ଦୈନିକ ରାଶିଫଳ: ୪ ସେପ୍ଟେମ୍ବର ୨୦୨୦, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ସେପ୍ଟେମ୍ବର ମାସ ୪ ତାରିଖ, ଶୁକ୍ରବାର, ସିଂହମାସ ୨୦ ଦିନ, ଆଶ୍ଵିନମାସ, କୃଷ୍ଣପକ୍ଷ, ଦ୍ଵିତୀୟାତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ବୋଇତିକଖାରୁ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୩୬ମିନିଟ୍ ରୁ ୬ଟା ୨୩ମିନିଟ୍, ସକାଳ ୭ଟା ୧୫ମିନିଟ୍ ରୁ ୮ଟା ୩୯ମିନିଟ୍, ଦିବା ୧୨ଟା ୧୧ମିନିଟ୍ ରୁ ୨ଟା ୩୭ମିନିଟ୍, ଦିବା ୪ଟା ୧୭ମିନିଟ୍ ରୁ ୫ଟା ୫୪ମିନିଟ୍, ରାତ୍ର ୭ଟା ୨୯ମିନିଟ୍ ରୁ ୮ଟା ୫୦ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ। ଅଧ୍ୟୟନ, ଶୋଧ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ। ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ କରିପାରିବେ ନାହିଁ। କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରି ପାରିବେ ନାହିଁ। ଅଚାନକ ପରିଣାମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବେ। ମାନସିକତାରେ ପରିବର୍ତ୍ତନ ହେବ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ। ରାଜନୈତିକ ଯାତ୍ରାରେ ପୁରାତନ ଶତୃମାନେ ମୁଣ୍ଡଟେକି ପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବୃଷ:-

କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ଠୁଳ ହେବ। ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ। ବ୍ୟବସାୟିକ ଯାତ୍ରା କରିବା ଦ୍ଵାରା ଭବିଷ୍ୟତରେ ଧନ ଲାଭ ହେବାର ସମ୍ଭାବନା ଅଛି। ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ। ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ। ବହୁତ ପଇସା ଇନକମ୍ କରିବେ। ନୂଆ କ୍ୟାରିୟର ଆରମ୍ଭ କରିପାରିବେ।  ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ସାମୁହିକ ଗତିବିଧି ଦ୍ଵାରା ସଫଳତା ହାସଲ କରି ପାରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେଇ ପାରନ୍ତି। କର୍ମକ୍ଷେତ୍ରରେ ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି।  ଉଚ୍ଚଆଶା ସଫଳ ହେବ। ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ। ନୈତିକତା ହିସାବରୁ ଆପଣ ଉଚ୍ଚପ୍ରଶଂସିତ ହେବା ସହ ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ। ମାଲିମୋକଦ୍ଦମାରେ ବଂଧୁ ସହଯୋଗରେ ବିଜୟ ପ୍ରାପ୍ତ ହେବ। କାରବାରରେ ଲାଭ ହେବ। ଅଧାଅଧୁରା ଥିବା କାର୍ଯ୍ୟ ପୂରଣ ହେବ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ଯୋଗ ଦେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।  

କର୍କଟ:-

କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ। ବ୍ୟାପାର ଓ କାରବାରରେ ବହୁତ ଲାଭ ପାଇବାର ଯୋଗଅଛି। ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ। ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତିଙ୍କର ଉନ୍ନତି ହେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବା ଫଳରେ ଶୁଭ ସମାଚାର ପ୍ରାପ୍ତି ହେବ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। ଟିମ୍ ୱାର୍କ, ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିବ। କୌଣସି ସମାଜିକ ଉତ୍ସବରେ ଯୋଗଦାନ କରିବେ। ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତି ହେବ। ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ। ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ। ନୂତନ ବନ୍ଧୁଙ୍କ ଆଗମନ ହେବ। ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରେମୀକ ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ। ମନୋରଞ୍ଜନ ଓ ହସଖୁସିରେ ସମୟ ବ୍ୟତୀତ ହେବ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ।  ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କନ୍ୟା:-

ଶରୀର ସୁସ୍ଥ ରହିବା ସହ ସମ୍ପର୍କୀୟଙ୍କ ଠାରୁ ବହୁତ ଲାଭ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବା ସହ ଯଶ, ମାନସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସଲ କରି ପାରିବେ। କୋର୍ଟକଚେରୀ ମାମଲାରେ ବିଜୟ ହେବ। ବ୍ୟାପାରରେ ବହୁତ ଭଲ ପରିଣାମ ହେବ। ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। କାହାକୁ ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମିଳିଯିବ। ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ଶେୟର୍ସ, ନିବେଶ ଆଦିରେ ଲାଭ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ନିଜର ବୁଦ୍ଧି ଓ ବିବେକ ଦ୍ଵାରା ସମସ୍ତ ସମସ୍ୟା ସମାଧାନ କରିପାରିବେ। ଆତ୍ମବିଶ୍ଵାସ ଓ ମନବଳ ଦ୍ଵାରା ବହୁତ ଆଗକୁ ବଢି ପାରିବେ। ଉଧାର ଦେଇଥିବା ଟଙ୍କା ମିଳିଯିବ। ଭଲ କାର୍ଯ୍ୟ କରି ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରି ପାରିବେ। କାମକାର୍ଯ୍ୟର ସ୍ଥିତି ସୁଧାର ହେବ ତେଣୁ ମନ ବହୁତ ହର୍ଷିତ ପ୍ରସନ୍ନ ଚିତ୍ତ ରହିବ। ସୁନ୍ଦର ବସ୍ତୁପ୍ରତି ଆକର୍ଷିତ ହେବେ। ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ। ଜ୍ୟୋତିଷ, କଳା, ସଙ୍ଗୀତ, ଧର୍ମସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ଅଧ୍ୟାପନ ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ମିଳିବ। କୌଣସି ନୂତନ କର୍ମର ଆୟୋଜନ କରିପାରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ଯେତେ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ପ୍ରେମପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ। କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ। ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ଜନ ସେବାରେ ନିଜକୁ ନିୟୋଜିତ କରିବେ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବ। ପାରିବାରିକ ସ୍ଥିତିର ଅବ୍ୟବସ୍ଥିତତାକୁ ଆଧାର କରି କ୍ଷୋଭ, ଅବଶୋଷ, ଅପମାନରେ ଜର୍ଜରିତ ହେବେ। ପୁରାତନରୋଗ ପ୍ରକୋପରେ ଶରୀରକଷ୍ଟ ଭୋଗ କରିବେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ଧନୁ:-

ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚିବୃଦ୍ଧି ପାଇବ। ନିଜର ଆତ୍ମନିରୀକ୍ଷଣ ଦ୍ଵାରା ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନ ହେବ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। ପାରିବାରିକ ସୁଖ ଶାନ୍ତି ମିଳିବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ବିଦ୍ୟାର୍ଥୀ ମାନଙ୍କୁ ଶୁଭସୂଚନା ପ୍ରାପ୍ତ ହେବ। ପ୍ରତ୍ୟେକ କ୍ଷେତ୍ରରେ ଅଯଥା ତରତର ନ ହୋଇ ବିବେକ ବୁଦ୍ଧି ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ। ରାସ୍ତା ଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ମକର:-

ଶୁଭ ସମାଚାର ଶୁଣି ସ୍ଵାସ୍ଥ୍ୟରେ ସୁଧାର ଆସିବ। ହସଖୁସିରେ ସମୟ ବିତେଇବେ। କୌଣସି ନୂତନ ପ୍ରୋଜେକ୍ଟ ଆରମ୍ଭ କରି ପାରନ୍ତି। ଭବିଷ୍ୟ ଯୋଜନାରେ ଖୁସି ରହିବେ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବା ଯୋଗେ ନୂତନ ରୋଜଗାର ମିଳିବାର ଉପଯୁକ୍ତ ରାସ୍ତା ପାଇବେ। ବଡ ବଡ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ।  ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ସ୍ଵାସ୍ଥ୍ୟରେ ଉନ୍ନତି ହେବ। ଘରର କୌଣସି ନୂତନ ବସ୍ତୁ କ୍ରୟ କରି ପାରିବେ। ପାରିବାରିକ ସ୍ଥିତି ବଦଳିବା ଯୋଗେ ହସ ଖୁସିରେ ସମୟ ବ୍ୟତୀତ ହେବ। କୌଣସିଠାରୁ ଶୁଭ ସମାଚାର ଶୁଣି ମନ ଉତ୍ସୁକ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ନିଜର ଜରୁରୀ କାମ କରିବା ପାଇଁ ପ୍ରୟାସରତ ରହିବେ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିବ। ଉଚ୍ଚ ରାଜକୀୟ ଅଧିକାରୀଙ୍କ ସହିତ ଭେଟ ହେବ ଓ ନିଜର କାମ ସମ୍ପନ୍ନ କରିବେ। ଦାମ୍ପତ୍ୟ ସମ୍ବନ୍ଧୀୟ ମଧୁରତା ଆସିବ। ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ପ୍ରାପ୍ତି ପାଇଁ ପ୍ରଯତ୍ନ ଶୀଳ ରହିବେ। ମାନସିକ ଶାନ୍ତି ମିଳିବ। ଶତୃମାନେ ଦୂରେଇଯିବେ। ବନ୍ଧୁବାନ୍ଧବଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବେ। ବିଦ୍ୟାଧ୍ୟୟନ ସମ୍ବନ୍ଧିତ ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ। ରୋଜି ରୋଜଗାର ପାଇଁ ଆଜି ଉପଯୁକ୍ତ ସମୟ। କୌଣସି ବରିଷ୍ଠ ରାଜନେତା ବା ଅଧିକାରୀ ଦେଖାହେବା ଫଳରେ ପ୍ରଚୁର ଲାଭ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ। ସାମାଜିକ କାର୍ଯ୍ୟରେ ଆଜି ଅଧିକ ସମୟ ବିତେଇ ପ୍ରଶଂସା ପାଇବେ।  ବ୍ୟବସାୟରେ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ। ଭୌତିକ ସୁଖସୁବିଧା ସାଧନର ବୃଦ୍ଧି ହେବ। କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ। ପ୍ରେମୀକା ପ୍ରେମିକଙ୍କ ମଧୁର ମିଳନରେ କୌଣସି ବାଧାବନ୍ଧନ ନାହିଁ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇ ଯିବ। ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!