ଦୈନିକ ରାଶିଫଳ: 05 ଜୁନ 2021, ଶନିଦେବଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ଶାରୀରିକ ସମୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜୁନମାସ ୫ ତାରିଖ, ଶନିବାର, ବୃଷମାସ ୨୨ ଦିନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଏକାଦଶୀତିଥି, ରେବତୀ ନକ୍ଷତ୍ର, ମୀନରାଶିରେ ଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ଶିମ୍ବ, ଆମିଷ ନ ଖାଇଲେ ଭଲ । ଶୁଭସମୟ- ଦିବା ୧୦ଟା ୭ମିନିଟ୍ ରୁ ୧୨ଟା ୧୦ମିନିଟ୍, ଦିବା ୩ଟା ୩ମିନିଟ୍ ରୁ ୩ଟା ୪୦ମିନିଟ୍, ରାତ୍ର ୭ଟା ୪୨ମିନିଟ୍ ରୁ ୭ଟା ୪୫ମିନିଟ୍, ରାତ୍ର ୧୧ଟା ୨୪ମିନିଟ୍ ରୁ ୧ଟା ୩୨ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

କର୍ମକ୍ଷେତ୍ରରେ ଅଧିକାରୀ କାମରେ ପ୍ରସନ୍ନ ରହିବେ । ନୂତନ ଯୋଜନାରେ ସଫଳତା ମିଳିବ । ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ସମ୍ମାନ ବୃଦ୍ଧିହେବ । ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେଇ ଆଗେଇବେ ଯାହା ଫଳରେ ଭବିଷ୍ୟତରେ ଆର୍ଥିକ କ୍ଷେତ୍ରରେ ଟଣା ଟଣି ପରିସ୍ଥିତି ଦେଖା ଦେବ । ନିଜ ଲୋକ ମନମୋଟିଆ ହେବେ । ଖାଦ୍ୟପେୟ ନିୟନ୍ତ୍ରଣ ନକଲେ ସ୍ୱାସ୍ଥ୍ୟରେ ଅବନତି ହେବ । ପ୍ରେମକ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବୃଷ:-

ସହକର୍ମୀ ମାନଙ୍କ ଦ୍ୱାରା ଲାଭବାନ୍ ହେବେ । ବ୍ୟବସାୟ କ୍ଷେତ୍ରରେ ସମସ୍ତ ସମସ୍ୟା ଅପସରି ଯାଇ ଭଲ ଲାଭ ପାଇବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍ । ଉଚ୍ଚାଧିକାରୀ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ପରାମର୍ଶ ମନବଳକୁ ବଢେଇ ଦେବ । ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-

ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ । ଶିକ୍ଷାକ୍ଷେତ୍ରରେ ଅନୁଶାସନ ପ୍ରିୟ ଓ ସୌଭାଗ୍ୟଶାଳୀ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତ ସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଯୌନରୋଗରୁ ସାମାନ୍ୟ ଉପସମ ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ପଢିବା, ପଢେଇବା ମାମଲାରେ ଆଗକୁ ଗତି କରିବେ । କାର୍ଯ୍ୟବ୍ୟସ୍ତତା ଯୋଗୁ ପରିବାର ଓ ସାଙ୍ଗସାଥିଙ୍କ ଠାରୁ ଦୂରରେ ରହିବେ । ଦୈବୀକୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇ ଆତ୍ମବିଶ୍ୱାସ ବୃଦ୍ଧିପାଇବ । ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ବ୍ୟବସାୟ କ୍ଷେତ୍ରରେ କଠିିନ ପରିଶ୍ରମ କରିବା ଫଳରେ ଇଚ୍ଛା କରୁଥିବା ଦ୍ରବ୍ୟ ପ୍ରାପ୍ତି ହେବ । ସହକର୍ମୀ ଓ ପଦାଧିକାରୀମାନେ ବିପଦରେ ପକେଇ ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

ସଂଘର୍ଷ ଦ୍ଵାରା ସଫଳତା ମିଳିବ ଓ ମୁଣ୍ଡ ଉଚ୍ଚ ରହିବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ । କର୍ମର ଚାପରେ ଶରୀର କଷ୍ଟ ଦେଖା ଦେଇ ପାରେ । ପ୍ରେମକ୍ଷେତ୍ରରେ ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟା ସମାଧାନ କରି ପାରିବେ । ବ୍ୟବସାୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-

ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଶିକ୍ଷାକ୍ଷେତ୍ରରେ ମନଯୋଗ ଦେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ । ବୁଦ୍ଧିମତା କାରଣରୁ ବ୍ୟବସାୟରେ ପ୍ରଚୁର ଅର୍ଥ ଲାଭହେବ । ସତର୍କତା ଅବଲମ୍ବନ ନକଲେ ମିଥ୍ୟା ଅପବାଦରେ ପଡିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

କର୍ମକ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବା ଫଳରେ ଟେନ୍ସନ୍, ଡିପ୍ରେସନ୍ ଓ ବୈଚାରିକ ଅସ୍ଥିରତା ଦୂରେଇ ଯିବ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହୋଇ ଆର୍ଥିକ ଉନ୍ନତି ହେବ । ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଉଚିତ୍ ପନ୍ଥା ଗ୍ରହଣ କରି ଧନ ଲାଭ ହେବାରୁ ମନ ଖୁସି ରହିବ । ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ । ପ୍ରେମକ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ବିଚ୍ଛା:-

ଶତୃବୃଦ୍ଧି ହେଲେ ମଧ୍ୟ ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-

ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବା ଫଳରେ ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ । ବ୍ୟବସାୟ ଭଲ ମନ୍ଦ ଗତିରେ ଚାଲିବ । କର୍ମକ୍ଷେତ୍ରରେ ଅଚାନକ ସ୍ଥାନାନ୍ତରଣ ଯୋଗଆସିବ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟ କରି ପାରନ୍ତି । ପରିବାର ଜନଙ୍କ ସହ ନିଜ ବାହନରେ କୌଣସି ଜାଗାକୁ ଯାତ୍ରା ନ କରିଲେ ଭଲ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ଶାରିରୀକ ଓ ମାନସିକ କଷ୍ଟ ଦୂରେଇ ଯାଇ ଶରୀର ସୁସ୍ଥ ରହିବ । ସାମାଜିକ ସ୍ତରରେ ଖ୍ୟାତି ହେବ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ବ୍ୟବସାୟ ପ୍ରସାର ଫଳରେ ଅତ୍ୟଧିକ ଲାଭହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତବାଧା ବିଘ୍ନକୁ ଅତିକ୍ରମକରି ଆଗକୁବଢ଼ିବାର ଯୋଜନା ସଫଳହେବ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପ୍ରତିଯୋଗୀ ପରୀକ୍ଷା, ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କୁମ୍ଭ:-

ଆର୍ଥିକ କ୍ଷେତ୍ରରେ ଉନ୍ନତି, ଯେ କୌଣସି କାର୍ଯ୍ୟରେ ହାତଦେଲେ ସଫଳହେବେ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ଅତ୍ୟଧିକ ଲାଭହେବ । ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ରୂପରେ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମୀନ:-

ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ନୂତନ ବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାର ଓ ବୃଦ୍ଧି କଲେ ଆଶାତିତ ଲାଭବାନ୍ ହେବେ । ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତି ହିସାବରେ ପ୍ରତେକ କଥାକୁ ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ । ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚି ପୂର୍ତ୍ତି ହେବ । ଆୟ ମଧ୍ୟ ଉତ୍ତମ ହେବ । ପ୍ରେମକ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!