ଦୈନିକ ରାଶିଫଳ: 04 ଅଗଷ୍ଟ 2022, ଶ୍ରୀ ଗଣେଶଙ୍କ କୃପାରୁ ଏହି 4ଟି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅଗଷ୍ଟମାସ ୪ତାରିଖ, ଗୁରୁବାର, କର୍କଟମାସ ୧୯ଦିନ, ଶ୍ରାବଣମାସ ଶୁକ୍ଳପକ୍ଷ, ଷଷ୍ଠୀତିଥି ପ୍ରାତଃ ୫ଟା ୪୧ମିନିଟ୍ ପରେ ସପ୍ତମୀତିଥି କ୍ଷୟ, ଚିତ୍ରା ନକ୍ଷତ୍ର ସନ୍ଧ୍ୟା ୬ଟା ୪୭ମିନିଟ୍ ପରେ ସ୍ଵାତୀ ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର ସକାଳ ୬ଟା ୩୯ମିନିଟ୍ ପରେ ତୁଳା ରାଶିରେ ଚନ୍ଦ୍ର। ସାଧ୍ୟ ଯୋଗ ଦିବା ୪ଟା ୩୩ମିନିଟ୍ ପରେ ଶୁଭ ଯୋଗ। ତୈତିଳ କରଣ ପ୍ରାତଃ ୫ଟା ୪୧ମିନିଟ୍ ପରେ ଗର କରଣ। ତୁଳା, କୁମ୍ଭ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର ସକଳାଳ ୬ଟା ୩୯ମିନିଟ୍ ପର୍ଯ୍ୟନ୍ତ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ ପ୍ରାତଃ ୫ଟା ୪୧ମିନିଟ୍ ପରେ ତାଳ ନ ଖାଇଲେ ଭଲ। ଯୋଗିନୀ- ପଶ୍ଚିମେ ପ୍ରାତଃ ୫ଟା ୪୧ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ଦିବା ୩ଟା ୫ମିନିଟ୍ ରୁ ସନ୍ଧ୍ୟା ୬ଟା ୧୮ମିନିଟ୍, ରାତ୍ରି ୧୧ଟା ୫୨ମିନିଟ୍ ରୁ ରାତ୍ରି ୧ଟା ୧୬ମିନିଟ୍। ଶୁଭସମୟ- ପ୍ରାତଃ ୫ଟା ୨୮ମିନିଟ୍ ରୁ ୭ଟା ୮ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ୧ଟା ୮ମିନିଟ୍, ରାତ୍ର ୨ଟା ୩୦ମିନିଟ୍ ରୁ ୩ଟା ୧୨ମିନିଟ୍।

ମେଷ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବରିଷ୍ଠ ବ୍ୟକ୍ତିଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ଆମୋଦ ପ୍ରମୋଦ, ମନୋରଞ୍ଜନ, ଛୋଟବଡ ମିଟିଙ୍ଗରେ ଯୋଗ ଦେଇ ପାରନ୍ତି। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ସନ୍ତାନ ଯୋଗେ ଆନନ୍ଦିତ ହେବେ। ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କର୍କଟ:-ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ। ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳ ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ:-ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ତୁଳା:-ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ବିଦ୍ୟା କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ରାଜନୀତି କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- ଗୋମାତାକୁ କିଛିଖାଇବାକୁ ଦିଅନ୍ତୁ।

ବିଚ୍ଛା:-ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ।କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ମାନସିକ ସୁସ୍ଥତା ଅନୁଭବ କରିବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଶତୃଙ୍କ ଠାରୁ ସାହାଯ୍ୟ ପାଇବେ। ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇ ଦୂରଯାତ୍ରାରେ ସଫଳ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ। ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।

ମକର:-ସହକର୍ମୀ ମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତିହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କୁମ୍ଭ:-ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣ ସଫଳତା ଅର୍ଜନ କରିବେ। ଆର୍ଥିକ, ପାରିବାରିକ ଏବଂ ସାମାଜିକ କାର୍ଯ୍ୟରେ ଜୟଯୁକ୍ତ ହେବେ। କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ। ଅଏସ୍ ଆରାମ ସୁଖ ସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!