ଦୈନିକ ରାଶିଫଳ: 06 ଅକ୍ଟୋବର 2022, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ମିଳିବ ପୁଳା ପୁଳା ଟଙ୍କା

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅକ୍ଟୋବର ମାସ ୬ତାରିଖ, ଗୁରୁବାର, କନ୍ୟାମାସ ୨୦ଦିନ, ଆଶ୍ଵିନମାସ ଶୁକ୍ଳପକ୍ଷ, ଏକାଦଶୀତିଥି ସକାଳ ୯ଟା ୪୦ମିନିଟ୍ ପରେ ଦ୍ଵାଦଶୀତିଥି, ଧନିଷ୍ଠା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର ସକାଳ ୮ଟା ୨୭ମିନିଟ୍ ପରେ କୁମ୍ଭ ରାଶିରେ ଚନ୍ଦ୍ର। ଶୂଳ ଯୋଗ। ବିଷ୍ଟି କରଣ ସକାଳ ୯ଟା ୪୦ମିନିଟ୍ ପରେ ବବ କରଣ। ତୁଳା, କୁମ୍ଭ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର ସକାଳ ୮ଟା ୨୭ମିନିଟ୍ ପରେ ମିଥୁନ, ମୀନ ରାଶିର ଘାତଚନ୍ଦ୍ର। ଶିମ୍ବ, ଆମିଷ ନ ଖାଇଲେ ଭଲ ସକାଳ ୯ଟା ୪୦ମିନିଟ୍ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଆଗ୍ନେୟେ ସକାଳ ୯ଟା ୪୦ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ଦିବା ୨ଟା ୩୦ମିନିଟ୍ ରୁ ୫ଟା ୨୭ମିନିଟ୍, ରାତ୍ରି ୧୧ଟା ୩୪ମିନିଟ୍ ରୁ ୧ଟା ୬ମିନିଟ୍। ଶୁଭସମୟ- ପ୍ରାତଃ ୫ଟା ୪୩ମିନିଟ୍ ରୁ ୭ଟା ୧୫ମିନିଟ୍, ସନ୍ଧ୍ୟା ୬ଟା ୧୭ମିନିଟ୍ ରୁ ରାତ୍ର ୯ଟା ୩୧ମିନିଟ୍, ରାତ୍ର ୧ଟା ୭ମିନିଟ୍ ରୁ ୩ଟା ୧୪ମିନିଟ୍, ରାତ୍ର ୪ଟା ୫ମିନିଟ୍ ରୁ ୫ଟା ୪୧ମିନିଟ୍। ପର୍ବଦିନ- ସର୍ବସମ୍ମତ ପାପାଙ୍କୁଶ ଏକାଦଶୀ, ଲକ୍ଷ୍ମୀ ନାରାୟଣ ବ୍ରତ, ଭସାଣି ଯାତ୍ରା।

ମେଷ:-ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ଅଧାଥିବା କାର୍ଯ୍ୟ ପୂରଣ ହେବ। ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନକରିବା ସହ ଧନସମ୍ପଦରେ ଅଭିବୃଦ୍ଧି ଘଟିବ। ଆର୍ଥିକ ଚିନ୍ତା ଦୁରହେବ ଓ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ଆଇନ ଅଦାଲତ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ପ୍ରତିକାର-ନାଲି ରୁମାଲ ଟିଏ ପାଖରେ ରଖନ୍ତୁ।

ବୃଷ:-ଶାରୀରିକ କଷ୍ଟ ଦୂର ହୋଇ ସ୍ୱାସ୍ଥ୍ୟ ଭଲ ରହିବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ ଓ ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବେ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ। ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ।

