ଦୈନିକ ରାଶିଫଳ: 06 ନଭେମ୍ବର 2022, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍ଥିକ ସମ୍ପତ୍ତିରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ନଭେମ୍ବର ମାସ ୬ତାରିଖ, ରବିବାର, ତୁଳାମାସ ୨୧ଦିନ, କାର୍ତ୍ତିକମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି ଦିବା ୪ଟା ୨୯ମିନିଟ୍ ପରେ ଚତୁର୍ଦ୍ଦଶୀତିଥି, ରେବତୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର । ବଜ୍ର ଯୋଗ । ତୈତିଳ କରଣ ଦିବା ୪ଟା ୨୯ମିନିଟ୍ ପରେ ଗର କରଣ । ମେଷ ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ବାଇଗଣ ନ ଖାଇଲେ ଭଲ ଦିବା ୪ଟା ୨୯ମିନିଟ୍ ପରେ ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ । ଯୋଗିନୀ- ଦକ୍ଷିଣେ ଦିବା ୪ଟା ୨୯ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୬ମିନିଟ୍ ରୁ ୧୨ଟା ୫୪ମିନିଟ୍, ରାତ୍ରି ୧ଟା ୬ମିନିଟ୍ ରୁ ୨ଟା ୪୨ମିନିଟ୍ । ଶୁଭସମୟ- ସକାଳ ୬ଟା ୩୯ମିନିଟ୍ ରୁ ୮ଟା ୫୨ମିନିଟ୍, ଦିବା ୧୨ଟା ୫୫ମିନିଟ୍ ରୁ ୨ଟା ୫୦ମିନିଟ୍, ଦିବା ୩ଟା ୩୭ମିନିଟ୍ ରୁ ୩ଟା ୪୧ମିନିଟ୍, ରାତ୍ର ୭ଟା ୪୧ମିନିଟ୍ ରୁ ୯ଟା ୨୧ମିନିଟ୍, ରାତ୍ର ୧୧ଟା ୫୭ମିନିଟ୍ ରୁ ୧ଟା ୫ମିନିଟ୍, ରାତ୍ର ୨ଟା ୪୩ମିନିଟ୍ ରୁ ୫ଟା ୫୩ମିନିଟ୍ । ପର୍ବଦିନ- ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା, ବଡଓଷା, ବୈକୁଣ୍ଠ ଚତୁର୍ଦ୍ଦଶୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ । ଘର ଏବଂ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ । ଭାଷଣ ବାଜିରେ କ୍ରୋଧକୁ ନିୟନ୍ତ୍ରଣ କରି ଉଚିତ୍ କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଶଂସିତ ହେବେ । ଜୀବନରେ ଆସୁଥିବା ପରିବର୍ତ୍ତନ ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବେ । ଅଭିନୟ ଜଗତ ସହିତ ଜଡିତ ଲୋକଙ୍କ ଖ୍ୟାତି ବୃଦ୍ଧି ପାଇବ । କାହାର ଗ୍ୟାରେଣ୍ଟି ନେବା ଠାରୁ ଦୂରେଇ ରୁହନ୍ତୁ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବୃଷ:-ଜୀବନସାଥି ଓ ସନ୍ତାନଙ୍କ ସହ ଭ୍ରମଣ କରିବେ । ଯେଉଁମାନେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢିବାକୁ ଇଚ୍ଛା କରୁଛନ୍ତି ସେମାନେ ଆଡମିଶନ ପାଇପାରିବେ । ଯଦି ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରନ୍ତି ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:-ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ । ବସ୍ ଅଫିସରେ ଆପଣଙ୍କର ପଦୋନ୍ନତି ବିଷୟରେ ଆଲୋଚନା କରିପାରନ୍ତି । ବ୍ୟବସାୟ ସମ୍ବନ୍ଧରେ ବଡ଼ ଚୁକ୍ତି ହୋଇପାରେ । ନୂତନ କାର୍ଯ୍ୟ ଶିଖିବାକୁ ଚେଷ୍ଟା କରିବେ ଓ ଫିଟନେସ୍ ସମ୍ବନ୍ଧରେ କିଛି କଠିନ ପରିଶ୍ରମ କରିବେ । ରିଅଲ୍ ଇଷ୍ଟେଟ୍ ସମ୍ବନ୍ଧରେ ବଡ କାରବାର କରିବାର ସମ୍ଭାବନା ଅଛି । ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

କର୍କଟ:-ଟଙ୍କା କାରବାରକୁ ନେଇ ଅନେକ ସୁବିଧା ପାଇବାସହ ସାଙ୍ଗମାନଙ୍କ ସହିତ ଭଲରେ ସମୟ ବିତାଇବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇପାରିବେ । ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ଆଡମିଶନ ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ । ପାରିବାରିକ ପରିବେଶ ଅତ୍ୟନ୍ତ ଆନନ୍ଦଦାୟକ ହେବ । ପୁରୁଣା ଋଣ ପରିଶୋଧ କରିବାର ସୁଯୋଗ ପାଇପାରନ୍ତି । ଅଧିକାରୀମାନେ ଆପଣଙ୍କ କଥା ଶୁଣିବାକୁ ବାଧ୍ୟହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-କ୍ୟାରିୟରରେ ଭଲ ଫଳାଫଳ ପାଇବେ । ଟେକ୍ନୋଲୋଜି କ୍ଷେତ୍ର ସହିତ ଜଡିତ କାର୍ଯ୍ୟକ୍ଷେତ୍ରରେ ବିପୁଳ ସଫଳତା ହାସଲ କରିପାରିବେ । ନୂତନ ଲୋକଙ୍କ ସହିତ କାମ କରିବାର ସୁବିଧା ସୁଯୋଗ ପାଇବେ । ଯୋଗାଯୋଗ ଅଭାବ ହେତୁ ସମ୍ପର୍କ ମଧ୍ୟରେ ଦୂରତା ମଧ୍ୟ ରହିପାରେ । ପରିବାରରେ ହସ ସୁଖର ପରିବେଶ ରହିବ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କନ୍ୟା:-ଜୀବନସାଥୀ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ । ନୂତନ ଅଂଶୀଦାର ମାନଙ୍କ ସହିତ ସମୟ ବହୁତ ଭଲରେ କଟିବ । ବ୍ୟବସାୟୀ ମାନେ ସ୍ଥଳ ବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭବାନ ହେବେ । ପାରିବାରିକ ଜୀବନରେ ଆବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ । ନାନା ବାଟରେ ଧନାଗମ ଘଟିବ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ତୁଳା:-ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ ଓ ଧନ ପ୍ରାପ୍ତି ହେବ । ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ଯ୍ୟ କରିବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ । ଚାକିରୀରେ ପଦୋନ୍ନତି ହେବ । ଶିକ୍ଷାଖେତ୍ରରେ ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ । ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-ପ୍ରତିଯୋଗି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କର୍ମ ନିଯୁକ୍ତି ପାଇବେ । ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ । ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବ । ଗୁରୁ ଗୁରୁ ଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ । ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ପ୍ରେମିକ ପ୍ରେମିକାଙ୍କ ସହିତ ବିବାହ ବିଷୟରେ କିଛି ଆଲୋଚନା ହୋଇପାରେ । ହାସ୍ୟ ଏବଂ ବ୍ୟଙ୍ଗକାର୍ଯ୍ୟରେ ବ୍ୟସ୍ତ ରହିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ଧନୁ:-ପୂର୍ବରୁ କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିବେ ଓ ମନରେ ସମାଜ କଲ୍ୟାଣର ଏକ ଭାବନା ରହିବ । ବିପରୀତ ଲିଙ୍ଗର ଲୋକଙ୍କ ଠାରୁ ସୁବିଧା ସୁଯୋଗ ପାଇବେ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ । ବ୍ୟବସାୟୀମାନେ ଧୈର୍ଯ୍ୟଧରୀ ପରିଶ୍ରମ ନ କଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ । ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ଶୁଭ ସମାଚାର ଶୁଣିବାକୁ ମିଳିବ । ବ୍ୟବସାୟରେ ନୂତନ ପରୀକ୍ଷଣ କରିବାକୁ ସୁଯୋଗ ପାଇବେ । ଫୋନ, ମୋବାଇଲ୍, ଇଣ୍ଟରନେଟ୍ ରେ ପୁରୁଣା ମିତ୍ରଙ୍କ ଦ୍ଵାରା ସମ୍ବାଦ କାୟମ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଅଟେ । ବିତିଯାଇଥିବା ମାମଲାରେ ମଧ୍ୟ ସଫଳତା ମିଳିବ । ଛାତ୍ରଛାତ୍ରୀମାନେ ନୂତନ ପାଠ୍ୟକ୍ରମରେ ଆଡମିଶନ ନେଇପାରିବେ । କର୍ମକ୍ଷେତ୍ରରେ ସେମିତି କିଛି ଅସୁବିଧା ନାହିଁ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ବାଦବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ନୂତନ ବନ୍ଧୁ ଭେଟ ହେବେ ଓ ସମ୍ବନ୍ଧରେ ପ୍ରଗାଢତା ଆସିବ । କାର୍ଯ୍ୟକ୍ଷେତ୍ରରେ ଲାଭ ଉଠେଇବେ । ଜୀବନସାଥୀଙ୍କ ଆଚରଣ ଏମିତିହେବ ଯାହା ଆପଣଙ୍କ ଆତ୍ମବିଶ୍ୱାସ ବଢେଇବ । ଚାକିରି ସମ୍ବନ୍ଧରେ ନୂତନ ସମ୍ଭାବନା ସୃଷ୍ଟି ହେବ । ନୂତନ ବ୍ୟବସାୟିକ ସମ୍ପର୍କ ସ୍ଥାପନ ହୋଇପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମୀନ:-ସହଭାଗୀତା ସମ୍ବନ୍ଧୀୟ ବିଷୟଗୁଡ଼ିକ ପାଇଁ ସମୟ ଅତ୍ୟନ୍ତ ଶୁଭ ହେବ । ଯଦି କିଛି କାର୍ଯ୍ୟରେ କ୍ଷଣିକ ପ୍ରତିବନ୍ଧକ ଥାଏ, ତେବେ ଏହା ଉପରେ ଅସନ୍ତୋଷ ପ୍ରକାଶ କରିବା ପରିବର୍ତ୍ତେ, ଏହାକୁ ସଂଯମତା ସହିତ ଦୂର କରିବାକୁ ଚେଷ୍ଟା କରନ୍ତୁ । ଘରର ରକ୍ଷଣା ବେକ୍ଷଣ ଉପରେ ଆପଣ ବହୁତ ଧ୍ୟାନ ଦେବେ । .ଆୟର ଅତିରିକ୍ତ ଉତ୍ସ ସୃଷ୍ଟି ହେବ ଓ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କର୍ମ ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!