ଦୈନିକ ରାଶିଫଳ: ୦୧ ମଇ ୨୦୨୦, ମା ସନ୍ତୋଶୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ଧନ ସମ୍ବନ୍ଧିତ ସମସ୍ୟା ହେବ ଦୂର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ମଇମାସ ୧ତାରିଖ, ଶୁକ୍ରବାର ମେଷମାସ ୧୯ ଦିନ, ବୈଶାଖମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି, ଅଶ୍ଳେଷାନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର ବିଛା, ଧନୁ, ମୀନରାଶିର ଘାତବାର ନଡ଼ିଆ ଖାଇଲେ ଭଲ। ଶୁଭସମୟ ପ୍ରାତଃ ୫ଟା ୨୨ମିନିଟ୍ ରୁ ୬ଟା ୧୨ମିନିଟ୍, ଦିବା ୭ଟା ୫ମିନିଟ୍ ରୁ ୮ଟା ୩୨ମିନିଟ୍, ଦିବା ୧୨ଟା ୧୦ମିନିଟ୍ ରୁ ୨ଟା ୪୨ମିନିଟ୍, ଦିବା ୪ଟା ୨୫ମିନିଟ୍ ରୁ ସନ୍ଧ୍ୟା ୬ଟା ୬ମିନିଟ୍,ସନ୍ଧ୍ୟା ୭ଟା ୩୭ମିନିଟ୍ ରୁ ରାତ୍ର ୮ଟା ୫୫ମିନିଟ୍। ପର୍ବଦିନଶ୍ରମିକ ଦିବସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇପାରିବେ। କର୍ମରେ ଉନ୍ନତି ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ବିଦ୍ୟୁତ୍ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନଙ୍କର ଆକସ୍ମିକ ଧନ ପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ଯୋଗେ ଲାଭ ପାଇବେ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:-

ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ସହକର୍ମୀମାନଙ୍କର ସମର୍ଥନ ଏବଂ ସୁଖ ସମ୍ପଦ ପ୍ରାପ୍ତି ହେବ। ନୁତନ କାର୍ଯ୍ୟ ନିର୍ଦ୍ୱୋନ୍ଦରେ ଧୀରସ୍ଥିର ଭାବରେ ଆଗେଇ ନେବେ। ପାରିବାରିକ ସମସ୍ୟାକୁ ସୁଧାରି ନେଇ ପ୍ରଶଂସିତ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ ଓ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ। ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ  ଶତୃମାନେ ତଳମୁହାଁ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟୀ ମାନଙ୍କର ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟି ଯିବ। ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ସହ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ରାଜନୈତିକ କ୍ଷେତ୍ରରେ ସହକର୍ମୀ ମାନଙ୍କର ସମର୍ଥନ ଫଳରେ ବିପଦ ସଙ୍କୁଳ ଟଳିଯିବ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଇବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-

ଶିକ୍ଷାକ୍ଷେତ୍ରରେ ଆଶା ମୁତାବକ ଫଳ ପାଇବେ। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ପରିବାର ଜନଙ୍କ ଠାରୁ ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ। ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ସହଜ ସରଳ କରି ପ୍ରଶଂସିତ ହେବେ। ପ୍ରତିକାରମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ସିଂହ:-

ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। ରାଜନୈତିକ କ୍ଷେତ୍ରରେ ଲୋକମାନଙ୍କୁ ଆପଣେଇ ନବା ଫଳରେ ସମ୍ମାନିତ ହୋଇ ପାରନ୍ତି। ବ୍ୟବସାୟକୁ ନେଇ ପ୍ରତିଦ୍ଵନ୍ଦିତା ଦେଖା ଦେଲେ ମଧ୍ୟ ଆପଣ ବିଜୟୀ ହେବେ। ନୂତନ ସମ୍ପତ୍ତି ଯାନବାହାନ ଗୃହୋପକରଣ କ୍ରୟ କରିବାର ଯୋଜନା କରିବେ। କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ଶରୀର ପୀଡା ଦୂରହୋଇ ସ୍ୱାସ୍ଥ୍ୟ ଠିକ୍ ରହିବ। ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ।ସାମ୍ବାଦିକମାନେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ। ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଯୋଗାଯୋଗ କରି ପାରନ୍ତି।ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବା ସହ ପଢାପଢିରେ ମନଯୋଗ ଦେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ସାମାଜିକ କ୍ଷେତ୍ରରେ ମାନସମ୍ମାନ, ଯଶ ପ୍ରତିଷ୍ଠା ବଢିବ। ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ଲୋକପ୍ରିୟତା ହାସଲ କରି ପାରିବେ। ସରକାରୀ କାର୍ଯ୍ୟରେ ବିଜୟ ପ୍ରାପ୍ତ ହେବ। ଧାର୍ମିକ, ସାହିତ୍ୟ ପଢିବା ପାଇଁ ମନ ବଳାଇବେ। ନିଜର ଟେକ ରଖିବା ପାଇଁ କିଛି ଏମିତି କାର୍ଯ୍ୟ କରିବେ ଯାହା ଲୋକମାନେ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ପରିବାର ଜନଙ୍କ ସହିତ ସମୟ ବିତେଇବେ। ବ୍ୟାପାର ବାଣିଜ୍ୟ ଓ କାମକାର୍ଯ୍ୟର ସ୍ଥିତି ସନ୍ତୋଷ ଜନକ ହେବ।ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ। ପାଖ ପଡୋଶୀମାନେ କଟୁବଚନ ଶୁଣେଇବେ। ବାହାରକୁ ବାହାରିବା ଦ୍ଵାରା ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ। ମିଥ୍ୟା ଅପବାଦରେ ନିନ୍ଦିତ ହୋଇ ପାରନ୍ତି।  ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିବେ। ଶ୍ଵଶୁର ଘର କିମ୍ବା ଜମିବାଡିକୁ ନେଇ ବିଶେଷ ବ୍ୟସ୍ତ ରହିବେ। ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ବହୁତ ଭଲ ପାଉଥିବା ଲୋକ ଓ ବନ୍ଧୁ ମିତ୍ରମାନେ ସହଯୋଗର ହାତ ବଢେଇବେ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ପରିବାରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲା ବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳିବ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ଚିତ୍ତପ୍ରସନ୍ନ ରହିବ। ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ ଅଟେ। ଘରୁ ବାହାରକୁ ବାହାରିଲେ ବିପଦରେ ପଡି ପାରନ୍ତି। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ଶତୃମାନେ ଦୂର ହେବେ ଓ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ଭାଗୀଦାର ବାଣିଜ୍ୟ ବ୍ୟବସାୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ନିଜ ଲୋକମାନେ ହିଁ କାମରେ ଆସିବେ। ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ରୋଜି ରୋଜଗାର କାମକୁ ଆପଣେଇ ନେଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ। ବିଦ୍ୟା କ୍ଷେତ୍ରରେ ଯଶ, ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବାରୁ ମନ ଖୁସି ରହିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ରାଜକୀୟ ମାମଲାରେ ସଫଳତା ମିଳିବ। ପରିବାର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ। ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ। ନୂତନ ଲୋକଙ୍କ ସହିତ ଭେଟ ହୋଇ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହୋଇ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ମିଳିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

କୌଣସି ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। କୌଣସି ନୂତନ କର୍ମ କରିବାକୁ ଯୋଗାଯୋଗ କରି ପାରିବେ। ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ରାଜନୀତି ମାମଲାରେ ସଫଳତା ମିଳିବ।  ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାର ପରିପୂର୍ଣ୍ଣ ହେବ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ସରକାରୀ କାମରେ ସଫଳତା ମିଳିବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!