ଦୈନିକ ରାଶିଫଳ: 03 ଅଗଷ୍ଟ 2022, ଶ୍ରୀ ଗଣେଶଙ୍କ କୃପାରୁ ଏହି 4ଟି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅଗଷ୍ଟମାସ ୩ତାରିଖ, ବୁଧବାର, କର୍କଟମାସ ୧୮ଦିନ, ଶ୍ରାବଣମାସ, ଶୁକ୍ଳପକ୍ଷ, ମଳ ପଞ୍ଚମୀତିଥି ପ୍ରାତଃ ୫ଟା ୪୨ମିନିଟ୍ ପରେ ଷଷ୍ଠୀତିଥି, ହସ୍ତା ନକ୍ଷତ୍ର ସନ୍ଧ୍ୟା ୬ଟା ୨୩ମିନିଟ୍ ପରେ ଚିତ୍ରା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର । ସିଦ୍ଧ ଯୋଗ ସନ୍ଧ୍ୟା ୫ଟା ୪୭ମିନିଟ୍ ପରେ ସାଧ୍ୟ ଯୋଗ । ବାଳବ କରଣ ପ୍ରାତଃ ୫ଟା ୪୨ମିନିଟ୍ ପରେ କୌଳବ କରଣ । କର୍କଟ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ବେଲ, ପଣସ ନ ଖାଇଲେ ଭଲ ପ୍ରାତଃ ୫ଟା ୪୨ମିନିଟ୍ ପରେ ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଦକ୍ଷିଣେ ପ୍ରାତଃ ୫ଟା ୪୨ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୩୯ମିନିଟ୍ ରୁ ଦିବା ୧୦ଟା ୧୬ମିନିଟ୍, ଦିବା ୧୧ଟା ୫୨ମିନିଟ୍ ରୁ ଦିବା ୧ଟା ୨୯ମିନିଟ୍, ରାତ୍ରି ୨ଟା ୪୦ମିନିଟ୍ ରୁ ୪ଟା ୩ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୨୭ମିନିଟ୍ ରୁ ୭ଟା ୮ମିନିଟ୍, ଦିବା ୧୦ଟା ୧୭ମିନିଟ୍ ରୁ ୧୧ଟା ୨୬ମିନିଟ୍, ଦିବା ୨ଟା ୨ମିନିଟ୍ ରୁ ୫ଟା ୨୬ମିନିଟ୍, ସନ୍ଧ୍ୟା ୭ଟା ୪ମିନିଟ୍ ରୁ ରାତ୍ର ୧୦ଟା ୪୫ମିନିଟ୍, ରାତ୍ର ୧ଟା ୪୫ମିନିଟ୍ ରୁ ୨ଟା ୩୯ମିନିଟ୍, ରାତ୍ର ୪ଟା ୪ମିନିଟ୍ ରୁ ୫ଟା ୨୬ମିନିଟ୍ ।

ମେଷ:-ଶୁଭ ସଂବାଦ ପାଇ ଖୁସିହେବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ବନ୍ଧୁ, ମିତ୍ର ସହକର୍ମୀ ଓ ଭାଗୀଦାରୀଙ୍କ ସମ୍ପର୍କରେ ମଧୁର ଆସିବ । ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇ ଦୂରଯାତ୍ରାରେ ସଫଳ ହେବେ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଅଫିସ୍ ରେ କରିଥିବା କାମର ଶୁଭ ସୂଚନା ପାଇବେ । ପରିବାରରେ ଖୁସିର ବାତାବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବୃଷ:-ବନ୍ଧୁଙ୍କ ଗୁରୁତ୍ୱପୂର୍ଣ୍ଣ କର୍ମରେ ଯୋଗଦେବାକୁ ପଡିପାରେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ବିପଦ ସଙ୍କୁଳ ଦେଖାଦେଇ ଟଳିଯିବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ପୁରାତନ ରୋଗ ପୀଡ଼ାର ଉପଶମ ହେବ ଓ ମନୋରଂଜନ କାର୍ଯ୍ୟରେ ସମୟ କଟିବ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-ସାମାଜିକ କ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ପାଖ ପଡୋଶୀମାନଙ୍କ ସହଯୋଗରେ ଗୃହସମସ୍ୟା ସମାଧାନ ହେବ । ବ୍ୟବସାୟିକ କାର୍ଯ୍ୟ ସହଜ ସରଳରେ ସମାଧାନ ହେବ । ରାଜନୀତି କ୍ଷେତ୍ରରେ ଜନ ସେବାରେ ପ୍ରଶଂସା ମିଳିବ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ପ୍ରଶଂସା ପାଇବେ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ରାଜନୀତି କ୍ଷେତ୍ରରେ ସାମାଜିକ ପତିଆରା ଅମଳିନ ରହିବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କନ୍ୟା:-ସୁଖ ସମ୍ପଦ ପ୍ରାପ୍ତି ହେବ । ଦୂରଯାତ୍ରାର ସୁଯୋଗ ପାଇବେ । ଅର୍ଥଲାଭର ମାର୍ଗ ଖୋଲି ଯିବ । ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ । ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା:-ସାମାଜିକ ପତିଆରା ଅମଳିନ ରହିବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ବ୍ୟାପାର ଓ କାରବାରରେ ସୁଧାର ଆସିବ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇ ଦୂରଯାତ୍ରାରେ ସଫଳ ହେବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ଧନୁ:-ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ ଓ ସନ୍ତାନ ଯୋଗେ ଆନନ୍ଦିତ ହେବେ । ଅଟକି ଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟିତ ହେବେ । ଟଙ୍କାର ଆବଶ୍ୟକତା ପୂରଣ ହେବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମକର:-ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ । ସାମାଜିକ ପତିଆରା ଅମଳିନ ରହିବ । ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ । ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ ।

କୁମ୍ଭ:-ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତେ ଲାଭ ବାନ୍ ହେବେ । ନିଜ ଆଚାର ବ୍ୟବହାରରେ ତ୍ରୁଟି ପରିଲକ୍ଷିତ ହେବା ଦ୍ଵାରା ଗୁରୁଜନଙ୍କ ଅସନ୍ତୋଷ ଭାଜନ ହେବେ । ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମୀନ:-ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବା ସହ ପ୍ରତିଷ୍ଠିତ ହୋଇ ପାରିବେ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!