ଦୈନିକ ରାଶିଫଳ: ୦୫ ଜୁଲାଇ ୨୦୨୦, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁଲାଇ ମାସ ୫ ତାରିଖ, ରବିବାର, ମିଥୁନ ମାସ ୨୧ ଦିନ, ଆଷାଢମାସ, ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ଦିବା ୧୦ଟା ୧୪ମିନିଟ୍ ଗତେ ପ୍ରତିପଦା ତିଥି, ପୂର୍ବାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର। ମେଷ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର। ଆମିଷ, ତୈଳ ନ ଖାଇଲେ ଭଲ, ଦିବା ୧୦ଟା ୧୪ମିନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ। ଶୁଭସମୟ ସକାଳ ୭ଟା ୨ମିନିଟ୍ ରୁ ୯ଟା ୩୮ମିନିଟ୍, ଦିବା ୧ଟା ୩୦ମିନିଟ୍ ରୁ ୨ଟା ୫୪ମିନିଟ୍, ଦିବା ୪ଟା ୪୧ମିନିଟ୍ ରୁ ୪ଟା ୪୬ମିନିଟ୍, ସନ୍ଧ୍ୟା ୬ଟା ୨୭ମିନିଟ୍ ରୁ ୭ଟା ୫୧ମିନିଟ୍, ରାତ୍ର ୧୦ଟା ୪୭ମିନିଟ୍ ରୁ ୧୨ଟା ୫୫ମିନିଟ୍। ପର୍ବଦିନ ଗୁରୁ ପୂର୍ଣ୍ଣିମା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇ ପାରେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ। ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ପୂର୍ଣ୍ଣ ସଫଳତା ପ୍ରାପ୍ତ ହେବ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:-

ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଅଧ୍ୟୟନ, ଅନୁସନ୍ଧାନ, ଲେଖନ ଆଦି କାର୍ଯ୍ୟ ଆରମ୍ଭ କରି ପାରିବେ। ପରିଶ୍ରମର ପୁରା ଲାଭ ମିଳିବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ପରିବାରର ଅନ୍ୟ ସଦସ୍ୟଙ୍କ ସହ ସମ୍ବନ୍ଧ ସୁଦୃଢ ହେବ। ମନୋରଞ୍ଜନ ଓ ହସ ଖୁସିରେ ସମୟ ବ୍ୟତୀତ ହେବ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ  ସଫଳ ହେବେନାହିଁ। କୌଣସି କାଗଜରେ ନପଢି ନବୁଝି ଦସ୍ତଖତ କରିବେ ନାହିଁ। ପ୍ରେମୀ ପ୍ରେମିକାଙ୍କ ସମ୍ପର୍କ ସ୍ଥାପିତ ହେବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-

ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହୋଇ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଅତୁଟ ରହିବ। ବୁଦ୍ଧିମତା କାରଣରୁ ଅର୍ଥ ଲାଭହେବା ସହ ସମୟ ମଧ୍ୟ ଆନନ୍ଦମୟ ହେବ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ।ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଶତୃମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ। ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ସାମାଜିକ କାମରେ ପ୍ରଶଂସା ମିଳିବ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ। ବିଦ୍ୟାରେ ଉନ୍ନତି ଓ ପ୍ରଶଂସିତ ହେବେ। ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ସାମାଜିକ କାର୍ଯ୍ୟରେ ଆଜି ଅଧିକ ସମୟ ବିତେଇ ପ୍ରଶଂସା ପାଇବେ। ସାମ୍ବାଦିକମାନେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ। ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ ଓ କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ। ମିତ୍ରମାନଙ୍କ ସହଯୋଗ ପାଇ ବ୍ୟାପାର ଓ କାରବାରରେ ସ୍ଥିତି ସୁଦୃଢ ହେବା ସହ ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି। ପ୍ରେମ ପ୍ରସଙ୍ଗରେ ପରିସ୍ଥିତି ବଦଳିଯିବ। ପାରିବାରିକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କରିଲେ ସମସ୍ତ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ। ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ଆଧ୍ୟାତ୍ମିକ, ବୌଦ୍ଧିକ, ଶୋଧ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ପାଇବେ। ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ କରିପାରିବେ ନାହିଁ। ଅଚାନକ ପରିଣାମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବେ। ମାନସିକତାରେ ପରିବର୍ତ୍ତନ ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହୋଇ ଥିବାରୁ ସାମାନ୍ୟ ପରିଶ୍ରମ କଲେ ଶୁଭସୂଚନା ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଶୁଭ ସମାଚାର ପାଇ ଖୁସିହେବେ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାନସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ପରିବାର କଥା ଚିନ୍ତା କରି ମନରେ ସନ୍ତୋଷ ଦେଖାଦେବ। ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ  ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ। ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ। ପୂର୍ବରୁ ଲାଗିରହିଥିବା ଅଫିସରେ ଟେନସନ୍ ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ। ହାତ ପାହାନ୍ତାରେ ଥିବା ସୁଯୋଗ ଆପେ ଆପେ ଆସିଯିବ। ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା ସଙ୍ଗୀତରେ ସୁନାମ ଅର୍ଜନ କରିବେ।ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-

