ । ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ଦେଖାଇବେ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ଚିତ୍ତ ପ୍ରସନ୍ନ ରହିବ । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ । ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗ ଦେବେ । କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ଶତୃମାନେ ଦୂର ହେବେ । ରୋଜଗାରରେ ଉନ୍ନତି ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମକର:-ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇ ବାର ଯୋଗ ଅଛି । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବିଦ୍ୟା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ । କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ମାନସିକ ଶାନ୍ତି ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କୁମ୍ଭ:-ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରି ପାରିବେ । ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବା ସହ ବୁଦ୍ଧିମତା କାରଣରୁ କିଛି ଅର୍ଥ ଲାଭହେବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ଧୈର୍ଯ୍ୟ ଓ ସଂଯମ ରଖି ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ମୀନ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ । ସବୁଥିରେ ସଫଳତା ମିଳିବା ଫଳରେ ସମୟ ହସ ଖୁସିରେ ବିତିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳପାଇବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!