ଦୈନିକ ରାଶିଫଳ: 06 ଫେବୃୟାରୀ ୨୦୨୧, ଶନିଦେବଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଫେବୃୟାରୀ ମାସ ୬ତାରିଖ, ଶନିବାର, ମକରମାସ ୨୪ଦିନ, ମାଘମାସ, କୃଷ୍ଣପକ୍ଷ, ନବମୀତିଥି, ସକାଳ ୮ଟା ୧୩ମିନିଟ୍ ଗତେ ଦଶମୀତିଥି, ଅନୁରାଧାନକ୍ଷତ୍ର, ବିଛାରାଶିରେ ଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର । ଲାଉ ନ ଖାଇଲେ ଭଲ, ସକାଳ ୮ଟା ୧୩ମିନିଟ୍ ପରେ କଳମଶାଗ ନ ଖାଇଲେ ଭଲ । ଶୁଭସମୟ- ଦିବା ୧୦ଟା ୩୭ମିନିଟ୍ ରୁ ୧ଟା ୭ମିନିଟ୍, ରାତ୍ର ୮ଟା ୧୧ମିନିଟ୍ ରୁ ୧୦ଟା ୪୩ମିନିଟ୍, ରାତ୍ର ୧୨ଟା ୨୭ମିନିଟ୍ ରୁ ୨ଟା ୭ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ଲଜିତ ହେବେ । କୌଣସି ଶୁଭ କାର୍ଯ୍ୟ କରିବା ଅନୁଚିତ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

ବୃଷ:-

କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବ୍ୟବସାୟୀକ କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ମନ ସନ୍ତୁଷ୍ଟ ରହିବ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମିଥୁନ:-

ଶୁଭ ସମ୍ବାଦପାଇ ଖୁସିହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ । ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ଶତୃମାନେ ପରାଜିତ ହେବେ । ପରିବାରରେ ମାନ ମନାନ୍ତର ଦୂର ହେବ । ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ । ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଦେଖା ଦେବ । କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ୍ ରହିବ । ଋଣଭାର କମିଯିବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିପାରନ୍ତି । ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧି ପାଇବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ସିଂହ:-

ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ବନ୍ଧୁ ବାନ୍ଧବଙ୍କସହ ମନୋମାଳିନ୍ୟ ହୋଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-

ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ଚିନ୍ତିତ ରହିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ତୁଳା:-

ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ କାର୍ଯ୍ୟକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଜମିବାଡ଼ି ନେଇ କେତେକ ସମସ୍ୟା ସମାଧାନ ହେବ । ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଟଙ୍କାପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଅଧିକାରୀ କାମରେ ପ୍ରସନ୍ନ ରହିବେ ଓ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇପାରନ୍ତି । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । ବିଦେଶ ଯାତ୍ରାରେ ଯଶ ଲାଭ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-

ସ୍ୱାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ । ସାମାଜିକ ପତିଆରା ଅମଳିନ ରହିବ । ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବା ଫଳରେ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଗୃହୋପକରଣ କ୍ରୟ କରି ପାରନ୍ତି । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ରାଜନୀତିରେ ପ୍ରଶଂସିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମକର:-

ସୁଖ, ସମ୍ପତ୍ତି ଲାଭ ଓ ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ । ପରିବାରରେ ମାନ ମନାନ୍ତର ଦୂର ହେବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-

ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ବ୍ୟବସାୟ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହୋଇ ଆଶାଜନକ ଫଳ ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-

ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧିହେବ । ପରିବାରରେ ସୁଖ ସମ୍ପଦ ପ୍ରାପ୍ତି ହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!