ଦୈନିକ ରାଶିଫଳ: 06 ଜୁଲାଇ 2022, ଶ୍ରୀ ଗଣେଶଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ ୬ତାରିଖ, ବୁଧବାର, ମିଥୁନମାସ ୨୨ଦିନ, ଆଷାଢମାସ ଶୁକ୍ଳପକ୍ଷ, ସପ୍ତମୀ ତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର ଦିବା ୧୧ଟା ୪୨ମିନିଟ୍ ପରେ ହସ୍ତା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର । ବରୀୟାନ ଯୋଗ ଦିବା ୧୧ଟା ୪୧ମିନିଟ୍ ପରେ ପରିଘ ଯୋଗ । ଗର କରଣ ସକାଳ ୭ଟା ୪୩ମିନିଟ୍ ପରେ ବାଣିଜ୍ୟ କରଣ । କର୍କଟ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ତାଳ ନ ଖାଇଲେ ଭଲ ସନ୍ଧ୍ୟା ୭ଟା ୪୮ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ରାତି ୭ଟା ୪୮ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୩୪ମିନିଟ୍ ରୁ ଦିବା ୧୦ଟା ୧୨ମିନିଟ୍, ଦିବା ୧୧ଟା ୫୧ମିନିଟ୍ ରୁ ଦିବା ୧ଟା ୩୦ମିନିଟ୍, ରାତ୍ରି ୨ଟା ୩୫ମିନିଟ୍ ରୁ ୩ଟା ୫୫ମିନିଟ୍ । ଶୁଭସମୟ- ସକାଳ ୭ଟା ୫୫ମିନିଟ୍ ରୁ ୮ଟା ୩୩ମିନିଟ୍, ଦିବା ୧୦ଟା ୧୩ମିନିଟ୍ ରୁ ୧୧ଟା ୨୪ମିନିଟ୍, ଦିବା ୨ଟା ୩ମିନିଟ୍ ରୁ ୫ଟା ୩୨ମିନିଟ୍, ସନ୍ଧ୍ୟା ୬ଟା ୨୭ମିନିଟ୍ ରୁ ରାତ୍ର ୧୦ଟା ୨ମିନିଟ୍, ରାତ୍ର ୧୨ଟା ୧୪ମିନିଟ୍ ରୁ ୧ଟା ୩୯ମିନିଟ୍ ।

ମେଷ:-ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ଏକ ନୂତନ କ୍ୟାରିଅର୍ ଆରମ୍ଭ କରିପାରିବେ । ପ୍ରେମ ସମ୍ପର୍କରେ ଘନିଷ୍ଠତା ବୃଦ୍ଧି ପାଇବ ଓ ପ୍ରିୟଜନଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ସରକାରୀ କାର୍ଯ୍ୟରେ ଅତୁଳନୀୟ ଲାଭ ପାଇବେ ଓ ନୂତନ ଉପାୟ ଚିନ୍ତାକରି ଆୟର ନୂତନ ସ୍ରୋତ ଖୋଲିପାରନ୍ତି । ପରିବାରର ସମସ୍ତ ସଦସ୍ୟଙ୍କ ଭାବନା ପ୍ରତି ଧ୍ୟାନ ଦେଲେ ଯେକୌଣସି କାର୍ଯ୍ୟକୁ ସଂଗଠିତ କରିପାରିବେ । ପ୍ରତିକାର-ରକ୍ତଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ବୃଷ:-ପିଲାମାନଙ୍କର ଭବିଷ୍ୟତ ବିଷୟରେ ଚିନ୍ତାକରି ଆନନ୍ଦିତ ହେବେ । ନିଜର ବୁଦ୍ଧିବଳ ଓ ଚତୁରତାର ସହ ଲକ୍ଷ୍ୟପ୍ରାପ୍ତିି ପାଇଁ ଅଗ୍ରସର ହେବେ । ଶତ୍ରୁ ଓ ବିରୋଧୀମାନେ ଭୟରେ ଆପଣଙ୍କ ପାଖରୁ ଦୂରେଇ ଯିବେ । ମାଲିମୋକଦ୍ଦମାରେ ଆଶାବାଦୀ ହେବେ । କ୍ରୋଧକୁ ନିୟନ୍ତ୍ରଣ କରିବା ସହ ବାଦବିବାଦର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନତୁବା ନିଜର ଅପାରଗତା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ପ୍ରତିକାର-ବାସଚନ୍ଦନ ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ମିଥୁନ:-ଦେଶଭକ୍ତି, ଜନସେବା, ସାମାଜିକ କ୍ଷେତ୍ରରେ ଉନ୍ନତିର ରାସ୍ତା ଖୋଲିଯିବ । ବ୍ୟବସାୟୀଙ୍କର ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ । କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତରଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ପ୍ରକୃତିରେ ନମ୍ରତା ଭାବରଖି ପ୍ରତିଦ୍ୱନ୍ଦ୍ୱୀତା କ୍ଷେତ୍ରକୁ ଗଲେ ଜୀବନ ସାଥୀଙ୍କ ପୂର୍ଣ୍ଣସମର୍ଥନ ପାଇବେ । ଯେଉଁମାନଙ୍କର ଓଜନ ଅଧିକ, ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହୋଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଆଜି ଆପଣ ଆରାମଦାୟକ ମନୋଭାବରେ ରହିବେ । ରାଜନୀତି କ୍ଷେତ୍ରରେ ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିବ । କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ । ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବା ଫଳରେ ଆଗକୁ ବଢିବାରେ ସହାୟତା ମିଳିବ । ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ । ପ୍ରେମୀକ ପ୍ରେମିକାଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ । ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ । ସାମାଜିକ କାର୍ଯ୍ୟରେ ଆଜି ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । ପୁରାତନ ରୋଗରୁ ଉପଶମ ମିଳିବ । କାମ କାର୍ଯ୍ୟରେ ଗମ୍ଭୀରତା ପୂର୍ବକ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ଅତୀତରେ କରାଯାଇଥିବା କଠିନ ପରିଶ୍ରମର ଶୁଭଫଳ ପାଇ ଆପଣଙ୍କୁ ଦୂରଯାତ୍ରା କରିବାକୁ ପଡିପାରେ । ନୂତନ ବିଚାର, ଉପସ୍ଥିତ ଜ୍ଞାନ, ଅଧ୍ୟୟନ ଓ ଅଧ୍ୟାପନାରେ ରୁଚି ବଢିବ । ନିଜର ସ୍ୱଭାବ ଓ କ୍ଷମତା ପରଖିବା ପାଇଁ ଆତ୍ମମନ୍ଥନ କରିବେ । ରାଜନୀତି କ୍ଷେତ୍ରରେ ସ୍ୱାର୍ଥରକ୍ଷା କରିବାରେ ସମୟ ବିତିବ । ଅନ୍ୟମାନଙ୍କୁ ଆପଣଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ । ନୂତନ ଦ୍ରବ୍ୟ କ୍ରୟ ବିକ୍ରୟ କରି ଆଶାତୀତ ଲାଭ ପାଇବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭାବପ୍ରବଣତା ଦୃଢହେବ କିନ୍ତୁ ଦାମ୍ପତ୍ୟ ଜୀବନରେ ଟେନସନ ହେବାର ସମ୍ଭାବନା ଅଛି । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଅନେକ ଦିଗରୁ ଖୁସି ମିଳିବ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । କଠିନ ପରିଶ୍ରମ କରିବା ଯୋଗୁ ଶାରରୀକ ଅସୁସ୍ଥତା ଦେଖା ଦେବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରେମକ୍ଷେତ୍ରରେ ବିଫଳ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସଭା ସମିତିରେ ନୂଆ ପୁରୁଣା ପାର୍ଥକ୍ୟ ବିଷୟରେ ଆଲୋଚନା କରିବା ଫଳରେ ଆପଣଙ୍କ ଭାଷଣଶୁଣି ଲୋକମାନେ ପ୍ରଭାବିତ ହେବେ । ଉଚ୍ଚଶିକ୍ଷା ପାଇଁ ଇଞ୍ଜିନିୟରିଂ ଛାତ୍ରମାନେ ଉତ୍କୃଷ୍ଟ ସୁଯୋଗ ପାଇ ପାରିବେ । ଅର୍ଥ ସମ୍ପର୍କିତ ସମସ୍ୟାର ଶୀଘ୍ର ନିଷ୍ପତ୍ତି ନେଲେ ନୂତନ ବ୍ୟବସାୟର ସୁଯୋଗ ପାଇପାରିବେ । ପ୍ରଭାବଶାଳୀ ଲୋକଙ୍କ ଠାରୁ ଉଚିତ୍ ପରାମର୍ଶ ନେଇ କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ଧନୁ:-କର୍ମକ୍ଷେତ୍ରରେ ଆପଣ ସ୍ୱାଧୀନ ଭାବରେ ନିଜର ସ୍ୱାଧୀନ ମତ ପ୍ରକାଶ କରିପାରିବେ । ଦକ୍ଷତାର ପ୍ରଦର୍ଶନ କରି ପୁରାତନ ପଦ୍ଧତିକୁ ପରିବର୍ତ୍ତନ କରିପାରିବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ସକାରାତ୍ମକ ପରିଣାମରେ ଆତ୍ମବିଶ୍ୱାସ ବଢ଼ିବ ଓ ପରିଶ୍ରମର ଫଳ ପାଇବେ । ଶତ୍ରୁମାନେ ଈର୍ଷାତୁର ହେଲେବି କ୍ଷତିକରି ପାରିବେ ନାହିଁ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ ଅର୍ଥଲାଭ କରିବେ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମକର:-କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ ଅଧିକାରୀ ମାନଙ୍କ ପ୍ରିୟଭାଜନ ହେବେ । ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ସଫଳତା ପାଇଁ ପ୍ରଯତ୍ନଶୀଳ ରହିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ଘନିଷ୍ଠ ବନ୍ଧୁମାନଙ୍କ ସହିତ ଗମ୍ଭୀର ବିଷୟ ଉପରେ ଆଲୋଚନା କରି ନିଜର ପ୍ରତିଭା ବିଷୟରେ ଅବଗତ ହେବେ । ବ୍ୟବସାୟୀଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଅଧସ୍ତନ କର୍ମୀ ଓ ସାଧାରଣ କର୍ମଚାରୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ପାରିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ନିଜର ମାନସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ଆପଣଙ୍କ କଥାରେ ଜୀବନସାଥୀ ବହୁତ ପ୍ରଭାବିତ ହେବେ । ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଶାନ୍ତିର ବାତା ବରଣ ଦେଖା ଦେବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଇଚ୍ଛାକରି ସ୍ଥାନାନ୍ତରିତ ହେବା ପାଇଁ ଚେଷ୍ଟା ଜାରି ରଖିବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ପ୍ରତିକାର- ହଳଦିଆ ରୁମାଲ ଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!