ମିଥୁନ:-ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ବହୁତ ପରିଶ୍ରମ କରି ଅର୍ଥ ଲାଭ ହେବ, କିନ୍ତୁ ବ୍ୟୟ ମଧ୍ୟ କରିବେ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସାମାଜିକ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ବ୍ୟବସାୟ କ୍ଷେତ୍ରରେ ଭଲ ଲାଭପାଇ ଉତ୍ତମ ରୋଜଗାର ହେବ। ରାଜନୀତି କ୍ଷେତ୍ରରେ ସୁଧାର ଆସି ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ଜାଗାଜମି, ଗୃହ ଉପକରଣ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ସିଂହ:-ଘାସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବା ସହ ପାରିବାରିକ ଜୀବନ ଆନନ୍ଦମୟ ହେବ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଆକସ୍ମିକ ଧନପ୍ରାପ୍ତି ହୋଇ ପାରେ ଓ ସମ୍ପତ୍ତି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କନ୍ୟା:-ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି ସହ ସଫଳତା ଲାଭ କରିବେ। ବିରୋଧିମାନେ ଦୂରେଇଯିବେ ଓ ନୁତନ କାର୍ଯ୍ୟ ନିର୍ଦ୍ୱୋନ୍ଦରେ ଆଗେଇନେବେ। ରାଜନୀତିରେ ବଡନେତାଙ୍କୁ ସନ୍ତୁଷ୍ଟ କରି ସମ୍ବନ୍ଧ ଓ ସମ୍ପର୍କରେ ସୁଖ ଶାନ୍ତିରେ ଦିନଟି କଟାଇବେ। ଶତୃମାନେ ଦୂରେଇ ଯିବେ। ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ତୁଳା:-ଘାଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ। ପ୍ରେମିକ ପ୍ରେମିକାମାନେ ଯୋଗାଯୋଗ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖା ଦେବ। ରୋଜି ରୋଜଗାର ପାଇଁ ଉପଯୁକ୍ତ ସମୟ ଅଟେ। କର୍ମକ୍ଷେତ୍ରରେ ମଧ୍ୟ ସୁଧାର ଆସିବ। ବ୍ୟବସାୟିକ ସ୍ଥିତି ସୁଧୁରିଯିବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଶତୃମାନେ ପରାଜିତ ହେବେ ଓ ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେମସ୍ତକରେ ଲଗାଇ ଦିଅନ୍ତୁ।

ଧନୁ:-ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ସ୍ଥଗିତ ଥିବା କର୍ମଟି ପୂରଣ ହୋଇପାରେ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ଫଳରେ ନୂତନ ବ୍ୟବସାୟର ଶୁଭାରମ୍ଭ କରି ପାରନ୍ତି। ଆର୍ଥିକ ଉନ୍ନତି ଘଟିବ। ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ସନ୍ତୋଷ ଦେଖାଦେବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର:-ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ସମ୍ମାନ ବୃଦ୍ଧି ହେବ। କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହୋଇ କୋର୍ଟକଚେରୀ ମାମଲା ସହଜ ସରଳରେ ସମାଧାନ ହୋଇଯିବ। ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ପରିବାରରେ କୌଣସି ଶୁଭକାର୍ଯ୍ୟର ଆୟୋଜନ ହୋଇପାରେ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ। ପ୍ରତିକାର- ନୀଳ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

କୁମ୍ଭ:-ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। କ୍ରୋଧକୁ ଦମନ କରି ପାରିଲେ ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବ। ଉଦାସୀନତା ପ୍ରବୃତିକୁ ତ୍ୟାଗକରି ମିଳିମିଶି କାମ କରି ପାରିଲେ କଷ୍ଟ ଦୂର ହେବ। ରାଜନୀତି କ୍ଷେତ୍ରରେ କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ପାରିବାରିକ କ୍ଷେତ୍ରରେ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିକାର:- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ସ୍ୱାସ୍ଥ୍ୟରେ ଉନ୍ନତି ହେତୁ ମାନସିକସ୍ଥିତି ଭଲ ରହିବ। ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ। ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବ୍ୟବସାୟରେ ନିଜରପଦ ଗରିମା ବଜାୟ ରହିବ। ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇ ଆର୍ଥିକ ସ୍ଥିତି ଭଲ ରହିବ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ ଯୋଗଦାନ କରି ପ୍ରଶଂସିତ ହେବେ। ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂରହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!