ଦୈନିକ ରାଶିଫଳ: 07 ମାର୍ଚ୍ଚ 2021, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ମାର୍ଚ୍ଚ ମାସ ୭ତାରିଖ, ରବିବାର, କୁମ୍ଭ ମାସ ୨୪ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ନବମୀ ତିଥି, ମୂଳା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର । ମେଷ ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ଲାଉ ନ ଖାଇଲେ ଭଲ, ଦିବା ୪ଟା ୪୭ମିନିଟ୍ ପରେ କଳମଶାଗ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୬ମିନିଟ୍ ରୁ ୧୦ଟା ୧ମିନିଟ୍, ଦିବା ୧ଟା ୨୬ମିନିଟ୍ ରୁ ୧ଟା ୫୪ମିନିଟ୍, ସନ୍ଧ୍ୟା ୬ଟା ୪୦ମିନିଟ୍ ରୁ ରାତ୍ର ୯ଟା ୫ମିନିଟ୍, ରାତ୍ର ୧୨ଟା ୨୨ମିନିଟ୍ ରୁ ୧ଟା ୨୮ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବ । ବନ୍ଧୁମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବା ଫଳରେ ଖେଳରେ ଓ ବିଦ୍ୟାରେ ଉନ୍ନତି ହେବ । ପରିବାରରେ ଆନନ୍ଦ ଲହରୀ ଖେଳିଯିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । କେତେକ ଜଟିଳ ସମସ୍ୟା ସହଜ ସରଳରେ ସମାଧାନ କରି ଶାନ୍ତି ପାଇବେ । ଧାର୍ମିକ କାର୍ଯ୍ୟରେ ବାଧା, ଶାରିରୀକ ଅସୁସ୍ଥତା ସହ ମାନସିକ ଅଶାନ୍ତି ଦେଖାଦେଇ ପାରେ । ପ୍ରତିକାର:- ଚାଉଳ କୁଆ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

ବୃଷ:-

ପରିବାରର ସାହାଯ୍ୟରେ ଉପକୃତ ହେବେ । ରାଜନୀତିରେ ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିବନ୍ଧକ ସୃଷ୍ଟି କଲେମଧ୍ୟ ପ୍ରଶଂସା ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ନ ହରାଇ କାର୍ଯ୍ୟ କଲେ ଭଲହେବ । ସାବଧାନତା ଅବଲମ୍ବନ ନ କଲେ ଧନ ହାନି ହେବ । ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଭୁଲବୁଝାମଣା ସୃଷ୍ଟି ନହେଲା ଭଳି କାମ କଲେ ପ୍ରଶଂସା ପାଇବେ । ଛାତ୍ରଛାତ୍ରୀମାନେ ଧାର୍ମିକ କ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଭ୍ରମଣପ୍ରିୟ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମିଥୁନ:-

ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟି ଯିବ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରିବେ । ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଶତୃମାନେ ତଳମୁହାଁ ହେବେ । ବାଦବିବାଦ, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ପ୍ରଶଂସିତ ହେବେ । ବିଦ୍ୟା, ଖେଳରେ ସକ୍ରିୟ ହୋଇ ପ୍ରଶଂସିତ ହେବେ । ଭାଇ ବନ୍ଧୁ ଓ ମିତ୍ରଙ୍କଠାରୁ ସହଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବା ସହ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ବ୍ୟବସାୟ ବାଣିଜ୍ୟ ମାମଲାରେ ଦୂରସ୍ଥାନ ଯିବାକୁ ପଡିବ ଓ ଲାଭ ହେବ । ରାଜନୀତି କ୍ଷେତ୍ରରେ ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । ଶତୃମାନେ କ୍ଷତି କରିବାକୁ ଚେଷ୍ଟା କରି ଅପଦସ୍ତ ହେବେ । ସନ୍ତାନମାନଙ୍କର ଉନ୍ନତି ହେବା ସହ ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକସ୍ଥିତି ପ୍ରାୟତଃ ଭଲ ରହିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-

ପରିବହନ ବ୍ୟବସାୟିକସ୍ଥିତି ସୁଦୃଢ ହେବା ସହ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଅନ୍ୟବ୍ୟବସାୟୀ ମାନଙ୍କର ବହୁତ ଦିନର ବାକିପଡିଥିବା ଅର୍ଥ ପାଇବେ ଓ ଆୟର ମାର୍ଗ ପ୍ରଶସ୍ତ ହେବ । ଦୂରଯାତ୍ରାରେ ସୁଖମିଳିବା ସହ ଲାଭ ବାନ୍ ହେବେ । ରାଜନୀତିରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିବ । ସମ୍ପର୍କୀୟମାନଙ୍କ ଦ୍ୱାରା ସୁବିଧା ପାଇ ପାରିବାରିକ ପରିସ୍ଥିତିରେ ଉନ୍ନତି ଘଟିବ । ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:-

ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ରାଜନୈତିକ କ୍ଷେତ୍ରରେ ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ଯୋଗେ ଲାଭ ପାଇବେ । ସାମାଜିକ କାର୍ଯ୍ୟରେ ଭାଗ ନେବେ । ମାଆବାପାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ନେଇ ଖୁସିହେବେ । ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ପ୍ରତିକାର- ମିଶ୍ରିଟିକେ ଖାଇ ଘରୁ ବାହାରନ୍ତୁ ।

ତୁଳା:-

ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଅଶାନ୍ତିର ବାତାବରଣ ଦେଖାଦେଇ ପାରେ । ପ୍ରେମ କ୍ଷେତ୍ରରେ ସଫଳତା ପାଇବା ସହ ନୂତନ ସମ୍ବନ୍ଧ ସୃଷ୍ଟିହେବ । ଉତ୍ତମ ରୋଜଗାର ହେଲେ ମଧ୍ୟ ବ୍ୟବସାୟରେ କ୍ଷତି ଘଟିବା ସହ ଆର୍ଥିକ ଉନ୍ନତିରେ ବାଧା ଦେଖା ଦେଇ ପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ରାଜନୈତିକ କ୍ଷେତ୍ରରେ ସହକର୍ମୀ ମାନଙ୍କର ସମର୍ଥନ ଫଳରେ ବିପଦ ସଙ୍କୁଳ ଟଳିଯିବ । ବିଦ୍ୟା, ଖେଳକୁଦ, ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହୋଇ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ମଧ୍ୟ ନିଜେ ସଫଳତା ପାଇବେ । ଅତି ନିକଟରେ ରହୁଥିବା ବନ୍ଧୁଙ୍କଦ୍ୱାରା କାମହାସଲ କରିପାରିବେ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-

ମାନସିକ ଦୁଶ୍ଚିନ୍ତା ଦୂର ହେବ । ବ୍ୟବସାୟରେ ଆଦୌଫୁରୁସତ୍ ପାଇବେ ନାହିଁ । ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପାରିବାରିକ ଜୀବନ ଆନନ୍ଦରେ କଟିବ । ଦୂରଯାତ୍ରାରେ ସଫଳ ହେବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଯେ କୌଣସି ପ୍ରକାରେ ସମସ୍ତ କାମ ଶେଷ କରିବାକୁ ବାଧ୍ୟ ହେବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମକର:-

ଶିଳ୍ପବାଣିଜ୍ୟ, ବ୍ୟବସାୟକ୍ଷେତ୍ରରେ ଆଶାନୁରୂପ ଲାଭପାଇବେ । କଳା, ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ । ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ମୌଜ କଥା କହି ଲୋକମାନଙ୍କୁ ବଶିଭୂତ କରିପାରିବେ । କେତେକ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ମଧ୍ୟ ନିଜେ ସଫଳତା ପାଇବେ । ଯୋଜନା ମୁତାବକ କାମ ନକଲେ ଅପଦସ୍ଥ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ:-

ବ୍ୟବସାୟକୁ ନେଇ ପ୍ରତିଦ୍ଵନ୍ଦିତାଦେଖା ଦେଲେ ମଧ୍ୟ ଆପଣ ବିଜୟୀ ହେବେ । ଭାଗୀଦାର ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣାରେ ପରିବର୍ତ୍ତନ ଆସିବ । ସାହିତ୍ୟ, ସଂଗୀତ, କଳା, କ୍ରୀଡ଼ା, ଚଳଚ୍ଚିତ୍ରରେ ସଫଳତା ମିଳିବ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । କେତେକ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ମଧ୍ୟ ନିଜେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମୀନ:-

ନୂତନ ସମ୍ପତ୍ତି ଯାନବାହାନ ଗୃହୋପକରଣ କ୍ରୟ କରିପାରନ୍ତି । ଶିଳ୍ପ, ବାଣିଜ୍ୟ ବ୍ୟବସାୟରେ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ, କିଛି ଅସୁବିଧା ହେବନାହିଁ । ଶରୀର ପୀଡା ଦୂରହୋଇ ସ୍ୱାସ୍ଥ୍ୟ ଠିକ୍ ରହିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ, କ୍ଷାତି ବଢ଼ିବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ ଓ ଖେଳରେ ପ୍ରଶଂସା ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!