ଦୈନିକ ରାଶିଫଳ: 03 ଜୁନ 2022, ମା ସନ୍ତୋଷୀଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଜୁନମାସ ୩ତାରିଖ, ଶୁକ୍ରବାର, ବୃଷମାସ ୨୦ଦିନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଚତୁର୍ଥୀତିଥି, ପୁନର୍ବସୁ ନକ୍ଷତ୍ର ସନ୍ଧ୍ୟା ୭ଟା ୪ମିନିଟ୍ ପରେ ପୁଷ୍ୟାନକ୍ଷତ୍ର, ମିଥୁନରାଶିରେ ଚନ୍ଦ୍ର ଦିବା ୧୨ଟା ୨୦ମିନିଟ୍ ପରେ କର୍କଟ ରାଶିରେ ଚନ୍ଦ୍ର । ବୃଦ୍ଧି ଯୋଗ । ବାଣିଜ୍ୟ କରଣ ଦିବା ୧ଟା ୩୧ମିନିଟ୍ ପରେ ବିଷ୍ଟି କରଣ । ବିଛା, ଧନୁ ଓ ମୀନ ରାଶିର ଘାତବାର । ଦିବା ୧୨ଟା ୨୦ମିନିଟ୍ ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ । ଯୋଗିନୀ- ନୈଋତେ ରାତି ୨ଟା ୪୨ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଚତୁର୍ଥୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୮ଟା ୨୭ମିନିଟ୍ ରୁ ୧୧ଟା ୪୪ମିନିଟ୍, ରାତ୍ରି ୯ଟା ୧ମିନିଟ୍ ରୁ ୧୦ଟା ୨୩ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୪ମିନିଟ୍ ରୁ ୬ଟା ୫୪ମିନିଟ୍, ଦିବା ୧୨ଟା ୧୨ମିନିଟ୍ ରୁ ୨ଟା ୪୭ମିନିଟ୍, ସନ୍ଧ୍ୟା ୬ଟା ୧୯ମିନିଟ୍ ରୁ ୮ଟା ୨୮ମିନିଟ୍, ରାତ୍ର ୧୨ଟା ୫୧ମିନିଟ୍ ରୁ ୨ଟା ୫୯ମିନିଟ୍, ରାତ୍ର ୩ଟା ୪୪ମିନିଟ୍ ରୁ ୫ଟା ୯ ମିନିଟ୍ ।

ମେଷ:-ସ୍ଵାଭିମାନକୁ ବଜାୟ ରଖି ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହୋଇ କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ । ନୂଆ ଚାକିରୀ ହେବାର ସୁଯୋଗ ମିଳିବ । ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ଦାମ୍ପତ୍ୟଜୀବନ ସୁଖମୟ ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଯାନବାହାନ ଓ ସଂପତ୍ତି କ୍ରୟ ବିକ୍ରୟ ଦ୍ୱାରା ପ୍ରଚୁର ଲାଭ ପାଇବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

ବୃଷ:-ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ଯାନ ବାହନ ସୁଖ ମିଳିବ । ଆର୍ଥିକ ଦିଗରୁ ଉନ୍ନତି ଅନୁଭବ କରି ନୂତନ ପଦାର୍ଥ କ୍ରୟ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱାସର ସହ କାମ କରିବେ । ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ମିଥୁନ:-ସ୍ୱଜନ ଓ ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ନୂଆ ନିଯୁକ୍ତିର ସମ୍ଭାବନା ଅଛି । ବିଦ୍ୟା ଓ ଖେଳରେ ଉନ୍ନତି ହେବ । ରାଜନୀତିରେ କୃତକାର୍ଯ୍ୟ ହେବେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ମଉଜ-ମସ୍ତିରେ ସମୟ କଟିପାରେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନରେ ସୁଖବୃଦ୍ଧି ହେବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କର୍କଟ:-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଆର୍ଥିକସ୍ଥିତି ପୂର୍ବପରି ରହିବ । ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, ଖେଳରେ ବିଜୟୀ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ସିଂହ:-ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ସୁପ୍ରଭାବ ପଡିବ । କାର୍ଯ୍ୟ କ୍ଷେତ୍ରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଆଶାତୀତ ଲାଭ ଉଠେଇବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ରାଜନୀତିରେ ପ୍ରସଂଶା ଓ ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବିଦ୍ୟାର୍ଥୀଙ୍କର ବିଦ୍ୟାରେଉନ୍ନତି ହେବାରୁ ମନ ଖୁସି ରହିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ପ୍ରତିକାର- କମଳାରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

କନ୍ୟା:-ସାମୟିକ ଚିନ୍ତା ଦୂରହେବ । ପିଲାଙ୍କସହ ଖୁସିରେ ରହିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ନୂତନ ବନ୍ଧୁଙ୍କ ଯୋଗେ ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ । ରୋଗୀ, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବିତିଯାଇଥିବା ମାମଲାରେ ସଫଳତା ମିଳିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-ରାଜନୀତିରେ ପ୍ରସଂଶା, ଖେଳରେ ବିଜୟୀ ହେବେ । ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିବେ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ । ଫୋନ, ମୋବାଇଲ୍, ଇଣ୍ଟରନେଟ୍ ରେ ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ । ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ । ସବୁପରେ ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠାବୃଦ୍ଧି ହେବ । ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବ । କର୍ମକ୍ଷେତ୍ରରେ ପ୍ରମୋଶନ ମିଳିବାର ସମ୍ଭାବନା ଅଛି । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ପରିବାରରେ ଆଦରପାଇ ସୁଖଭୋଗ କରିବେ । କାରବାରରେ ସ୍ଥିତି ଠିକ୍ ରହିବ । ବିଦ୍ୟାର୍ଥୀଙ୍କ ମାନସିକସ୍ଥିତି ଭଲ ରହିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ମନ ବଳେଇବେ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

କୁମ୍ଭ:-ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ମେଣ୍ଟିଯିବ । ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । ସ୍ଥଗିତଥିବା କର୍ମଟି ଓ ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ଟଙ୍କ । ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇ କିଛି ଅର୍ଥ ବ୍ୟୟ କରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!