ଆନ୍ତରିକ ଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ। କାମକାର୍ଯ୍ୟରେ ନୂଆ ଅନୁଭୂତି ପ୍ରୟୋଗ କରି ମାନସିକ ଶାନ୍ତି ଅନୁଭବ କରିବେ। ଡାକଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ବା ସନ୍ଦେଶ ପ୍ରାପ୍ତ ହେବାର ସମ୍ଭାବନା ଅଛି। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ। ଆର୍ଥିକସ୍ଥିତି ସୁଦୃଢ ହେବ ଓ ବ୍ୟାଙ୍କବାଲାନ୍ସ ବୃଦ୍ଧି ହେବ। ବ୍ୟାପାର ଓ କାରବାରରେ ସ୍ଥିତି ସୁଦୃଢ ହେବା ସହ ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇ ପାରିବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ପରାୟଣ ହେବା ଫଳରେ ସହକର୍ମୀମାନେ କାମର ପ୍ରଶଂସା କରିବେ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟିତ ହେବେ। ଅନେକ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ। ରାଜନୀତି କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ। ଜନସମ୍ପର୍କ ସୁଦୃଢ ହେବ। ଯାହା ଚିନ୍ତା କରିବେ ତାହା ପୂରଣ ହେବ। ମାନସିକ ଚିନ୍ତା ଦୂର ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ। କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ। ନିଃସଙ୍ଗତା, ଅସହାୟତା, ଅସମାହିତ ସମସ୍ୟା, ଦୈବୀ ବିପତ୍ତି ଭାଗ୍ୟର ବିଡମ୍ବନା ଭଳି ସମସ୍ୟା ଘଟିବାର ନାହିଁ। ନିଜର ପ୍ରତ୍ୟୁତ୍ପନମତିତା କାରଣରୁ ଖୁସି ଗପ ଓ ମଉଜ ମଜଲିସ୍ କରିବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। କର୍ମ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ରାଜକୀୟ ମାମଲାରେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବାରୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।  ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇ ପାରେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧ୍ୟୟନ ପ୍ରତି ବିତୃଷ୍ଣା ଓ ନିରାଶା ଭାବ ଦେଖାଦେଇ ପାରେ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ପାରିବାରିକ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବା ଫଳରେ ମନ ଶାନ୍ତିହେବ। ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ କୌଣସି ନୂଆ କାମ ବା ନୂଆ ଅର୍ଡର ମିଳିପାରେ। ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ ଓ ବିରୋଧୀମାନେ ଦୂରେଇ ଯିବେ। ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରି ପାରିବେ ଓ କଷ୍ଟରୁ ମୁକ୍ତି ପାଇବେ। ମାଆବାପା, ଗୁରୁ ଗୁରୁଜନଙ୍କ ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ। ଗୃହାପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!