ଦୈନିକ ରାଶିଫଳ: 06 ମାର୍ଚ୍ଚ 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚମାସ ୬ ତାରିଖ, ସୋମବାର, କୁମ୍ଭମାସ୨୨ ଦିନ, ଫାଲଗୁନମାସ, ଶୁକ୍ଲପକ୍ଷ, ଚତୁର୍ଦଶୀତିଥି ଦିବା ୪ଟା ୧୭ ମିନିଟ ପରେ ପୂର୍ଣ୍ଣିମାତିଥି, ମଘାନକ୍ଷତ୍ର, ସିଂହରାଶିରେ ଚନ୍ଦ୍ର। ସୁକର୍ମା ଯୋଗ। ବଣିଜ କରଣ ଦିବା ୪ଟା ୧୭ମିନିଟ୍ ପରେ ବିଷ୍ଟି କରଣ। ମିଥୁନ ରାଶିର ଘାତବାର। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ନିଷିଦ୍ଧ ଖାଦ୍ୟ-ବିରି ଜାତୀୟ ଖାଦ୍ୟ ତୈଳ ନ ଖାଇଲେ ଭଲ ଦିବା ୪ଟା ୧୭ ମିନିଟ୍ ପରେ ଆମିଷ, ତୈଳ ନ ଖାଇଲେ ଭଲ। ଯୋଗିନୀ- ପଶ୍ଚିମେ ଦିବା ୪ଟା ୧୭ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ। ଶ୍ରାଦ୍ଧ ତର୍ପଣ-ଚତୁର୍ଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ଦିବା ୧୦ଟା ୨୫ମିନିଟ୍ ରୁ ୧୧ଟା ୫୭ମିନିଟ୍, ଦିବା ୨ଟା ୫୩ମିନିଟ୍ ରୁ ୪ଟା ୨୧ମିନିଟ୍। ଶୁଭସମୟ- ପ୍ରାତଃ ୬ଟା ୬ମିନିଟ୍ ରୁ ୭ଟା ୩୪ ମିନିଟ, ଦିବା ୪ଟା ୨୧ମିନିଟ୍ ରୁ ୫ଟା ୨ମିନିଟ୍, ସନ୍ଧ୍ୟା ୬ଟା ୩୮ମିନିଟ୍ ରୁ ୯ଟା ୦୬ମିନିଟ୍, ରାତ୍ର ୧୧ଟା ୫୭ମିନିଟ୍ ରୁ ୨ଟା ୪୯।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:- ସାମାଜିକ ପତିଆରା ଅମଳିନ ରହିବ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବ୍ୟବସାୟ କ୍ଷେତ୍ରରେ ଭଲଲାଭ ପାଇ ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ। ଉଚ୍ଚଆଶା ସଫଳ ହେବ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ପ୍ରେମୀ-ପ୍ରେମିକାଙ୍କ ମିଳନ ହେବ ଓ ସଫଳତା ମିଳିବ। ରାଜନୈତିକ କ୍ଷେତ୍ରରେ ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା କରିବେ। ପ୍ରତିକାର- ନାଲି ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ବୃଷ:-ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ। ଆବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ ଓ ଉତ୍ତମ ରୋଜଗାର ହେବ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ପାରିବାରିକ ଜୀବନ ଆନନ୍ଦରେ କଟିବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମିଥୁନ:-କଳା, ସାହିତ୍ୟ, କ୍ରିଡାକ୍ଷେତ୍ରରେ ପ୍ରଶଂସା ମିଳିବ। ରାଜନୀତି କ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ଆଧ୍ୟାତ୍ମିକ, ଧାର୍ମିକ ଓ ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ସନ୍ତାନଙ୍କ ଚିନ୍ତାରେ ମାନସିକ ଚିନ୍ତା ବୃଦ୍ଧି ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କର୍କଟ:-କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ। ବିନା ପରିଶ୍ରମରେ ଧନପ୍ରାପ୍ତି ହେବ। ପୁରାତନ ରୋଗର ପ୍ରକୋପ ସହିତ ଉଦର ପୀଡ଼ା ଦେଖା ଦେଇପାରେ। ପ୍ରେମିକ ପ୍ରେମିକା ମାନେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭ ହେବ। ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି। ସରକାରୀ କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟରେ ଆଶାତୀତ ଲାଭ ପାଇ ସୁଖ ଶାନ୍ତିରେ ଦିନଟି କାଟିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଯଶ, ମାନ ବୃଦ୍ଧି ହେବ। ପ୍ରତିକାର-ପ୍ରତ୍ୟେକଦିନ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କନ୍ୟା:-ପରିବାରରେ ମାନ ମନାନ୍ତର ଦୂର ହେବ। ବ୍ୟବସାୟୀ ମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ପ୍ରେମ କ୍ଷେତ୍ରରେ ସଫଳ ହେବେ। ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ। କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ। ପିଲାମାନଙ୍କ କାର୍ଯ୍ୟ ପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଆର୍ଥିକସ୍ଥିତି ସୁଧୁରିବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ। ପଦୋନ୍ନତି ସହ ନୂତନକର୍ମ ପ୍ରାପ୍ତି ହୋଇପାରେ। ଆୟରସ୍ରୋତ ଖୋଲିଯିବ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ବନ୍ଧୁମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ ଓ ଯାନବାହାନ କ୍ରୟ ବିକ୍ରୟ ଓ ସଂପତ୍ତି କ୍ରୟ ବିକ୍ରୟ ଦ୍ୱାରା ପ୍ରଚୁର ଲାଭ ପାଇବେ। ପରିବାରର ସାହାଯ୍ୟରେ ଉପକୃତ ହେବେ। କୌଣସି ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆର୍ଥିକ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ। ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀ ହେବେ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ଧନୁ:-ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ। ସମୟକୁ ହାତ ଛଡ଼ା ନ କରିବା ଉଚିତ୍। ରୋଜଗାର ସମସ୍ୟା ସୁଧୁରି ଯିବ। ଶୁଭ ସମାଚାର ପାଇ ଖୁସି ହେବେ। ଆର୍ଥିକସ୍ଥିତି ସୁଧାରିବା ଦ୍ୱାରା ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ। ନୂତନ କର୍ମ ଓ ବ୍ୟବସାୟ ପାଇଁ ଚେଷ୍ଟିତ ହେବେ। ମନୋରଞ୍ଜନ କରିବା ପାଇଁ ସମୟ ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-ରାଜନୀତିରେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ବିଦ୍ୟା, ଖେଳରେ ଉନ୍ନତି ହେବ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। କର୍ମକ୍ଷେତ୍ରରେ ସ୍ଥାନାନ୍ତରର ସୂଚନା ପାଇ ପାରନ୍ତି। ବାକ୍ୟ ସଂଯମତା ନରଖିଲେ ମାଲିମୋକଦ୍ଦମାର ଭୟ ରହିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ ଓ ଲୁଗାପଟା ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଦ୍ବିଗୁଣ ଲାଭ କରିବେ। ନିର୍ମାଣ ମୂଳକ ଯୋଜନାରେ ଆଗେଇବେ ଓ ଗୃହୋପକରଣ କ୍ରୟ କରିବେ। ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମୀନ:-ଦୂର ଯାତ୍ରା କରି ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ। ନୂତନ ଗୃହସୁଖ ମିଳିବ। ଅଟକି ଥିବା ଧନପ୍ରାପ୍ତ ହେବ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ଜନ ସେବାରେ ପ୍ରଶଂସା ମିଳିବ। ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!