ଦୈନିକ ରାଶିଫଳ: 03 ଜାନୁୟାରୀ 2023, ମା’ ମଙ୍ଗଳାଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ମସିହା, ଜାନୁୟାରୀ ମାସ ୩ତାରିଖ, ମଙ୍ଗଳବାର, ଧନୁମାସ ୧୯ଦିନ, ପୌଷମାସ ଶୁକ୍ଳପକ୍ଷ, ଦ୍ଵାଦଶୀତିଥି ରାତ୍ରି ୧୦ଟା ୨ମିନିଟ୍ ପରେ ତ୍ରୟୋଦଶୀତିଥି, କୃତ୍ତିକା ନକ୍ଷତ୍ର ଦିବା ୪ଟା୨୫ମିନିଟ୍ ପରେ ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଦିବା ୩ଟା ୩ମିନିଟ୍ ପରେ ବୃଷ ରାଶିରେ ଚନ୍ଦ୍ର । ଶିବ ଯୋଗ । ବବ କରଣ ଦିବା ୯ଟା ୧୦ମିନିଟ୍ ପରେ ରାତ୍ରି ୧୦ଟା ୨ମିନିଟ ପରେ କୌଳବ କରଣ । ମକର ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର ଦିବା ୩ଟା ୩ମିନିଟ୍ ପରେ ବିଛା ରାଶିର ଘାତଚନ୍ଦ୍ର । ମସୁର ଡାଲି ନ ଖାଇଲେ ଭଲ ରାତ୍ର ୧୦ଟା ୨ମିନିଟ୍ ପରେ ବାଇଗଣ ନ ଖାଇଲେ ଭଲ । ଯୋଗିନୀ- ନୈର୍ରତେ ରାତ୍ରି ୧୦ଟା ୨ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୭ଟା ୩୩ମିନିଟ୍ ରୁ ୮ଟା ୫୪ମିନିଟ୍, ଦିବା ୧୨ଟା ୫୮ମିନିଟ୍ ରୁ ୨ଟା ୨୦ମିନିଟ୍, ସନ୍ଧ୍ୟା ୬ଟା ୪୧ମିନିଟ୍ ରୁ ରାତ୍ରି ୮ଟା ୨୦ମିନିଟ୍ । ଶୁଭସମୟ- ପ୍ରାତଃ ୭ଟା ୪୭ମିନିଟ୍ ରୁ ୯ଟା ୮ମିନିଟ୍, ଦିବା ୧ଟା ୧୨ମିନିଟ୍ ରୁ ୨ଟା ୩୩ମିନିଟ୍, ସନ୍ଧ୍ୟା ୬ଟା ୫୪ମିନିଟ୍ ରୁ ୮ଟା ୩୩ମିନିଟ୍, ରାତ୍ର ୮ଟା ୨୧ମିନିଟ୍ ରୁ ୮ଟା ୩୨ମିନିଟ୍, ରାତ୍ର ୯ଟା ୨୭ମିନିଟ୍ ରୁ ୧୨ଟା ୩ମିନିଟ୍, ରାତ୍ର ୧ଟା ୫୦ମିନିଟ୍ ରୁ ୩ଟା ୩୨ମିନିଟ୍, ରାତ୍ର ୪ଟା ୨୮ମିନିଟ୍ ରୁ ୬ଟା ୧୧ମିନିଟ୍ । ପର୍ବଦିନ- ବୈଷ୍ଣବସମ୍ମତ ଏକାଦଶୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ବିଦ୍ୟାରେ ଉନ୍ନତି ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ବ୍ୟବସାୟରେ ଲକ୍ଷ୍ମୀଙ୍କ କୃପା ଫଳରେ ପୂର୍ଣ୍ଣ ସଫଳତା ସହ ପୂର୍ବ ସମସ୍ୟାର ସମାଧାନ ହୋଇ ଆକସ୍ମିକ ଧନ ପ୍ରାପ୍ତ ହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ନୂତନ ସଂସ୍ଥାର ଆୟୋଜନ କରିବେ । କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ । ରାଜନେତା ମାନଙ୍କର ସମ୍ମାନ ବୃଦ୍ଧି ହେବା ସହ ସୁନାମ ଅର୍ଜନ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ତାହାର ସମାଧାନ କରିପାରିବେ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବ୍ୟବସାୟ ବଢାଇବାରେ ସମର୍ଥ ହେବେ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ନୂତନ ବନ୍ଧୁ ଭେଟ ହେବେ । ନୂତନ ବସ୍ତୁ କ୍ରୟ କରିବେ । ବ୍ୟବସାୟରେ ସାମାନ୍ୟ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା ଘଟି ଅଶାନ୍ତି ବାତାବରଣ ସୃଷ୍ଟି ହୋଇ ପାରେ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶ ଲାଭ, ନୂତନ ବାହନଆଦି ପ୍ରାପ୍ତି ହେବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅବସାନ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

