ଦୈନିକ ରାଶିଫଳ: 03 ଏପ୍ରିଲ 2022, ସୂର୍ଯ୍ୟଦେବଙ୍କ କୃପାରୁ ଏହି 5ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଏପ୍ରିଲ ମାସ ୩ତାରିଖ, ରବିବାର, ମୀନ ମାସ ୨୦ ଦିନ, ଚୈତ୍ରମାସ, ଶୁକ୍ଳପକ୍ଷ, ଦ୍ଵିତୀୟା ତିଥି ଦିବା ୧୨ଟା ୩୯ ମିନିଟ୍ ପରେ ତୃତୀୟା ତିଥି, ଅଶ୍ଵିନୀ ନକ୍ଷତ୍ର, ଦିବା ୧୨ଟା ୩୮ ମିନିଟ୍ ପରେ ଦ୍ଵିଜା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର । ବୈଧୃତି ଯୋଗ ସକାଳ ୭ଟା ୫୧ମିନିଟ୍ ପରେ ବିଷ୍କୁମ୍ଭ ଯୋଗ । କୌଳବ କରଣ ଦିବା ୧୨ଟା ୩୯ମିନିଟ୍ ପରେ ତୈତିଳ କରଣ । ମେଷ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ବୋଇତିକଖାରୁ ନ ଖାଇଲେ ଭଲ ଦିବା ୧୨ ଟା ୩୯ ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଉତ୍ତରେ ଦିବା ୧୨ଟା ୩୯ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵିତୀୟାର ଏକୋଦ୍ଧିଷ୍ଟ ଏବଂ ତୃତୀୟାର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୧୮ମିନିଟ୍ ରୁ ୧ଟା ୨୨ମିନିଟ୍, ରାତ୍ରି ୧ଟା ୧୮ମିନିଟ୍ ରୁ ରାତ୍ରି ୨ଟା ୪୬ମିନିଟ୍ । ଶୁଭସମୟ- ସକାଳ ୫ଟା ୪୩ମିନିଟ୍ ରୁ ୯ଟା ୪୮ମିନିଟ୍, ଦିବା ୧ଟା ୨୨ମିନିଟ୍ ରୁ ୧ଟା ୫୩ମିନିଟ୍, ସନ୍ଧ୍ୟା ୬ଟା ୪୫ମିନିଟ୍ ରୁ ୯ଟା ୫ମିନିଟ୍, ରାତ୍ର ୧୨ଟା ୧୩ମିନିଟ୍ ରୁ ରାତ୍ର ୧ଟା ୧୮ମିନିଟ୍, ରାତ୍ର ୨ଟା ୪୬ମିନିଟ୍ ରୁ ୩ଟା ୨୧ମିନିଟ୍ । ପର୍ବଦିନ- ଛତ୍ରପତି ଶିବାଜୀଙ୍କ ତିରୋଧାନ ଦିବସ ।

ମେଷ:-ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଶୁଭ କାମ କରିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ରାଜନୀତି କ୍ଷେତ୍ରରେ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାରେ ସାମର୍ଥ୍ୟ ବଢିବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ । ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ବରିଷ୍ଠ କର୍ମୀଙ୍କ ସ୍ନେହର ପାତ୍ର ହେବେ । ଦାମ୍ପତ୍ୟ କଳହ ମେଣ୍ଟିଯିବା ଫଳରେ ମନ ଓ ଶରୀର ଭଲ ରହିବ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମିଥୁନ:-ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ । ମାନସିକ ଅଶାନ୍ତି ଦୂର ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇ ପାରନ୍ତି । ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧିହେବା ସହ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କର୍କଟ:-ସ୍ୱାସ୍ଥ୍ୟ ଠିକ୍ ରହିବ । ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେଇ ସୁଖ ଶାନ୍ତି ପାଇବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ପରିବାରରେ ସୁଖଶାନ୍ତି ଯୋଗେ ସମସ୍ତ ଚିନ୍ତା ଦୂର ହେବ । ପ୍ରତିକାର- କଉଡି ଗୋଟିଏ ପାଖରେ ରଖନ୍ତୁ ।

ସିଂହ:-ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ । ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରି ପାରିବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ ।

କନ୍ୟା:-ନ୍ୟାୟମାର୍ଗ ଓ ମିଷ୍ଟ ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁରସ୍ଵାଦ ଅନୁଭବ କରିବେ । ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ । ପାରିବାରିକ କ୍ଷେତ୍ରରେ ସ୍ଣେହ ସଦ୍ଭାବର ଅଭାବ ଦେଖାଦେଇ ପାରେ । ରକ୍ତଚାପ, ମଧୁମେହ, ଉଦରପୀଡା ବୃଦ୍ଧିପାଇ ପାରେ । ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳହେବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ବାଦବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ ପାରନ୍ତି । ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କ କୃପାଭାଜନ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-ବ୍ୟବସାୟୀ ମାନଙ୍କର କାରବାର ବଢିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ ଓ ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ । ଭଲ କାମ କରି ସୁଖଶାନ୍ତି ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ଶିକ୍ଷାର୍ଥୀ ମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଭଲ କାମ କରି କର୍ମରେ ଉନ୍ନତି ସହିତ ଆକସ୍ମିକ ଅର୍ଥଲାଭର ସୂଚନା ପାଇବେ । ବାସସ୍ଥାନ ବା ଯାନବାହାନ ନବୀକରଣ କରିବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଋଣ ଭରଣାରେ ସହଜ ହେବ । କେତେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ମକର:-ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ । ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କୁମ୍ଭ:-ସହକର୍ମୀ ମାନଙ୍କ ସହ ଶତ୍ରୁତାର ଅବସାନ ଘଟିବ । ବ୍ୟବସାୟୀ ମାନେ ଆମଦାନୀ ରପ୍ତାନି କ୍ଷେତ୍ରରେ ପରିଶ୍ରମ କରି ଲାଭବାନ ହେବେ ଓ ବକେୟା ଅର୍ଥ ଆଦାୟ ହେବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇଯିବ । ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ପ୍ରତିକାର- ନୀଳ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ମୀନ:-ସ୍ୱାସ୍ଥ୍ୟରେ ସୁଧାର ଆସିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ଶତୃମାନଙ୍କୁ ମୁକାବିଲା କରିପାରିବେ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବା ଫଳରେ ମନ ପ୍ରଫୁଲ୍ଲିତ ରହିବ । ବିଦେଶ ଯାତ୍ରାରେ ଲାଭ ପାଇବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!