ଦୈନିକ ରାଶିଫଳ: 04 ଫେବୃୟାରୀ 2023, ଶନିଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ଫେବୃୟାରୀ ମାସ ୪ ତାରିଖ, ଶନିବାର, ମକରମାସ ୨୨ ଦିନ, ମାଘମାସ, ଶୁକ୍ଳପକ୍ଷ, ଚତୁର୍ଦଶୀ ତିଥି, ପୁନର୍ବସୁ ନକ୍ଷତ୍ର ଦିବା ୯ଟା ୩୦ମିନିଟ ପରେ ପୁଷ୍ୟା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ପ୍ରୀତି ଯୋଗ ଦିବା ୧ଟା ୫୧ମିନିଟ ପରେ ଆୟୁଷ୍ମାନ ଯୋଗ । ଗର କରଣ ଦିବା ୮ଟା ୧୪ମିନିଟ୍ ପରେ ବଣିଜ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ନିଷିଦ୍ଧ ଖାଦ୍ୟ- ବିରି ଜାତୀୟ ଦ୍ରବ୍ୟ, ତୈଳ ନ ଖାଇଲେ ଭଲ ରାତ୍ର ୯ଟା ୩୦ମିନିଟ ପରେ ଆମିଷ, ତୈଳ ନ ଖାଇଲେ ଭଲ । ଯୋଗିନୀ- ପଶ୍ଚିମେ ରାତି ୯ଟା ୩୦ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଚତୁର୍ଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୬ଟା ୨୪ମିନିଟ୍ ରୁ ୭ଟା ୪୮ମିନିଟ୍, ଦିବା ୧ଟା ୨୪ମିନିଟ୍ ରୁ ଦିବା ୨ଟା ୪୮ମିନିଟ୍, ଦିବା ୪ଟା ୧୨ମିନିଟ୍ ରୁ ୫ଟା ୩୬ମିନିଟ୍, ସନ୍ଧ୍ୟା ୫ଟା ୩୬ମିନିଟ୍ ରୁ ୭ଟା ୧୨ମିନିଟ୍, ରାତ୍ରି ୪ଟା ୪୮ମିନିଟ୍ ରୁ ୬ଟା ୨୪ମିନିଟ୍ । ଶୁଭସମୟ- ଦିବା ୧୦ଟା ୩୬ମିନିଟ୍ ରୁ ୧ଟା ୭ମିନିଟ୍, ରାତ୍ର ୮ଟା ୧୦ମିନିଟ୍ ରୁ ୧୦ଟା ୪୩ମିନିଟ୍, ରାତ୍ର ୧୨ଟା ୨୬ମିନିଟ୍ ରୁ ୨ଟା ୮ମିନିଟ୍, ରାତ୍ର ୩ଟା ରୁ ରାତ୍ର ୪ଟା ୪୧ମିନିଟ୍ । ପର୍ବଦିନ- ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା, ଜୋରନ୍ଦା ମହିମା ଗାଦିରେ ମେଳା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ସୁଖସମୃଦ୍ଧି ପ୍ରତି ବାଧାବିଘ୍ନ ଘଟିବା ଯୋଗେ ଉଦ୍ ବେଗ ଓ ଅଶାନ୍ତି ବୃଦ୍ଧିହେବ । ଆର୍ଥିକ ସ୍ଥିତିରେ ବାଧା ହେବା ସହ ଶତୃ ବୃଦ୍ଧି ହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବୃଷ:-ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ବ୍ୟବସାୟିକ ସ୍ଥିତି ଅଚାନକ ବୃଦ୍ଧି ହେବା ଫଳରେ ଆଶାନୁରୂପ ଅର୍ଥାଗମ ହେବ । ମାଲିକଙ୍କ ପ୍ରତିକୃତଜ୍ଞତା ଜ୍ଞାପନ କରିବେ ଓ ପରୋପକାର କରି ପ୍ରଶଂସା ପାଇବେ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ବିଧେୟ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ବିଦେଶ ଯାତ୍ରାରେ ଯଶଲାଭ, ଆର୍ଥିକ ଉନ୍ନତି, ଶୁଭ ସମ୍ବାଦ ପ୍ରାପ୍ତିହେବ । ବ୍ୟବସାୟରେ ଗୁରୁ ଦାୟିତ୍ୱ ବହନ କରି, କଠିନ ପରିଶ୍ରମ କରିବାକୁ ପଡିବ । ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-ସନ୍ତାନଙ୍କର ଉନ୍ନତି ଖବର ପାଇ ମନ ଖୁସି ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକମାନେ ଉତ୍ସାହବର୍ଦ୍ଧକ ସମାଚାର ପାଇବେ । ବ୍ୟବସାୟ କ୍ଷେତ୍ରରେ ବହୁତ ପରିଶ୍ରମ କଲେ ଅର୍ଥ ଲାଭ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ । କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ । କର୍ମକ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ପାରିବାରିକ କ୍ଷେତ୍ରରେ ଭୋଗବିଳାସରେ ସାମିଲ ହେବାକୁ ସୁଯୋଗ ପାଇବେ ଓ ଶାନ୍ତି ବିରାଜମାନ କରିବ । ମାନସିକ ଦୁଶ୍ଚିନ୍ତା, ପୁରାତନ ରୋଗର ପ୍ରକୋପ ସହିତ ଉଦର ପୀଡ଼ା ଦେଖା ଦେଇପାରେ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭ, ନୂତନ ବାହନ, ଗୃହ ଆଦି ଲାଭ ହୋଇପାରେ । ଅଧିକାରୀ କାମରେ ପ୍ରସନ୍ନ ରହିବା ଯୋଗେ କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ସହକର୍ମୀ ମାନଙ୍କ ସହ ବାଦବିବାଦର ସମାଧାନ ହୋଇ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

ବିଚ୍ଛା:-ଶାରିରୀକ ଅସୁସ୍ଥତା ଦୂରହେବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ସହକର୍ମୀ, ଭାଇବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ । ବ୍ୟବସାୟରେ ଉଚିତ୍ ପନ୍ଥା ଗ୍ରହଣ କରି ସଫଳତା ଅର୍ଜନ କରିବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ । ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସ୍ୱାସ୍ଥ୍ୟରେ ସୁଧାର ଆସିବ । ଅଚାନକ ଧନ ଲାଭ ହେବା ଯୋଗେ ଆର୍ଥିକ ସଙ୍କଟ ଦୂରେଇ ଯିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା ନୂଆ ଲକ୍ଷକୁ ନିର୍ଦ୍ଦାରିତ କରି ପାରିବେ । ପ୍ରେମ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ ।

କୁମ୍ଭ:-ଶୁଭ ସମାଚାର ପାଇ ଖୁସି ହେବେ । ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ । ଶତୃମାନେ ପରାଜିତ ହୋଇ ମିତ୍ରତାଭାବ ଆଚରଣ କରିବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ହେବା ଫଳରେ ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ପାରିବାରିକ କ୍ଷେତ୍ରରେ ଉନ୍ନତି ମୂଳକ ପଦକ୍ଷେପ ନେଇ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଲୋକଙ୍କୁ ନିଜର କରି ପାରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!