ସିଂହ:-ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ । ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ତଳ ମହଲରୁ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ସାମାଜିକ ପତିଆରା ଅମଳିନ ରହିବ । ପ୍ରତିକାର- କମଳାରଙ୍ଗରବସ୍ତ୍ର ପରିଧାନ କରନ୍ତୁ । ନତୁବା କମଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କନ୍ୟା:-ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଗୃହସ୍ଥ ଜୀବନ ସୁଖ ଶାନ୍ତିରେ କଟିବ । ବ୍ୟବସାୟରେ ଅଚାନକ ଭାବରେ ଧନ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ନୂଆ ସମ୍ପର୍କ ସୃଷ୍ଟି ହେବା ଫଳରେ ବିପରୀତ ପରିସ୍ଥିତିରେ ମଧ୍ୟ ଅନୁକୂଳ ସମୟ ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ତୁଳା:-ମିତ୍ରଙ୍କ ସାହାଯ୍ୟ ଦ୍ଵାରା କର୍ମ ହେବ । ମନ ଲଗାଇ କାର୍ଯ୍ୟ ମଧ୍ୟ କରିବେ । ତୀର୍ଥାଟନ ଯୋଗ ଥିବାରୁ ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । ପଇସା ଅଭାବରୁ ମାନସିକ ଅଶାନ୍ତି ବୃଦ୍ଧି ପାଇ ପାରେ । ଶତୃବୃଦ୍ଧି, ଦାମ୍ପତ୍ୟ କଳହ, ଭାତୃ ବିବାଦ ଦେଖା ଦେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା:-ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ବନ୍ଧୁଙ୍କ କାର୍ଯ୍ୟରେ ଗୁରୁ ଦାୟିତ୍ୱ ବହନ କରିବେ । ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହୋଇ ଆର୍ଥିକ ଦିଗରୁ ଉନ୍ନତି ହେବ । ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁ ଖୁସି ରହିବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଆବଶ୍ୟକ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ସ୍ୱାସ୍ଥ୍ୟ ଭଲ ରହିବ । ଚାକିରୀରେ ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳହେବେ । ପାରିବାରିକ ସମସ୍ୟା ସୁଧାରି ନେବା ଫଳରେ ସୁଖ ସମ୍ପଦ ପ୍ରାପ୍ତି ହେବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଦୂର ଯାତ୍ରାରେ ସଫଳତା ପ୍ରାପ୍ତି ହେବ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ନୂଆ ସମ୍ପର୍କ ଭବିଷ୍ୟତରେ ଲାଭ ଦାୟକ ହେବ । ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ । ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ ଓ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ସଙ୍କୁଚିତ ସ୍ଥିତିର ଅଧୀନ ହୋଇ ଘୋଷାରି ହେବେ ଓ ବାଦବିବାଦଠାରୁ ଦୂରେଇ ରହିବା ଉଚିତ୍ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ରାଜନୈତିକ କ୍ଷେତ୍ରରରେ ସହଯୋଗ ପ୍ରାପ୍ତି ଓ ସ୍ଥିତି ସୁଦୃଢ଼ ହେବ । ଶ୍ରେଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ଦ୍ଵାରା ସମ୍ମାନ ବୃଦ୍ଧି ହେବ । କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ପଦୋନ୍ନତିର ସୂଚନା ପାଇବେ । ବ୍ୟବସାୟରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବା ଫଳରେ ଅତ୍ୟଧିକ ଲାଭବାନ ହେବେ । ବିବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମାରେ ସଫଳତା ମିଳିବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!