ଦୈନିକ ରାଶିଫଳ: 04 ମାର୍ଚ୍ଚ 2023, ଶନିବାର, ଶନିଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚ ମାସ ୪ ତାରିଖ, ଶନିବାର, କୁମ୍ଭମାସ ୨୦ ଦିନ, ଫାଲଗୁନ ମାସ, ଶୁକ୍ଲପକ୍ଷ, ଦ୍ଵାଦଶୀ ତିଥି ଦିବା ୧୧ଟା ୪୩ ମିନିଟ ପରେ ତ୍ରୟୋଦଶୀ ତିଥି, ପୁଷ୍ୟା ନକ୍ଷତ୍ର ସନ୍ଧ୍ୟା ୬ଟା ୪୧ ମିନିଟ ପରେ ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର। ଶୋଭନ ଯୋଗ ରାତ୍ରି ୭ଟା ୩୫ ମିନିଟ ପରେ ଅତିଗଣ୍ଡ ଯୋଗ। ବାଳବ କରଣ ଦିବା ୧୧ଟା ୪୩ମିନିଟ୍ ପରେ କୌଳବ କରଣ। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ନିଷିଦ୍ଧ ଖାଦ୍ୟ- ପୋଇ, ମସୁରଡାଲି ନ ଖାଇଲେ ଭଲ ଦିବା ୧୧ଟା ୪୩ ମିନିଟ୍ ପରେ ବାଇଗଣ ନଖାଇଲେ ଭଲ। ଯୋଗିନୀ- ନୈଋତେ ଦିବା ୧୧ଟା ୪୩ ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ। ଶ୍ରାଦ୍ଧ ତର୍ପଣ- ତ୍ରୟୋଦଶୀର ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ସକାଳ ୬ଟା ୮ମିନିଟ୍ ରୁ ୭ଟା ୩୫ମିନିଟ୍, ଦିବା ୪ଟା ୨୧ ମିନିଟ ରୁ ୫ଟା ୪୯ ମିନିଟ, ଦିବା ୧ଟା ୨୬ମିନିଟ ରୁ ୨ଟା ୫୩ ମିନିଟ, ସନ୍ଧ୍ୟା ୫ଟା ୪୯ ମିନିଟ ରୁ ୭ଟା ୨୧ ମିନିଟ, ରାତ୍ରି ୪ଟା ୩୫ମିନିଟ୍ ରୁ ୬ଟା ୭ମିନିଟ୍। ଶୁଭସମୟ- ଦିବା ୧୦ଟା ୩୦ମିନିଟ୍ ରୁ ୧ଟା ୮ମିନିଟ୍, ରାତ୍ର ୮ଟା ୧୬ମିନିଟ୍ ରୁ ରାତ୍ର ୧୦ଟା ୪୪ମିନିଟ୍, ରାତ୍ର ୧୨ ଟା ୨୨ ମିନିଟ ରୁ ୨ଟା ୧ ମିନିଟ, ରାତ୍ର ୨ଟା ୫୦ ମିନିଟ ରୁ ୪ଟା ୨୮ ମିନିଟ। ପର୍ବଦିନ- ଶନି ପ୍ରଦୋଷ ବ୍ରତ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସମାଜ ସେବା ଓ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ। ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ:-ସନ୍ତାନର ବିଦ୍ୟାରେ ଉନ୍ନତି ହେବ। କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ଜନସେବାରେ ନିଜକୁ ନିୟୋଜିତ କରିବେ। ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମିଥୁନ:-ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଦେଖାଦେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କର୍କଟ:-ପାରିବାରିକ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବା ଫଳରେ ମନ ଶାନ୍ତି ହେବ। କର୍ମ କ୍ଷେତ୍ରରେ ସହକର୍ମୀ ଓ ପଦାଧିକାରୀ ମାନଙ୍କର ସହଯୋଗ ବୃଦ୍ଧି ପାଇବ। ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ। ପୂର୍ବରୁ ଲାଗିରହିଥିବା କାର୍ଯ୍ୟଆଳୟରେ ସମସ୍ୟା ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ। ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହଁ।ଇ ପାରିବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ସିଂହ:-ରାଜନେତାମାନଙ୍କର ସୁଖ ସମୃଦ୍ଧି ବୃଦ୍ଧି ଓ ଅଚାନକ ଧନପ୍ରାପ୍ତି ହେବ। ପରିବାର ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ବ୍ୟବସାୟରେ ସାମାନ୍ୟ ଲାଭପା ଇବେ। ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- ପ୍ରତ୍ୟେକଦିନ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ଧର୍ମକାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସୁସମ୍ବାଦ ପ୍ରାପ୍ତି ହେବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ରାଜନୈତିକ କ୍ଷେତ୍ରରେ ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ। ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ ଓ ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ବ୍ୟବସାୟରେ ସାଧାରଣ ପରିଶ୍ରମ ଫଳରେ ଅଧିକ ଉନ୍ନତି ହେବ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ବିଚ୍ଛା:-କଠିନ ପରିଶ୍ରମ କରିବା ଫଳରେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ଉତ୍ତମ ସମ୍ପର୍କ ରହିବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଗୃହରେ ଥିବା କଳହ, ପତିପତ୍ନୀଙ୍କ ମଧ୍ୟରେ ମତଭେଦର ସମାଧାନ ହୋଇପାରେ। ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ସମାଧାନ ହେବ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ। ବାକିଥିବା ଅର୍ଥ ପ୍ରାପ୍ତି ହେବ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କର୍ମ ନିଯୁକ୍ତି ପାଇ ପାରନ୍ତି। ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

କୁମ୍ଭ:-ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସୁଖ, ସମ୍ପତ୍ତି ଲାଭ ଓ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମୀନ:-ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ। ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତେ ଲାଭ ବାନ୍ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଶାନ୍ତି ପାଇବେ। ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!