ଦୈନିକ ରାଶିଫଳ: 02 ମାର୍ଚ୍ଚ 2023, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚ ମାସ ୨ ତାରିଖ, ଗୁରୁବାର, କୁମ୍ଭମାସ ୧୮ ଦିନ, ଫାଲଗୁନ ମାସ, ଶୁକ୍ଲପକ୍ଷ, ଦଶମୀ ତିଥି ସକାଳ ୬ଟା ୩୯ ମିନିଟ ପରେ ଏକାଦଶୀ ତିଥି, ଆର୍ଦ୍ରା ନକ୍ଷତ୍ର ଦିବା ୧୨ଟା ୪୩ ମିନିଟ ପରେ ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର । ଆୟୁଷ୍ମାନ ଯୋଗ ସନ୍ଧ୍ୟା ୫ଟା ୫୦ମିନିଟ୍ ପରେ ସୌଭାଗ୍ୟ ଯୋଗ । ଗର କରଣ ସକାଳ ୬ଟା ୩୯ ମିନିଟ ପରେ ବଣିଜ କରଣ । ତୁଳା ଓ କୁମ୍ଭ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । କଲମଶାଗ ନ ଖାଇଲେ ଭଲ ସକାଳ ୬ଟା ୩୯ମିନିଟ୍ ପରେ ଶିମ୍ବ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ସକାଳ ୬ଟା ୩୯ ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଏକାଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୫୩ମିନିଟ୍ ରୁ ଦିବା ୪ଟା ୨୧ମିନିଟ୍, ଦିବା ୪ଟା ୨୧ମିନିଟ୍ ରୁ ୫ଟା ୪୮ମିନିଟ୍ ରାତ୍ରି ୧୧ଟା ୫୮ମିନିଟ୍ ରୁ ୧ଟା ୩୧ମିନିଟ୍ । ଶୁଭସମୟ- ସକାଳ ୬ଟା ୯ମିନିଟ୍ ରୁ ୭ଟା ୪୨ମିନିଟ୍, ଦିବା ୧୦ଟା ୪୯ମିନିଟ୍ ରୁ ୧ଟା ୮ମିନିଟ୍, ରାତ୍ର ୨ଟା ୫୧ମିନିଟ୍ ରୁ ରାତ୍ର ୩ଟା ୪୦ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସେବାକାରୀ ମାନଙ୍କ ସହଯୋଗରେ ଜନସେବାଦ୍ଵାରା ସମ୍ମାନଜନକ ସ୍ଥିତି ପରିଲକ୍ଷିତ ହେବ । ପରିବାର ମଧ୍ୟରେ ମୁଖ୍ୟତା ଲାଭକରି ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ସାମର୍ଥ୍ୟ ଯୁଟିବ । ଶାରିରୀକ ଅସୁସ୍ଥତା ଦୂରେଇ ଯିବା ଫଳରେ ଆନନ୍ଦିତ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

ବୃଷ:-ପରିବାର ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ପ୍ରସିଦ୍ଧି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ । ଛାତ୍ରଛାତ୍ରୀମାନେ ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଉଚ୍ଚପ୍ରଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଆୟ ଉପାର୍ଜନର ବୃଦ୍ଧି ହେବ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଆତ୍ମସନ୍ତୋଷ ମିଳିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ନିଜ ଲୋକମାନେ ପରଭଳି ବ୍ୟବହାର କରିବେ । ନୂତନ ଗୃହୋପକାରଣ ଦ୍ରବ୍ୟ କ୍ରୟ କରିବା ଫଳରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭୁଲ୍ ବୁଝାମଣା ହୋଇପାରେ । ପ୍ରତିକାର- ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

ସିଂହ:-ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । କର୍ମନିଯୁକ୍ତିର ସୁଯୋଗ ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଦୂରଯାତ୍ରାର ସୁଯୋଗ ପାଇବେ । ଆୟ ଅପରିବର୍ତ୍ତିତ ରହି ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ବ୍ୟବସାୟରେ ଉନ୍ନତି ଓ ଲାଭପ୍ରାପ୍ତି ହେବ । ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ରାଜନୈତିକ କ୍ଷେତ୍ରରେ ସାମାଜିକ ସ୍ଥିତି ଓ ମାନସମ୍ମାନ ବଜାୟ ରହିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗ ଦେବେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । ଦାମ୍ପତ୍ୟ ସୁଖ କର୍ମମୁଖରତା ଯୋଗେ ବିଚ୍ଛିନ୍ନ ହୋଇପଡ଼ିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ । ପିଲାମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବେ । କର୍ମଜୀବିମାନେ ଅସୁବିଧାର ସମ୍ମୁଖୀନ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସମ୍ପର୍କୀୟ ମାନଙ୍କ ଦ୍ୱାରା ସୁବିଧା ପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ । ପରିବାରର ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରା କରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ଯାଇ ମିଥ୍ୟା କଳଙ୍କରେ କଳଙ୍କିତ ହେବେ । ରାଜନୈତିକ କ୍ଷେତ୍ରରେ ଅପବାଦ ଅପଯଶ ମିଳିବ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ଧନୁ:-ଶତ୍ରୁବାଧା ଦୂରେଇ ଯିବ । ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ପୁରାତନ ରୋଗର ଉପଶମ ହେବା ଫଳରେ ମନ ଶାନ୍ତ ରହିବ । ଋଣରୁ ମୁକ୍ତି ମିଳିବା ଫଳରେ ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ବ୍ୟବସାୟରେ ନୂତନଧାରା ଖୋଲିବେ । ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-ଶତୃମାନେ ପରାଜିତ ହୋଇ ମିତ୍ରଭାବ ଆଚରଣ କରିବେ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଆର୍ଥିକ ଦିଗରୁ ସୁବିଧା ଓ ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ । ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ରାଜନେତା ମାନଙ୍କର ଅଶାନ୍ତି ଦୂରେଇ ଯିବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ଫଳରେ ଆୟ ବୃଦ୍ଧି ପାଇବ । ପ୍ରିୟଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସନ୍ତାନ ସନ୍ତତି ଅତ୍ୟଧିକ ପରିଶ୍ରମ କରି ଲାଭ ପାଇବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ସାବଧାନତା ପୂର୍ବକ ଯାନ ବାହନରେ ଚଳାଚଳ କରନ୍ତୁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆଶାଜନକ ଫଳପ୍ରାପ୍ତିହେବ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । କେତେକ କ୍ଷେତ୍ରରେ ଭଲ କାମ କରି ବଦ୍ନାମ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!