ଦୈନିକ ରାଶିଫଳ: 06 ଜାନୁୟାରୀ ୨୦୨୧, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀ ମାସ ୬ତାରିଖ, ବୁଧବାର, ଧନୁମାସ ୨୩ଦିନ, ପୌଷମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ହସ୍ତାନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର। କର୍କଟ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର। ନଡିଆ, ଆମିଷ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୮ଟା ୩୬ମିନିଟ୍, ଦିବା ୧୦ଟା ୪୮ମିନିଟ୍ ରୁ ୧୧ଟା ୫୧ମିନିଟ୍, ଦିବା ୧ଟା ୪୨ମିନିଟ୍ ରୁ ୩ଟା ୫୦ମିନିଟ୍, ସନ୍ଧ୍ୟା ୬ଟା ୧୧ମିନିଟ୍ ରୁ ୭ଟା ୨ମିନିଟ୍, ରାତ୍ର ୮ଟା ୪୯ମିନିଟ୍ ରୁ ୩ଟା ୮ମିନିଟ୍। ପର୍ବଦିନ- କଳାଷ୍ଟମୀ, ଅଷ୍ଟକା ଶ୍ରାଦ୍ଧ, ପଠାଣି ସାମନ୍ତ ଓ ବାଇକୋଳି ବିଶାରଦଙ୍କ ଜୟନ୍ତୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଚେଷ୍ଟା କଲେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ବିବେକାନୁମୋଦିତ ଚିନ୍ତାଧାରା ସାଙ୍ଗକୁ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିଭା ପ୍ରଦର୍ଶନ ଜନିତ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଶିଳ୍ପପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ଶିକ୍ଷା କ୍ଷେତ୍ରରେ ସଫଳ ହେବେ। କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଥିବା ଅଶାନ୍ତି ଦୂରେଇ ଯିବ। ବ୍ୟବସାୟରେ ପରିଶ୍ରମ ଫଳରେ ଉନ୍ନତି ହେବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳହେବେ। ଧର୍ମକର୍ମ ବା ଇଷ୍ଟ ସାଧନାରେ ରତରହି ଆବଦ୍ଧ ଯୋଗରୁ ମୁକୁଳି ପାରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ପାଇବେ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କରେ ରହିବ। କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ନୂତନକର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ମାଲିମୋକଦ୍ଦମାରେ ସଫଳତା ମିଳିବ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

କର୍କଟ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ନୂତନ ଯୋଜନାରେ ସଫଳତା ମିଳିବ। ବ୍ୟବସାୟରେ ବାକିଥିବା ଅର୍ଥପ୍ରାପ୍ତି ହେବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଉତ୍ତମ ରୋଜଗାର ମିଳିବ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଗୃହସ୍ଥ ଜୀବନ ସୁଖମୟ ହେବ। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ:-

ଶତୃ ପରାଜିତ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ହେବ। ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

କନ୍ୟା:-

ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବା ସହ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ତୁଳା:-

ପାରିବାରିକ ଅଶାନ୍ତି ଦୂରେଇ ଯିବ। କର୍ମକ୍ଷେତ୍ରରେ ଇଚ୍ଛାକରି ସ୍ଥାନାନ୍ତରିତ ହେବେ। କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଅସନ୍ତୋଷ ଥିଲେ ଦୂରେଇ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଚ୍ଛା:-

କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। ଦୂର ସ୍ଥାନକୁ ଯାତ୍ରା କରିବେ। ଆୟରସ୍ରୋତ ଖୋଲିଯିବ। ପୁରାତନ ରୋଗର ଉପଶମ ହୋଇଯିବ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବ୍ୟବସାୟିକ ସଫଳତା ମିଳିବ। ପରିବାରର ସମସ୍ୟା ସମାଧାନ ହୋଇଯିବ। ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସାମାଜିକ ସ୍ତରରେ ଖ୍ୟାତି ହେବ। ଅନ୍ୟର ଉପକାର କରି ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ। ପଦୋନ୍ନତି ସହ ନୂତନ କର୍ମପ୍ରାପ୍ତି ହେବ। ନୂତନ ବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାରକଲେ ଆଶାତିତ ଲାଭବାନ୍ ହେବା ସହ ଆୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟରେ ଉନ୍ନତୀ ଘଟିବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମକର:-

ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ବ୍ୟବସାୟରେ ନୂତନଧାରା ଖୋଲି ବ୍ୟବସାୟ କ୍ଷେତ୍ରରେ କଠିିନ ପରିଶ୍ରମ କରିବେ। ଜାଗା, ଜମି ଓ ଅନ୍ୟ ବ୍ୟବସାୟକ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତହେବ। ଭୋଗ ବିଳାସରେ ଦିନ କାଟିବା ପାଇଁ ଆଗ୍ରହୀ ହେବେ। ପୁରାତନ ରୋଗର ଉପଶମ ହୋଇଯିବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

କୁମ୍ଭ:-

ଧର୍ମକାର୍ଯ୍ୟରେ ମତି ରହିବ। ନିଜର ଆତ୍ମନିରୀକ୍ଷଣ, ମନୋବୈଜ୍ଞାନିକ ତଥ୍ୟ, ଅନ୍ୱେଷଣ, ଅନ୍ତର୍ଦୃଷ୍ଟି ଏବଂ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ। ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। କଠିନ ପରିଶ୍ରମ କରିବା ଯୋଗୁ ଶାରରୀକ ଅସୁସ୍ଥତା ଦେଖା ଦେଇ ପାରେ। ପିଲାମାନଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଉଚିତ୍। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମୀନ:-

ଅପ୍ରତ୍ୟାଶିତ ଘଟଣା ଘଟିବ। କରଜର ମାତ୍ରା ହ୍ରାସପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ନୂତନକର୍ମପ୍ରାପ୍ତି ହେବ। ଆୟରସ୍ରୋତ ଖୋଲିଯିବ ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବ୍ୟବସାୟିକ ସଫଳତା ମିଳିବ। ମାନସମ୍ମାନ ବୃଦ୍ଧିହେବ। ଗୃହ, ଜମି ଯାନବାହାନ କ୍ରୟ କରି ପାରନ୍ତି। ନୂତନ ଦିଗ୍ଦର୍ଶନପାଇ କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପାରିବାରିକ ଜୀବନ ସୁଖମୟ ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!